ଛୋଟ ଶିବ ମନ୍ଦିର, ବଙ୍ଗଳାଦେଶ

ଉଇକିପିଡ଼ିଆ‌ରୁ
ଛୋଟ ଶିବ ମନ୍ଦିର
ବଙ୍ଗଳାଦେଶର ପୁଥିଆରେ ଥିବା ଛୋଟ ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାଜସାହି
ଦେବାଦେବୀଶିବ
Location
ସ୍ଥାନପୁଥିଆ ଉପଜିଲ୍ଲା
Countryବଙ୍ଗଳାଦେଶ

ଛୋଟ ଶିବ ମନ୍ଦିର, ବଙ୍ଗଳାଦେଶର ରାଜଶାହୀ ଡିଭିଜନର ପୁଥିଆ ଉପଜିଲ୍ଲାରେ ଥିବା ପୁଥିଆ ମନ୍ଦିର କମ୍ପ୍ଲେକ୍ସର ଏକ ହିନ୍ଦୁ ମନ୍ଦିର । ୧୮୦୪ ମସିହାରେ ନିର୍ମିତ ଏହି ମନ୍ଦିରକୁ ଚୌଦପାଇ ରାଜବଂଶର ଆନନ୍ଦନାରାୟଣ ନିର୍ମାଣ କରିଥିଲେ ।[୧][୨]

ଏହି ମନ୍ଦିର ପୁଥିଆ ସହରରେ ଅବସ୍ଥିତି, ଯାହାକି ରାଜସାହି ସହରଠାରୁ ୩୨ କିଲୋମିଟର (୨୦ ମାଇଲ୍) ଦୂରରେ ଅବସ୍ଥିତ ।[୧] ଏହି ସହରକୁ ଏକ ରେଳପଥ ମଧ୍ୟ ଅଛି, ଯାହାକି ଢାକା ରାଜସାହି ରାଜପଥରେ ଅବସ୍ଥିତ ।[୩] ଏହା ଆରାନି ରାସ୍ତାର ପୂର୍ବ ପାର୍ଶ୍ୱରେ ପଞ୍ଚାନି ପ୍ରାସାଦର ଦକ୍ଷିଣ-ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ।[୧]

ବୈଶିଷ୍ଟ୍ୟ[ସମ୍ପାଦନା]

ଏହି ମନ୍ଦିର ଦକ୍ଷିଣ ଆଡ଼କୁ ଅଛି ଏବଂ ଏହାର କେବଳ ଗୋଟିଏ କୋଠରୀ ଅଛି ଯାହାର ଛାତ ଅର୍ଦ୍ଧ-ବୃତ୍ତ ଆକାରର । ମନ୍ଦିରର ଛାତ ହେଉଛି ପିରାମିଡାଲ୍, ଯାହାକି ଚାରି ଖଣ୍ଡ ବିଶିଷ୍ଟ କୁଡ଼ିଆ ଆକାରର କାନ୍ଥ ଭଳି । ଦକ୍ଷିଣ ଆଡ଼କୁ ଥିବା ଏକମାତ୍ର ପ୍ରବେଶ ପଥରେ ଟେରାକୋଟା ପ୍ୟାନେଲରେ ଅଳଙ୍କାର ରହିଛି ଯେଉଁଥିରେ ହିନ୍ଦୁ ଧର୍ମର ବୈଷ୍ଣବ ସମ୍ପ୍ରଦାୟର ଦେବତାମାନଙ୍କର ନୃତ୍ୟ ଖୋଦିତ ହୋଇଛି ।[୧][୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Alam, Mahmamuda, Puthia temple complex: Developing tourism through architecture (PDF), BRAC University, p. 32, archived from the original (PDF) on 22 October 2021, retrieved 12 May 2015
  2. ୨.୦ ୨.୧ "Puthia Rajbari". Chhota Shiva Mandir. Rajshahi University Web Page. Archived from the original on 18 May 2015. Retrieved 12 May 2015.
  3. Mikey Leung; Belinda Meggitt (2009). Bangladesh. Bradt Travel Guides. p. 301. ISBN 978-1-84162-293-4.