ଛିନ୍ନମସ୍ତା ମନ୍ଦିର

Coordinates: 23°37′56″N 85°42′38″E / 23.63222°N 85.71056°E / 23.63222; 85.71056
ଉଇକିପିଡ଼ିଆ‌ରୁ
ଛିନ୍ନମସ୍ତା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictRamgarh district
ଦେବାଦେବୀChhinnamasta
FestivalsMakar Sankranti, Maha Shivaratri, Vijayadashami
Location
ସ୍ଥାନRajrappa
StateJharkhand
CountryIndia
ଛିନ୍ନମସ୍ତା ମନ୍ଦିର is located in Jharkhand
ଛିନ୍ନମସ୍ତା ମନ୍ଦିର
Location in Jharkhand
ଭୌଗଳିକ ଅବସ୍ଥିତି23°37′56″N 85°42′38″E / 23.63222°N 85.71056°E / 23.63222; 85.71056

ଛିନ୍ନମସ୍ତା ଭାରତର ଝାଡଖଣ୍ଡର ରାମଗଡ଼ ଜିଲ୍ଲାରେ ଥିବା ରାଜରପ୍ପା ସ୍ଥାନରେ ଏକ ହିନ୍ଦୁ ତୀର୍ଥ ଯାତ୍ରା କେନ୍ଦ୍ର ଯାହା ଦେବୀ ଛିନ୍ନମସ୍ତାଙ୍କୁ ସମର୍ପିତ ହୋଇଛି ।[୧][୨]ପଶ୍ଚିମ ବଙ୍ଗବିହାରରୁ ଭକ୍ତମାନେ ପ୍ରତିବର୍ଷ ଏଠାକୁ ଆକର୍ଷିତ ହୋଇ ଆସନ୍ତି ।[୩]

ଛିନ୍ନମସ୍ତିକା ମନ୍ଦିର ମନ୍ଦିରର ମୂଖ୍ୟ ଆକର୍ଷଣ ହେଉଛି ପଦ୍ମ ଉପରେ ଶାୟିତ କାମଦେବ ଓ ରତି ଉପରେ ଦଣ୍ଡାୟମାନ ଛିନ୍ନମସ୍ତାଙ୍କ ମୁଣ୍ଡବିହୀନ ପ୍ରତିମୂର୍ତ୍ତି । ତାନ୍ତ୍ରିକ ପଦ୍ଧତି ସ୍ଥାପତ୍ୟରେ ତିଆରି ହୋଇଥିବା ଯୋଗୁ ଏହି ମନ୍ଦିର ଲୋକପ୍ରିୟ ହୋଇଛି । ମୂଖ୍ୟ ମନ୍ଦିର ବ୍ୟତୀତ ଆଉ ଦଶଟି ମନ୍ଦିର ଏହି ବେଢା ମଧ୍ୟରେ ଅଛି ଯେଉଁଥିରେ ସୂର୍ଯ୍ୟ ଦେବତା, ହନୁମାନ ଓ ଭଗବାନ ଶିବ ପୂଜା ପାଉଛନ୍ତି ।[୩]

ରାଜରପ୍ପାର ଇତିହାସ[ସମ୍ପାଦନା]

ଆଚାର୍ଯ୍ୟ ବିନୋବା ଭାବେ (Acharya Vinoba Bhave) ଆରମ୍ଭ କରିଥିବା ଭୂଦାନ ଆନ୍ଦୋଳନରେ (Bhudhan Movement) ଏହି ରାଜରପ୍ପାରେ ରାଜା ରାମଗଡ଼ ରାଜ ଲୋକମାନଙ୍କୁ ୩ ଏକର ଜାଗା ପ୍ରଦାନ କରିଥିଲେ ।

ଶବ୍ଦ ଇତିହାସ[ସମ୍ପାଦନା]

ଛିନ୍ନମସ୍ତା ((ସଂସ୍କୃତ: छिन्नमस्ता, Chinnamastā), ବେଳେ ବେଳେ ଚିନ୍ନମସ୍ତା, ଛିନ୍ନମସ୍ତିକା ଓ ପ୍ରଚଣ୍ଡ ଚଣ୍ଡିକା ନାମରେ ଡକାଯାଏ, ହିନ୍ଦୁ ଶାସ୍ତ୍ର ମତରେ ଦେବୀ ମାଆଙ୍କର ଏକ ଭୟାନକ ଚେହେରା ଯାହା ମହାବିଦ୍ୟାଙ୍କର (Mahavidya) ଦଶ ତାନ୍ତ୍ରିକ ଦେବୀଙ୍କ ମଧ୍ୟରୁ ଗୋଟିଏ । ଭୟାନକ ଚେହେରା ଦେଖି ଛିନ୍ନମସ୍ତାନକୁ ସହଜରେ ଚିହ୍ନି ହୁଏ । ସ୍ୱୟଂକୃତ ମୁଣ୍ଡବିହୀନ ଦେବୀ ଗୋଟିଏ ହାତରେ ମୁଣ୍ଡ ଓ ଅନ୍ୟ ହାତରେ ଖର୍ପର ଧରିଥାଆନ୍ତି । ବେକରୁ ବାହାରୁଥିବା ରକ୍ତ ଉକ୍ତ ମୁଣ୍ଡ ଓ ଦୁଇ ପରିଚାରିକା ପାନ କରନ୍ତି । ମୈଥୁନରତ ଏକ ଯୋଡ଼ି ଉପରେ ଠିଆ ହୋଇଥିବା ବର୍ଣ୍ଣନା କରାଯାଇଥାଏ ।[୪]

ଭୂଗୋଳ[ସମ୍ପାଦନା]

ଛିନ୍ନମସ୍ତା ମନ୍ଦିର ଭାରତର ଝାଡ଼ଖଣ୍ଡ ପ୍ରଦେଶର ରାମଗଡ଼ ଜିଲ୍ଲା କୋଡିଏ ନମ୍ବର ଜାତୀୟ ରାଜପଠାରୁ ୨୮ କିମି ଦୂରରେ ଥିବା ରାଜରପ୍ପା (Rajrappa) ସ୍ଥାନରେ ଅବସ୍ଥିତ । ଦାମୋଦର ଓ ଭେରା (ଭୈରବୀ ନଦୀ) ନଦୀର ମିଳନ ସ୍ଥଳରେ ଥିବା ଏକ ପାହାଡ଼ ଉପରେ ଏହି ମନ୍ଦିର ଅବସ୍ଥିତ । ଏହି ସ୍ଥାନର ଏକ ସ୍ୱତନ୍ତ୍ର ମହତ୍ୱ ଅଛି । ଏଠାରେ ଉପରୁ ଭୈରବୀ ନଦୀ (ସ୍ତ୍ରୀ) ଆସି ଦାମୋଦର ନଦ (ପୁରୁଷ) ସାଥିରେ ମିଳିତ ହୋଇ ବିପରୀତ ରତି ଦର୍ଶାଉଛି ।

ବର୍ଣ୍ଣନା[ସମ୍ପାଦନା]

ଛିନ୍ନମସ୍ତା

ଦେବୀ ଦୁର୍ଗାଙ୍କର ଦଶ ସ୍ୱରୂପରୁ ଉକ୍ତ ଛିନ୍ନମସ୍ତା ଗୋଟିଏ । ଏହି ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ଅଛି ଯେପରିକି ଅଷ୍ଟମାତୃକା, ଦକ୍ଷିଣ କାଳୀ । ମହାବିଦ୍ୟାଙ୍କର ତାରା, ଭୁବନେଶ୍ୱରୀ, ଭୈରବୀ, ବଗଳାମୁଖୀ, କମଳା, ମାତଙ୍ଗୀ ଓ ଧୂମାବତୀ ମନ୍ଦିର ମାନ ପାଖରେ ଅଛି ।

ରାଜରପ୍ପାର ଇତିହାସ[ସମ୍ପାଦନା]

ଆଚାର୍ଯ୍ୟ ବିନୋବା ଭାବେ (Acharya Vinoba Bhave) ଆରମ୍ଭ କରିଥିବା ଭୂଦାନ ଆନ୍ଦୋଳନରେ (Bhudhan Movement) ଏହି ରାଜରପ୍ପାରେ ରାଜା ରାମଗଡ଼ ରାଜ ଲୋକମାନଙ୍କୁ ୩ ଏକର ଜାଗା ପ୍ରଦାନ କରିଥିଲେ ।

ଶବ୍ଦ ଇତିହାସ[ସମ୍ପାଦନା]

ଛିନ୍ନମସ୍ତା ((ସଂସ୍କୃତ: छिन्नमस्ता, Chinnamastā), ବେଳେ ବେଳେ ଚିନ୍ନମସ୍ତା, ଛିନ୍ନମସ୍ତିକା ଓ ପ୍ରଚଣ୍ଡ ଚଣ୍ଡିକା ନାମରେ ଡକାଯାଏ, ହିନ୍ଦୁ ଶାସ୍ତ୍ର ମତରେ ଦେବୀ ମାଆଙ୍କର ଏକ ଭୟାନକ ଚେହେରା ଯାହା ମହାବିଦ୍ୟାଙ୍କର (Mahavidya) ଦଶ ତାନ୍ତ୍ରିକ ଦେବୀଙ୍କ ମଧ୍ୟରୁ ଗୋଟିଏ । ଭୟାନକ ଚେହେରା ଦେଖି ଛିନ୍ନମସ୍ତାନକୁ ସହଜରେ ଚିହ୍ନି ହୁଏ । ସ୍ୱୟଂକୃତ ମୁଣ୍ଡବିହୀନ ଦେବୀ ଗୋଟିଏ ହାତରେ ମୁଣ୍ଡ ଓ ଅନ୍ୟ ହାତରେ ଖର୍ପର ଧରିଥାଆନ୍ତି । ବେକରୁ ବାହାରୁଥିବା ରକ୍ତ ଉକ୍ତ ମୁଣ୍ଡ ଓ ଦୁଇ ପରିଚାରିକା ପାନ କରନ୍ତି । ମୈଥୁନରତ ଏକ ଯୋଡ଼ି ଉପରେ ଠିଆ ହୋଇଥିବା ବର୍ଣ୍ଣନା କରାଯାଇଥାଏ ।[୪]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "2009 - SAARC disaster Management Report" (PDF). SAARC DISASTER MANAGEMENT CENTRE. Archived from the original (PDF) on 12 January 2012. Retrieved 20 April 2012.
  2. Prasad, Basudeo (1 January 2009). "Sustainable eco-tourism development: A case study of Jharkhand state". Spectrum. 1 (1): 62. Archived from the original on 23 May 2022. Retrieved 6 April 2012.
  3. ୩.୦ ୩.୧ "Rajrappa Temple". Official Website of Ramgarh district. Archived from the original on 27 ଅକ୍ଟୋବର 2010. Retrieved 20 ଅପ୍ରେଲ 2010.
  4. ୪.୦ ୪.୧ "Burglary committed in Chhinnamastika temple". The Times of India. 3 Jul 2010. Archived from the original on 3 January 2013. Retrieved 20 April 2012.