ଚୱାରା ପରମେଶ୍ୱରନ

ଉଇକିପିଡ଼ିଆ‌ରୁ
ଚୱାରା ପରମେଶ୍ୱରନ
ଜନ୍ମ(1884-06-15)୧୫ ଜୁନ ୧୮୮୪
ଚୱାରା, ଏର୍ନାକୁଲମ
ମୃତ୍ୟୁଡିସେମ୍ବର ୧୯୬୮(1968-12-00) (ବୟସ ୮୪)
ଅଲୁବା, କେରଳ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ୱଦିଦ୍ୟାଳୟ
ବୃତ୍ତିସାମ୍ବାଦିକ
ପ୍ରସିଦ୍ଧିଭାରତୀୟ ସାଧୀନତା ଆନ୍ଦୋଳନ

ଚୱାରା ପରମେଶ୍ୱରନ୍ ଜଣେ ଭାରତୀୟ ସାମ୍ବାଦିକ, ସମାଜ ସଂସ୍କାରକ, ଅନୁବାଦକ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଚୱାରା ଗାନ୍ଧୀ ଭାବରେ ମଧ୍ୟ ଜଣାଶୁଣା ।[୧]

ଜନ୍ମ[ସମ୍ପାଦନା]

୧୮୮୪ ମସିହାର ଜୁନ ୧୫ ତାରିଖରେ ସେ ବ୍ରିଟିଶ ଭାରତ ଅନ୍ତର୍ଗତ ଇରନାକୁଲମସ୍ଥିତ ଚୱାରା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଅବଦାନ[ସମ୍ପାଦନା]

୧୯୨୧ ମସିହାରେ ସେ ପାଲାକ୍କଡ଼ର ଆୟୋଜିତ ହୋଇଥିବା ସର୍ବ-କେରଳ ରାଜନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୨୪ ମସିହାରେ ଭାଇକୋମ ସତ୍ୟଗ୍ରାହ, ୧୯୩୦ରେ ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ଆଦିରେ ଭାଗ ନେଇଥିଲେ ।[୨] ସ୍ୱାଧୀନତା ପରେ ସେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସାମ୍ବାଦିକଙ୍କ ଅଧିକାର ପାଇଁ ଲଢ଼ିଥିଲେ ।

ମୃତ୍ୟୁ[ସମ୍ପାଦନା]

୧୯୬୮ ମସିହାର ଡିସେମ୍ବର ୨୦ ତାରିଖରେ କରେଳସ୍ଥିତ ଅଲୁବାଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩] ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଚୱାରା ପରମେଶ୍ୱରନ ପୁରସ୍କାର[ସମ୍ପାଦନା]

କେରଳ ପ୍ରେସ ଏକାଡେମୀ ଦ୍ୱରା ୧୯୯୨ ମସିହାରୁ ତାଙ୍କ ସମ୍ମାନାର୍ଥେ "ଚୱାରା ପରମେଶ୍ୱରନ ପୁରସ୍କାର" ପ୍ରଦାନ କରାଯାଉଛି । କୋଚିରେ ଅବସ୍ଥାପିତ ଚୱାରା ପରମେଶ୍ୱରନ୍ ମେମୋରିଆଲ୍ କମିଟିଦ୍ୱାରା ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ।[୪][୫]

ଆଧାର[ସମ୍ପାଦନା]

  1. "School students to add new shade to I-Day fete". The New Indian Express.
  2. Shaji, K. a (4 April 2017). "Congress rewinds to 1921 Ottappalam meet". The Hindu.
  3. "ചൊവ്വര പരമേശ്വരന്റെ ചരമവാര്‍ഷികദിനം". 20 December 2018.
  4. "Governor cautions media against unethical practices". The Hindu. 14 December 2019.
  5. "Endowments & Awards | Kerala Media Academy". archive.keralamediaacademy.org. Archived from the original on 2020-02-21. Retrieved 2023-10-02.