ଚେତନ ଭଗତ
ଚେତନ ଭଗତ | |
---|---|
![]() Bhagat in the "Meet the Author" programme at the Sharjah International Book Fair on 21 November 2011 | |
ଜନ୍ମ ଓ ଜନ୍ମସ୍ଥାନ | ନୂଆ ଦିଲ୍ଲୀ, ଭାରତ | ୨୨ ଅପ୍ରେଲ ୧୯୭୪
ବୃତ୍ତି | ଲେଖକ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଆର୍ମି ପବ୍ଲିକ ସ୍କୁଲ, ଦିଲ୍ଲୀ ଆଇଆଇଟି, ଦିଲ୍ଲୀ ଆଇଆଇଏମ୍, ଅହମଦାବାଦ |
ସାହିତ୍ୟ କୃତି | Five Point Someone 2 States |
ଜୀବନସାଥୀ | ଅନୁଷା ଭଗତ |
ସନ୍ତାନ | ୨ |
ୱେବସାଇଟ | |
ନିଜ ୱେବସାଇଟ |
ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଏବଂ ପ୍ରେରଣାଦାୟୀ ବକ୍ତା ଚେତନ ଭଗତ ଆଜି ଭାରତୀୟ ଯୁବପିଢିଙ୍କ ରୋଲ୍ ମଡେଲ୍ । ଚେତନଙ୍କ ଲିଖିତ ୬ଟି ପୁସ୍ତକ ଫାଇଭ୍ ପଏଣ୍ଟ ସମୱାନ୍ , ୱାନ୍ ନାଇଟ୍ ଆଟ୍ କଲ୍ ସେଣ୍ଟର୍ , ଦ ଥ୍ରି ମିଷ୍ଟଟେକ୍ ଅଫ୍ ମାଇଁ ଲାଇଫ୍ , ଟୁ ଷ୍ଟେଟସ୍ , ଓ ରିଭଲ୍ୟୁସନ୍ ୨୦୨୦ : ଲଭ୍ , କରପସନ୍ ଆଣ୍ଡ ଆମ୍ବିସନ୍,ହାଫ୍ ଗାଲଫ୍ରେଣ୍ଡ୍ । ୨୦୧୦ରେ ସେ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିଲେ ।[୧]
ଜୀବନ ଓ ପରିବାର
[ସମ୍ପାଦନା]ଏପ୍ରିଲ ୨୨ , ୧୯୭୪ରେ ନୂଆ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଆର୍ମି ମ୍ୟାନ ଓ ମା ସରକାରୀ କର୍ମଚାରୀ ଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଚେତନଙ୍କ ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀ ଆର୍ମି ସ୍କୁଲ୍ରେ ହୋଇଥିଲା । ଏହାପରେ ସେ ଆଇଆଇଟି ଦିଲ୍ଲୀରୁ ମେକାନିକାଲ ଇଂଜିନିୟରିଂ ପାସ କରିବା ପରେ ସେ ଆଇଆଇଏମ୍ ଅହମଦାବାଦରେ ମ୍ୟାନେଜମେଣ୍ଟରେ ଡିଗ୍ରି ହାସଲ କରିଥିଲେ । ଅହମ୍ମଦାବାଦରେ ପଢୁଥିବା ସମୟରେ ସେ ତାଙ୍କ ବ୍ୟାଚର ବେଷ୍ଟ ଆଉଟ୍ ଗୋଇଁ ଷ୍ଟୁଡେଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ । ସେହି ସମୟରେ ଚେତନ ତାଙ୍କ ଦକ୍ଷିଣ ଭାରତୀୟ ସହପାଠିନୀ ଅନୁସା ସୁର୍ଯ୍ୟନାରାୟଣଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୮ରେ ସେ ଅନୁସାଙ୍କୁ ବିବାହ କରିଥିଲେ । ଚେତନ ଏହାପରେ ତାଙ୍କ ପରିବାର ସହ ହଂକଂ ଯାଇ ଗୋଲମ୍ୟାନ ସାଚସରେ ଇନଭେଶ୍ଚମେଣ୍ଟ ବ୍ୟାଙ୍କର ଭାବେ କାମ କରିଥିଲେ ।୧୧ବର୍ଷ ହଂକଂରେ କାମ କରିବା ପରେ ଚେତନଙ୍କ କିନ୍ତୁ ବ୍ୟାଭ୍କ ଚାକିରିରେ ମନ ଲାଗିନଥିଲା । ସେ ବ୍ୟାଙ୍କ ଚାକିରି ଛାଡି ଲେଖାଲେଖି କରିବା ପାଇଁ ମୁମ୍ବାଇ ଚାଲିଅସିଥିଲେ ।
ଲେଖକ ଜୀବନ
[ସମ୍ପାଦନା]ଲେଖାଲେଖି କରିବାରେ ତାଙ୍କର ପ୍ରବଳ ନିଶା ଥିବାରୁ ସେ ବ୍ୟାଙ୍କ ଚାକିରି ଛାଡି ସିଧା ମୁମ୍ବାଇ ଚାଲିଆସିଥିଲେ । ୨୦୦୪ରେ ଚେତନଙ୍କ ପ୍ରଥମ ପୁସ୍ତକ ଫାଇଭ ପଏଣ୍ଟ ସମୱାନ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ଏହି ପୁସ୍ତକଟି ତାଙ୍କ ଆଇଆଇଟି ଛାତ୍ର ଜୀବନ ଉପରେ ଆଧାରିତ ଥିଲା । ଏହି ପୁସ୍ତକଟି ଚେତନଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହି ପୁସ୍ତକ ଉପରେ ଆଧାରିତ ଅମିର ଖାନଙ୍କ ଅଭିନୀତ ଥ୍ରି ଇଡିଅଟସ ଫିଲ୍ମ ଲୋକପ୍ରିୟତାର ଶିର୍ଷରେ ଥିଲା। ୨୦୦୫ରେ ଚେତନଙ୍କ ଦ୍ୱିତୀୟ ବହି ୱାନ ନାଇଟ୍ ଆଟ୍ ଦ କଲ୍ ସେଣ୍ଟର ବହି ଆସିଥିଲା । ସେହି ବହିକୁ ଆଧାର କରି ହିନ୍ଦୀ ଚଳଚ୍ଚିତ୍ର ହ୍ୟାଲୋ ନିର୍ମାଣ କରାଯାଇଥିଲା। ଏହାର ତିନି ବର୍ଷ ପରେ ଦ ଥ୍ରୀ ମିଷ୍ଚେକସ୍ ଅଫ୍ ମାଇଁ ଲାଇଫ୍ ବଜାରକୁ ଆସିଲା । ଏହି ବହି କ୍ରିକେଟ୍, ରାଜନୀତି ଓ ପ୍ରେମର ତ୍ରିକୋଣୀୟ ପ୍ରେମ ସମ୍ପର୍କ ଉପରେ ଆଧାରିତ । ଏହା ଉପରେ ହିନ୍ଦୀ ଚଳଚ୍ଚିତ୍ର କାଇ ପୋଚେ ନିର୍ମାଣ ହୋଇ ବେଶ ଚର୍ଚ୍ଚାରେ ରହିଥିଲା । ଚେତନଙ୍କ ପୁସ୍ତକ ଟୁ ଷ୍ଟେଟସ୍ ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି । ଏହା ୨୦୧୪ରେ ମୁକ୍ତିଲାଭ କରିବ । ଏଥିରେ ଆଲିଆ ଭଟ୍ଟ ଓ ଅର୍ଜୁନ କପୁର ଅଭିନୟ କରୁଛନ୍ତି । ଏହାପରେ ଟୁ ଷ୍ଟେଟସ୍ - ଦ ଷ୍ଟୋରି ଅଫ୍ ମାଇଁ ମ୍ୟାରେଜ୨୦୦୯, ରିଭଲ୍ୟୁସନ୍ ୨୦୨୦ ୨୦୧୧ ଓ ହ୍ୟାଟ୍ ୟଙ୍ଗ ଇଣ୍ଡିଆ ଓ୍ୱାଣ୍ଟସ୍ ୨୦୧୨ ଆସିଥିଲା । ଚେତନଜଣେ ମୋଟିଭେସନାଲ ସ୍ପିକର ମଧ୍ୟ । ସେ ଆଇଆଇଟି ଓ ମ୍ୟାନେଜମେଣ୍ଟର ଛାତ୍ରମାନଙ୍କୁ ଅନେକ ସମୟରେ ଉଦବେଧନ ଦେଇଥାନ୍ତି। ଚଳଚ୍ଚିତ୍ରଜଗତରେ ମଧ୍ୟ ସେ କବଜା କରିସାରିଲେଣି । ହ୍ୟାଲୋ, ଥ୍ରି ଇଡିଅଟସ ଓ କାଇପୋଚେ ଫିଲ୍ମ ତାଙ୍କ ରଚିତ ପୁସ୍ତକଗୁଡ଼ିକ ଉପରେ ତିଆରି ହୋଇଛି । ଚେତନ ହ୍ୟାଲୋ ଫିଲ୍ମ ପରେ ଏବେ କିକ୍ର କାହାଣୀ ଲେଖୁଛନ୍ତି। ଚେତନ କେବଳ ଉପନ୍ୟାସ ମଧ୍ୟରେ ନିଜକୁ ସିମିତ ରଖିନାହାନ୍ତି ଜଣେ ସମାଜ ସଚେତକ ଭାବେ ସେ ବିଭିନ୍ନ ସମ୍ବାଦପତ୍ରରେ ସାମାଜିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥାନ୍ତି । ତାଙ୍କର ଲେଖା ଉପରେ ଅନେକଥର ସଂସଦରେ ତର୍କ ବିତର୍କ ମଧ୍ୟ ହୋଇଛି । ଅତି ସାଧାରଣ ଭାବେ ପ୍ରତ୍ୟେକ ଜିନିଷକୁ ବର୍ଣ୍ଣନା କରିବାର ଶୈଳି ପାଇଁ ଭାରତୀୟ ଯୁବପିଢି ଚେତନଙ୍କ ବହିଗୁଡ଼ିକ ପ୍ରତି ବହୁ ମାତ୍ରାରେ ଆକୃଷ୍ଟ ହେଉଛନ୍ତି । ତେବେ ଷ୍ଟାର ଆଙ୍କର ହଣ୍ଟ ନାମକ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ବିଚାରପତି ମଧ୍ୟ ହୋଇଥିଲେ ।କମେଡି ନାଇଟ୍ ଉଇଥ୍ କପିଲ୍ରେ ମଧ୍ୟ ସେ ଅଂସଗ୍ରହଣ କରିଥିଲେ ।
ଆଧାର
[ସମ୍ପାଦନା]- ↑ Time 100 most influential people in the world list 2010 Archived 2013-08-25 at the Wayback Machine.. Time.com. Retrieved on 2012-06-19.
ବାହାର ତଥ୍ୟ
[ସମ୍ପାଦନା]

- Chetan Bhagat's official site
- ଇଣ୍ଟରନେଟ ମୁଭି ଡାଟାବେସରେ ଚେତନ ଭଗତ
- [Chetan Bhagat Novels] Archived 2014-12-16 at the Wayback Machine.