ଚେକ୍ରୋବୋଲୁ ସ୍ୱାରୋ
ବ୍ୟକ୍ତିଗତ ତଥ୍ୟ | |
---|---|
ଜାତୀୟତା | ଭାରତୀୟ |
ଜନ୍ମ | ୨୧ ନଭେମ୍ବର ୧୯୮୨ |
ଘର | ଡିମାପୁର, ନାଗାଲାଣ୍ଡ, ଭାରତ |
Sport | |
ଦେଶ | ଭାରତ |
କ୍ରୀଡ଼ା | ଆର୍ଚେରୀ |
ଚେକ୍ରୋବୋଲୁ ସ୍ୱାରୋ (ଜନ୍ମ୨୧ ନଭେମ୍ବର ୧୯୮୨ ମସିହାରେ ଡିଜୁଲ୍ମି ଗ୍ରାମରେ, ଫେକ ଜିଲ୍ଲା, ନାଗାଲ୍ୟାଣ୍ଡ [୧]) ଜଣେ ଭାରତୀୟ ଧନୁର୍ଦ୍ଧର ଅଟନ୍ତି । ସେ କ୍ରମଶଃ ବୁସାନ, ଦକ୍ଷୀଣ କୋରିୟା ଏବଂ ଦୋହା, କତରରେ ଆୟୋଜିତ ୨୦୦୨ ଏସିଆ ଖେଳ ଏବଂ ୨୦୦୬ ଏସିଆ ଖେଳରେ ଧନୁର୍ଦ୍ଧର ଖେଳରେ ଭାରତକୁ ପ୍ରତିନିଧିତ୍ୱ କରନ୍ତି । ସେ ଟୁରିନ, ଇଟାଲୀରେ ଆୟୋଜିତ ୨୦୧୧ ବିଶ୍ୱ ଧନୁର୍ଦ୍ଧାରୀ ଚମ୍ପିଆନଶପରେ ରଜତ ପଦକ ବିଜେତା ଟିମର ସଦସ୍ୟ ରହିଛନ୍ତି ।[୨] ଟୁରିନରେ ୨୦୧୧ ବିଶ୍ୱ ଧନୁର୍ଦ୍ଧାରୀ ଚମ୍ପିଆନଶପରେ ଟୀମ ଆୟୋଜନରେ ରଜତ ପଦକ ଜିତି ସେ ମହିଳା ଏବଂ ଟୀମର ଧନୁର୍ଦ୍ଧାରରେ ୨୦୧୨ ଗ୍ରୀଷ୍ମକାଳୀନ ଅଲିମ୍ପିକ ପାଇଁ ଯୋଗ୍ୟଥିଲେ ।[୩][୪]
ବ୍ୟାକ୍ତିଗତ ଜୀବନ
[ସମ୍ପାଦନା]ସ୍ୱାରୋ ଦୀମାପୁର, ନାଗାଲ୍ୟାଣ୍ଡରେ ରହନ୍ତି । ସେ ନାଗାଲ୍ୟାଣ୍ଡ ସଶସ୍ତ୍ର ପୁଲିସ (ଏନଏପି)ରେ ପୁଲିସ ଅଧୀକ୍ଷକ (ଡୀଏସପି) ଆଧାରରେ କାମ କରୁଥିଲେ । ତାଙ୍କ ବଡ଼ ଭଉଣୀ, "ବସୁଜୋଲୁ ଏସ. ବେଦୀ", ଜଣେ ପୂର୍ବ ରାଷ୍ଟ୍ରୀୟ ଆର୍ଚର ଥିଲେ । ସେ ଏକ ଦଶକରୁ ଅଧିକ ସମୟ ପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରତିସ୍ପର୍ଦ୍ଧା କରୁଥିଲେ, ଯାହା ଅନୁସାରେ ସେ ବହୁ ପଦକ ଜିତିଥିଲେ । ସ୍ୱାରୋ ୨୦୧୨ ଲଣ୍ଡନ ଅଲିମ୍ପିକ ଖେଳରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୬୪ ବର୍ଷ ଅନ୍ତରାଳ ପରେ ଅଲିମ୍ପିକରେ ଭାଗ ନେଉଥିବା ଦ୍ୱିତୀୟ ନାଗା ଆଥେଲିଟିକ୍ସ ଅଟେ ।[୫][୬]
ମାନ୍ୟତା
[ସମ୍ପାଦନା]- ଅର୍ଜୁନ ପୁରସ୍କାର ୨୦୧୩
ଆଧାର
[ସମ୍ପାଦନା]- ↑ Chekrovolu Swuro
- ↑ Chekrovolu Swuro - the second Olympian from Nagaland Archived 2016-04-23 at the Wayback Machine., India-north-east.com
- ↑ "Biography of Chekrovolu Swuro". opex.nic.in. Archived from the original on 4 ଅକ୍ଟୋବର 2013. Retrieved 10 ଜୁଲାଇ 2012.
- ↑ "Indian archers seem poised for medals at olympics". The times of India. Retrieved 10 July 2012.
- ↑ "Indian archers seem poised for medals at olympics". The times of India. Retrieved 10 July 2012.
- ↑ "Chekrovolu Swuro: A Role Model For Young Nagas". Archived from the original on 17 ଜୁଲାଇ 2012. Retrieved 10 ଜୁଲାଇ 2012.