ଚେକ୍ରୋବୋଲୁ ସ୍ୱାରୋ

ଉଇକିପିଡ଼ିଆ‌ରୁ
ଚେକ୍ରୋବୋଲୁ ସ୍ୱାରୋ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1982-11-21) ୨୧ ନଭେମ୍ବର ୧୯୮୨ (ବୟସ ୪୧)
ଘରଡିମାପୁର, ନାଗାଲାଣ୍ଡ, ଭାରତ
Sport
ଦେଶଭାରତ
କ୍ରୀଡ଼ାଆର୍ଚେରୀ

ଚେକ୍ରୋବୋଲୁ ସ୍ୱାରୋ (ଜନ୍ମ୨୧ ନଭେମ୍ବର ୧୯୮୨ ମସିହାରେ ଡିଜୁଲ୍ମି ଗ୍ରାମରେ, ଫେକ ଜିଲ୍ଲା, ନାଗାଲ୍ୟାଣ୍ଡ [୧]) ଜଣେ ଭାରତୀୟ ଧନୁର୍ଦ୍ଧର ଅଟନ୍ତି । ସେ କ୍ରମଶଃ ବୁସାନ, ଦକ୍ଷୀଣ କୋରିୟା ଏବଂ ଦୋହା, କତରରେ ଆୟୋଜିତ ୨୦୦୨ ଏସିଆ ଖେଳ ଏବଂ ୨୦୦୬ ଏସିଆ ଖେଳରେ ଧନୁର୍ଦ୍ଧର ଖେଳରେ ଭାରତକୁ ପ୍ରତିନିଧିତ୍ୱ କରନ୍ତି । ସେ ଟୁରିନ, ଇଟାଲୀରେ ଆୟୋଜିତ ୨୦୧୧ ବିଶ୍ୱ ଧନୁର୍ଦ୍ଧାରୀ ଚମ୍ପିଆନଶପରେ ରଜତ ପଦକ ବିଜେତା ଟିମର ସଦସ୍ୟ ରହିଛନ୍ତି ।[୨] ଟୁରିନରେ ୨୦୧୧ ବିଶ୍ୱ ଧନୁର୍ଦ୍ଧାରୀ ଚମ୍ପିଆନଶପରେ ଟୀମ ଆୟୋଜନରେ ରଜତ ପଦକ ଜିତି ସେ ମହିଳା ଏବଂ ଟୀମର ଧନୁର୍ଦ୍ଧାରରେ ୨୦୧୨ ଗ୍ରୀଷ୍ମକାଳୀନ ଅଲିମ୍ପିକ ପାଇଁ ଯୋଗ୍ୟଥିଲେ ।[୩][୪]

ବ୍ୟାକ୍ତିଗତ ଜୀବନ[ସମ୍ପାଦନା]

ସ୍ୱାରୋ ଦୀମାପୁର, ନାଗାଲ୍ୟାଣ୍ଡରେ ରହନ୍ତି । ସେ ନାଗାଲ୍ୟାଣ୍ଡ ସଶସ୍ତ୍ର ପୁଲିସ (ଏନଏପି)ରେ ପୁଲିସ ଅଧୀକ୍ଷକ (ଡୀଏସପି) ଆଧାରରେ କାମ କରୁଥିଲେ । ତାଙ୍କ ବଡ଼ ଭଉଣୀ, "ବସୁଜୋଲୁ ଏସ. ବେଦୀ", ଜଣେ ପୂର୍ବ ରାଷ୍ଟ୍ରୀୟ ଆର୍ଚର ଥିଲେ । ସେ ଏକ ଦଶକରୁ ଅଧିକ ସମୟ ପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରତିସ୍ପର୍ଦ୍ଧା କରୁଥିଲେ, ଯାହା ଅନୁସାରେ ସେ ବହୁ ପଦକ ଜିତିଥିଲେ । ସ୍ୱାରୋ ୨୦୧୨ ଲଣ୍ଡନ ଅଲିମ୍ପିକ ଖେଳରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୬୪ ବର୍ଷ ଅନ୍ତରାଳ ପରେ ଅଲିମ୍ପିକରେ ଭାଗ ନେଉଥିବା ଦ୍ୱିତୀୟ ନାଗା ଆଥେଲିଟିକ୍ସ ଅଟେ ।[୫][୬]

ମାନ୍ୟତା[ସମ୍ପାଦନା]

  • ଅର୍ଜୁନ ପୁରସ୍କାର ୨୦୧୩

ଆଧାର[ସମ୍ପାଦନା]

  1. Chekrovolu Swuro
  2. Chekrovolu Swuro - the second Olympian from Nagaland Archived 2016-04-23 at the Wayback Machine., India-north-east.com
  3. "Biography of Chekrovolu Swuro". opex.nic.in. Archived from the original on 4 ଅକ୍ଟୋବର 2013. Retrieved 10 ଜୁଲାଇ 2012.
  4. "Indian archers seem poised for medals at olympics". The times of India. Retrieved 10 July 2012.
  5. "Indian archers seem poised for medals at olympics". The times of India. Retrieved 10 July 2012.
  6. "Chekrovolu Swuro: A Role Model For Young Nagas". Archived from the original on 17 ଜୁଲାଇ 2012. Retrieved 10 ଜୁଲାଇ 2012.