ଚିନୁଆ ଆଚେବେ

ଉଇକିପିଡ଼ିଆ‌ରୁ
ଚିନୁଆ ଆଚେବେ (Chinua Achebe)
Achebe in red cap at lectern
ଆଚେବେ ସନ ୨୦୦୮ରେ
ଜନ୍ମ ଓ ଜନ୍ମସ୍ଥାନଆଲବର୍ଟ ଚିନୁଆଲୁମୋଗୁ ଆଚେବେ (Albert Chinụalụmọgụ Achebe)
(1930-11-16)୧୬ ନଭେମ୍ବର ୧୯୩୦
ଓଗିଡ଼ି (Ogidi), କଲୋନିଆଲ ନାଇଜେରିଆ (British Nigeria)
ମୃତ୍ୟୁ୨୧ ମାର୍ଚ୍ଚ ୨୦୧୩(2013-03-21) (ବୟସ ୮୨)
ବୋସ୍ଟୋନ (Boston), ମାସାଚୁସେଟ (Massachusetts), US
ସମାଧି ସ୍ଥଳଓଗିଡ଼ି (Ogidi), ନାଇଜେରିଆ
ବୃତ୍ତି
  • ଲେଖକ ଓ ଶିକ୍ଷକ
  • —David and Marianna Fisher University Professor and Professor of Africana Studies Brown University (୨୦୦୯–୨୦୧୩)
  • —Charles P. Stevenson Professor of Languages and Literature Bard College (1990–2008)
ଜାତୀୟତାନାଇଜେରିଆ ଇଗୋବୋ (Igbo) of ନାଇଜେରିଆ
ସମୟ୧୯୫୮–୨୦୧୨
ସାହିତ୍ୟ କୃତି
ପୁରସ୍କାର
କାର୍ଯ୍ୟକାଳ୧୯୫୦ – ୨୦୧୩
ଜୀବନସାଥୀକ୍ରିଷ୍ଟିଆନା ଚିନ‌ୱେ ଓକୋଲି (Christiana Chinwe Okoli)
ସନ୍ତାନ୪, ChidiNwando ସ‌ହିତ

ଚିନୁଆ ଆଚେବେ (Chinua Achebe (/ˈɪnwɑː əˈɛb/, ଜନ୍ମ ନାମ ଆଲବର୍ଟ ଚିନୁଆଲୁମୋଗୁ ଆଚେବେ/ Albert Chinụalụmọgụ Achebe, ନଭେମ୍ବର ୧୬, ୧୯୩୦-ମାର୍ଚ୍ଚ ୨୧, ୨୦୧୩) ଜଣେ ନାଇଜେରିଆ ଅଧିବାସୀ ଥିଲେ ଓ ସେ ଉପନ୍ୟାସକାର (novelist), କବି (poet), ପ୍ରଫେସର (professor) ଓ ସମାଲୋଚକ (critic) ଥିଲେ ।[୧] ତାଙ୍କର ପ୍ରଥମ ଉପନ୍ୟାସ ଥିଙ୍ଗସ ଫଲ ଆପାର୍ଟ (Things Fall Apart -1958), ତାଙ୍କର ସର୍ବଶ୍ରେଷ୍ଠ କୃତି ରୂପେ ବିବେଚନା କରାଯାଏ,[୨] ଓ ଆଧୁନିକ ଆଫ୍ରିକୀୟ ସାହିତ୍ୟରେ (African literature) ବ‌ହୁଳ ଭାବରେ ପଢ଼ାଯାଇଥିବା ପୁସ୍ତକର ସ୍ୱୀକୃତି ପାଇଛି ।[୩] ସେ ମ୍ୟାନ ବୁକର ଇଣ୍ଟରନ୍ୟାସନାଲ ପୁରସ୍କାର ସନ ୨୦୦୭ରେ ପାଇଥିଲେ ।

ଓଗିଡ଼ିର (Ogidi) ଇଗବୋ ସ‌ହର (Igbo), ନାଇଜେରିଆରେ ସେ ପିତାମାତାଙ୍କଦ୍ୱାରା ଲାଳନ ପାଳନ କରାଯାଇଥିଲେ, ସ୍କୁଲରେ ଅତୀବ ଭଲ ପାଠ ପଢ଼ି ମେଡିସିନ ପଢ଼ିବାକୁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ, କିନ୍ତୁ ମନ ବଦଳେଇ ୟୁନିଭରସିଟି କଲେଜ, ବର୍ତ୍ତମାନର ଇବାଦାନ ୟୁନିଭରସିଟିରେ (University of Ibadan) ଇଂରାଜୀ ଭାଷା ପଢ଼ିଲେ ।[୪] ୟୁନିଭରସିଟି ଛାତ୍ରାବସ୍ଥାରେ ସେ ଧର୍ମ ଓ ପାରମ୍ପରିକ ସଂସ୍କୃତିର ମୋହରେ ପଡ଼ି ଗଳ୍ପ ଲେଖିବାକୁ ଆରମ୍ଭ କରିଥିଲେ । ସ୍ନାତକ ହେବା ପରେ ସେ ନାଇଜେରିଆନ ବ୍ରଡ଼କାଷ୍ଟିଙ୍ଗ ସର୍ଭସରେ ଯୋଗ ଦେଇଥିଲେ ଓ ଲାଗୋସ (Lagos) ମେଟ୍ରୋପଲିସକୁ ଯାଇଥିଲେ । ସନ ୧୯୫୦ର ଶେଷ ଭାଗରେ ତାଙ୍କ ରଚିତ ଥିଙ୍ଗସ ଫଲ ଆପାର୍ଟ (Things Fall Apart) ଉପନ୍ୟାସ ନିମନ୍ତେ ପୃଥିବୀବ୍ୟାପୀ ଲୋକଙ୍କର ଦୃଷ୍ଟିରେ ପଡ଼ିଥିଲେ । ତାଙ୍କର ଅନ୍ୟାନ୍ୟ ଉପନ୍ୟାସମାନଙ୍କର ନାମ ନୋ ଲଙ୍ଗର ଆଟ ଇଜ (No Longer at Ease) ୧୯୬୦, ଆରୋ ଅଫ ଗଡ (Arrow of God) ୧୯୬୪, ଏ ମ୍ୟାନ ଅଫ ଦି ପିଓପ୍ଲ (A Man of the People) ୧୯୬୬, ଓ ଆନ୍ଥଲସ ଅଫ ସାଭାନ୍ନାହ (Anthills of the Savannah) ୧୯୮୭ । ଉପନ୍ୟାସ ଗୁଡ଼ିକ ସେ ଇଂରାଜୀ ଭାଷାରେ ଲେଖି କଲୋନାଇଜରସ ଲାଙ୍ଗୁଏଜକୁ ଆଫ୍ରିକୀୟ ସାହିତ୍ୟରେ ସମର୍ଥନ କରିଥିଲେ । ସନ ୧୯୭୫ରେ ତାଙ୍କର ବକ୍ତୃତା ଆନ ଇମେଜ ଅଫ ଆଫ୍ରିକାକୁ (An Image of Africa: Racism in Conrad's "Heart of Darkness") ଜୋସେଫ କନରାଡ଼ (Joseph Conrad) ତିକ୍ତ ସମାଲୋଚନା କରିଥିଲେ କିନ୍ତୁ ପରେ ଏହା ଦି ମାସାଚୁସେଟ ରିଭିୟୁରେ (The Massachusetts Review) ବିବାଦ ମଧ୍ୟରେ ସ୍ଥାନ ପାଇଥିଲା ।

ସନ ୧୯୬୭ରେ ନାଇଜେରିଆରୁ ବିଆଫ୍ରା (Biafra) ଅଲଗା ହୋଇ ଏକ ସ୍ୱତନ୍ତ୍ର ରାଜ୍ୟ ହେଲାବେଳେ ଆଚେବେ ସେହି ନୂଆ ଦେଶର ଜନସାଧାରଣଙ୍କ ରାଷ୍ଟ୍ରଦୂତ ଭଳି ସ୍ୱାଧୀନତା ନିମନ୍ତେ ସମର୍ଥନ କରିଥିଲେ । ଫଳରେ ସେଠାରେ ଗୃହ ଯୁଦ୍ଧ ଲାଗିଗଲା ବେଳେ ମୃତ୍ୟୁ, କ୍ଷୁଧା ଓ ହିଂସା ଜର୍ଜରିତ ଲୋକଙ୍କ ନିମନ୍ତେ ସେ ୟୁରୋପ ଓ ଆମେରିକାର ଲୋକଙ୍କୁ ସାହାଯ୍ୟ ନିମନ୍ତେ ଅପିଲ କରିଥିଲେ । ଏହି ସ୍ଥାନ‌କୁ ସନ ୧୯୭୦ରେ ନାଇଜେରିଆ ସରକାର ପୁନଶ୍ଚ ଅଧିକାର କରିବା ପରେ ସେ ରାଜନୈତିକ ଦଳରେ ଯୋଗ ଦେଇଥିଲେ, କିନ୍ତୁ ପରେ ଦୁର୍ନିତି ହେଉଥିବା ଦେଖି ସେ ତ୍ୟାଗ ପତ୍ର ଦେଇଥିଲେ । ସେ ୧୯୭୦ ଦଶକରେ କିଛି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ବାସ କରିଥିଲେ ଓ ଏକ କାର ଦୁର୍ଘଟଣା ପରେ ବିକଳାଙ୍ଗ ହୋଇ ସେ ସନ ୧୯୯୦ରେ ସେଠାକୁ ଫେରିଥିଲେ ।

ଆଧାର[ସମ୍ପାଦନା]

  1. Ezenwa-Ohaeto, p. 6.
  2. Franklin, Ruth. "After Empire: Chinua Achebe and the Great African Novel". The New Yorker, 26 May 2008. Retrieved 7 December 2010.
  3. Ogbaa, p. xv.
  4. Carl Brucker (1992). "Chinua Achebe 1930-". faculty.atu.edu. Archived from the original on 27 October 2016. Retrieved 26 October 2016.