ଚିତ୍ରା ଦେବ

ଉଇକିପିଡ଼ିଆ‌ରୁ
ଚିତ୍ରା ଦେବ
ଜନ୍ମ ଓ ଜନ୍ମସ୍ଥାନ(1943-11-24)୨୪ ନଭେମ୍ବର ୧୯୪୩
ପୂର୍ଣ୍ଣିଆ
ମୃତ୍ୟୁ୨ ଅକ୍ଟୋବର ୨୦୧୭(୨୦୧୭-୧୦-୦୨)
କଲିକତା
ବୃତ୍ତିଲେଖକ
ଜାତୀୟତାଭାରତୀୟ
ସାହିତ୍ୟ କୃତି ଠାକୁରବୀର ଆନ୍ଦରମହଲ
ପୁରସ୍କାରଚିତ୍ତରଂଜନ ବୃନ୍ଦାବୋଧ ଜନ୍ମ ଶତବାର୍ଷିକୀ ପୁରସ୍କାର
ଜୀବନସାଥୀଅବିବାହିତ

ଚିତ୍ରା ଦେବ (୨୪ ନଭେମ୍ବର ୧୯୪୩ - ୨ ଅକ୍ଟୋବର ୨୦୧୭) ଜଣେ ବଙ୍ଗଳା-ଭାଷୀ ଔପନ୍ୟାସିକା ତଥା ସମ୍ପାଦିକା ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୧୯୪୩ ମସିହାରେ ବ୍ରିଟିଶ ଭାରତର ପୂର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସ୍ନାତକୋତ୍ତର ଓ ପିଏଚ୍.ଡି. କଲିକତା ବିଶ୍ୱବିଦ୍ୟାଳୟରୁ ବଙ୍ଗଳା ସାହିତ୍ୟରେ ସମାପ୍ତ କରିଥିଲେ ।[୧]

ସାହିତ୍ୟିକ ବୃତ୍ତି[ସମ୍ପାଦନା]

ଚିତ୍ରା ଆନନ୍ଦବଜାର ପତ୍ରିକାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୮୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେହି ପତ୍ରିକାରେ କାର୍ଯ୍ୟ କରିଥିଲେ । ସେ ଏବିପିର ଲାଇବ୍ରେରୀ ବିଭାଗର ଦାୟିତ୍ୱରେ ଥିଲେ । ଦେବ ଅନେକ ପୁସ୍ତକ ସମ୍ପାଦନ ଓ ଅନୁବାଦ କରିଛନ୍ତି ଏବଂ ପିଲାମାନଙ୍କ ପାଇଁ ତାଙ୍କର କିଛି ଐତିହାସିକ ଉପନ୍ୟାସ ମଧ୍ୟ ରହିଛି । ସେ ବଙ୍ଗଳାର ସାମାଜିକ ତଥା ସାଂସ୍କୃତିକ ଇତିହାସରେ ମହିଳାମାନଙ୍କ ଅବଦାନ ଉପରେ ଗବେଷଣା କରି ସେମାନଙ୍କ ବିଷୟରେ ଲେଖିଛନ୍ତି । ଦେବଙ୍କର ସବୁଠାରୁ ଲୋକପ୍ରିୟ କାର୍ଯ୍ୟ ଠାକୁର ପରିବାରର ମହିଳାମାନଙ୍କ ସହିତ ସମ୍ବନ୍ଧିତ ହୋଇଥାଏ ।[୨] ତାଙ୍କ ପୁସ୍ତକ ଠାକୁରବୀର ଅନ୍ଦରମହଲ ୧୯୮୦ ମସିହାରେ ପ୍ରକାଶିତ ହୋଇଥିଲା ଯାହା ବଙ୍ଗଳା ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲା ଏବଂ ଅନେକ ଭାଷାରେ ଅନୁବାଦ କରାଯାଇଥିଲା ।.[୩] ସେ ବଙ୍ଗି ସାହିତ୍ୟ ପରିଷଦଦ୍ୱାରା 'ଚିତ୍ତରଂଜନ ବୃନ୍ଦୋପାଧ୍ୟାୟ ଜନ୍ମ ଶତବାର୍ଷିକୀ ପୁରସ୍କାର' ମଧ୍ୟ ପାଇଥିଲେ । ତାଙ୍କର ପୁସ୍ତକଗୁଡ଼ିକ ହେଉଛି:

  • ଠାକୁରବୀର ଅନ୍ଦରମହଲ
  • ଠାକୁରବୀର ବାହିରମାହଲ
  • ବିବାହୋବସୋରେର କାବ୍ୟୋକଥା
  • ଅନ୍ତୋପୁରର ଆତ୍ମୋକଥା
  • ମହିଳା ଡକ୍ଟର
  • ଭିଙ୍ଗ୍ରାହର ବାସିନ୍ଦା
  • ଆପନ ଖିଆଲେ ଚୋଲେନ ରାଜା
  • ରୁପୋବୋତୀର ମାଲା
  • ଭରତେର ରାଣୀ
  • ବୁଦ୍ଧଦେବ କେମାନ ଦେଖତେ ଚିଲେନ
  • ଅଦ୍ଭୁତ ଜାତୋ ହାତିର ଗାଲପୋ
  • ସିଦ୍ଧିଦତାର ଅନ୍ତୋରଧନ

ମୃତ୍ୟୁ[ସମ୍ପାଦନା]

ମ୍ୟାସ୍ଥେନିଆ ଗ୍ରାଭିସ ରୋଗର ଶିକାର ହୋଇ ୨ ଅକ୍ଟୋବର ୨୦୧୭ରେ କଲିକତାରେ ମୃତ୍ୟୁ ବରଣ କରିଥିଲେ ସେ ।[୪]

ଆଧାର[ସମ୍ପାଦନା]

  1. "Chitra Deb". Penguin India. Archived from the original on 28 March 2017. Retrieved 1 June 2023.
  2. Chitra Deb (6 April 2010). Women of The Tagore Household. ISBN 9789352141876. Retrieved 25 April 2018.
  3. "Tagores we didn't know about". The Times of India. 8 May 2010. Retrieved 25 April 2018.
  4. "প্রয়াত চিত্রা দেব". anandabazar.com. Retrieved 25 April 2018.