ଚିତ୍ରଙ୍ଗଦା ସିଂହ
ଚିତ୍ରଙ୍ଗଦା ସିଂହ (ଜନ୍ମ: ୩୦ ଅଗଷ୍ଟ ୧୯୭୬)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି ।[୨] ୟେ ଶାଲୀ ଜିନ୍ଦେଗି, ହଜାରୋଁ ଖ୍ୱାଇସେଁ ଏଇସି, ଦେସି ବଏଜ୍, ଇନ୍କାର୍, ଆଇ ମି ଔର୍ ମେଁ ଭଳି କଥାଚିତ୍ରରେ ଚିତ୍ରଙ୍ଗଦା ଅଭିନୟ କରିଛନ୍ତି ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଚିତ୍ରଙ୍ଗଦା ୩୦ ଅଗଷ୍ଟ ୧୯୭୬ରେ ରାଜସ୍ତାନର ଯୋଧପୁରଠାରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କର୍ଣ୍ଣେଲ ନିରଞ୍ଜନ ସିଂହ, ଜଣେ ପ୍ରାକ୍ତନ ଭାରତୀୟ ସେନା ଅଧିକାରୀ । ତାଙ୍କ ଭାଇ ଦିଗ୍ବିଜୟ ସିଂହ, ଜଣେ ଗଲ୍ଫ ଖେଳାଳୀ । ମୀରୁଟ୍ର ସୋଫିଆ ବାଳିକା ବିଦ୍ୟାଳୟରୁ ଚିତ୍ରଙ୍ଗଦାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ ହେବା ପରେ ସେ ଦିଲ୍ଲୀର ଲେଡି ଆର୍ୱିନ୍ କଲେଜରୁ ଗୃହ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ।[୪] ଚିତ୍ରଙ୍ଗଦା କଥକ ନୃତ୍ୟର ମୌଳିକ ଭଙ୍ଗୀଗୁଡ଼ିକ ଶିକ୍ଷା କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଚିତ୍ରଙ୍ଗଦା ପ୍ରଥମେ ଜନେ ମଡେଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ତାଙ୍କର ସ୍ନାତକ ହାସଲ ପରେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଅଲ୍ଲୁକ୍କାସ୍ ଗହଣାର ବିଜ୍ଞାପନରେ ଅଭିନୟ କରିଥିଲେ । ଗୁଲ୍ଜାର୍ଙ୍କର ଏକ ଗୀତ ସନ୍ସେଟ୍ ପଏଣ୍ଟରେ ଚିତ୍ରଙ୍ଗଦା ନୃତ୍ୟ କରିଥିଲେ । ଏହି ନୃତ୍ୟ ଜରିଆରେ ସେ ଲୋକଲୋଚନକୁ ଆସିଥିଲେ ।[୫]
୨୦୦୩ରେ ସୁଧିର ମିଶ୍ରଙ୍କର ଚଳଚ୍ଚିତ୍ର ହଜାରୋଁ ଖ୍ୱାଇସେଁ ଏଇସି ଜରିଆରେ ଚିତ୍ରଙ୍ଗଦା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ଏହି ଚଳଚ୍ଚିତ୍ର ପାଇଁ ସେ ସମୀକ୍ଷକଙ୍କଠାରୁ ଭଲ ମନ୍ତବ୍ୟ ପାଇଥିଲେ ।[୭] ଏହାପରେ ସେ ହିନ୍ଦୀ କଥାଚିତ୍ର କଲ୍: ୟେଷ୍ଟରଡେ ଆଣ୍ଡ ଟୁମୋରୋରେ ୨୦୦୫ରେ ଅଭିନୟ କରିଥିଲେ ।[୮]
୨୦୦୫ରୁ ୨୦୦୮ ଯାଏଁ ସେ ଅଭିନୟ ଦୁନିଆରେ ଦୂରେଇ ଯାଇଥିଲେ ।[୯][୧୦] ୨୦୦୮ରେ ସେ ନିର୍ଦ୍ଦେଶକ ଓନିର୍ଙ୍କ ଚଳଚ୍ଚିତ୍ର ସରି ଭାଇରେ ସଞ୍ଜୟ ସୁରୀଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୧] ଏହି ଚଳଚ୍ଚିତ୍ରଟି ୨୦୦୮ର ମୁମ୍ବାଇ ଆକ୍ରମଣ ସମୟରେ ମୁକ୍ତିଲାଭ କରିଥିଲେ ।[୧୨][୧୩]
ଏହାପରେ ସେ ୨୦୧୧ରେ ସୁଧୀର ମିଶ୍ରଙ୍କର ଚଳଚ୍ଚିତ୍ର ୟେ ଶାଲୀ ଜିନ୍ଦେଗୀରେ ଅଭିନୟ କରିଥିଲେ । ଏହାପରେ ସେ ରୋହିତ ଧବନଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦେଶି ବୟେଜ୍ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଦୀପିକା ପାଦୁକୋନ, ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୨ରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଯୋକରରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ । ୨୦୧୩ରେ ସେ ହିନ୍ଦୀ କଥାଚିତ୍ର ଆଇ ମି ଔର୍ ମେଁରେ ଅଭିନେତା ଜନ୍ ଆବ୍ରାହମ୍ଙ୍କ ସହ ଅଭିନୟ କରିଥିଲେ ।[୧୪] ୨୦୧୪ରେ ସେ ତାମିଲ କଥାଚିତ୍ର ଅଞ୍ଜାନ୍)ରେ ଅଭିନେତା ସୁର୍ଯ୍ୟ ଶିବକୁମାରଙ୍କ ସହ ଏକ ଗୀତରେ ନୃତ୍ୟ କରିଥିଲେ । ୨୦୧୩ରେ ସେ ସୁଧିର ମିଶ୍ରଙ୍କର ଏକ ଛୋଟ ଚଳଚ୍ଚିତ୍ର କିର୍ଚ୍ଚିୟାଁରେ ଅଭିନୟ କରିଥିଲେ ।[୧୫]
୨୦୧୫ରେ ସେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଗବର୍ ଇଜ୍ ବ୍ୟାକ୍ରେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ ।[୧୬]
ବିଜ୍ଞାପନ ଏବଂ ମୁଖ୍ୟ ପ୍ରଚାରକ
[ସମ୍ପାଦନା]ଚିତ୍ରଙ୍ଗଦା ଏୟାରଟେଲ, ପାରାଚ୍ୟୁଟ୍, ପୁମା, ବୋର୍ଗେଜ୍ ଅଲିଭ୍ ଅଏଲ୍, ଗ୍ରାନିୟର୍, ଅଲିଭା କ୍ରାକର୍ସ, ତାଜ୍ ମହଲ୍ ଚାହା ଏବଂ ଜୋୟାଲୁକ୍କ୍ସ୍ ଗହଣା ଆଦିର ବିଜ୍ଞାପନ ପାଇଁ ମୁଖ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ । ସେ ଟାଟା କମ୍ପାନୀର ତନିସ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ ।[୧୭] ଏଥି ସହ ସେ ଟାଇଟନ୍ କମ୍ପାନୀର ଆଇ୍ ପ୍ଲସ୍ ପାଇଁ ମଧ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ ।[୧୮]
ନିଜ ଜୀବନ
[ସମ୍ପାଦନା]ଚିତ୍ରଙ୍ଗଦା ଜଣେ ଗଲ୍ଫ ଖେଳାଳୀ ଜ୍ୟୋତି ରାନ୍ଧୱାଲାଙ୍କୁ ୨୦୦୧ରେ ବିବାହ କରିଥିଲେ । ୨୦୧୩ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା ଏବଂ ପରେ ଉଭୟ ୨୦୧୪ରେ ଛାଡ଼ପତ୍ର ନେଇ ସରକାରୀ ଭାବରେ ଅଲଗା ହୋଇଯାଇଥିଲେ ।[୧୯] ସେମାନଙ୍କର ଗୋଟିଏ ପୁଅ ଅଛି, ଜୁରାବର । ସେ ତା' ମାଆ ଅର୍ଥାତ ଚିତ୍ରଙ୍ଗଦାଙ୍କ ପାଖରେ ରହୁଛି ।[୨୦][୨୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୩: ହଜାରୋଁ ଖ୍ୱାଇସେଁ
- ୨୦୦୫: କଲ୍: ୟେଷ୍ଟରଡେ ଆଣ୍ଡ ଟୁମୋରୋ
- ୨୦୦୮: ସରି ଭାଇ
- ୨୦୧୧: ୟେ ଶାଲୀ ଜିନ୍ଦେଗୀ
- ୨୦୧୧: ଦେଶି ବୟେଜ୍
- ୨୦୧୨: ଜୋକର୍
- ୨୦୧୩: ଇନ୍କାର୍
- ୨୦୧୩: ଆଇ ମି ଔର୍ ମେଁ
- ୨୦୧୩: କିର୍ଚ୍ଚିୟାଁ
- ୨୦୧୪: ଅଞ୍ଜାନ୍ (ତାମିଲ କଥାଚିତ୍ର)
- ୨୦୧୫: ଗବର୍ ଇଜ୍ ବ୍ୟାକ୍
ଆଧାର
[ସମ୍ପାଦନା]- ↑ "Chitrangda Singh".
- ↑ "Personal Agenda: Chitrangada Singh". Hindustan Times. 16 March 2012. Archived from the original on 20 March 2012. Retrieved 17 May 2017.
- ↑ "Chitrangada Singh Mini Biography". Perfectpeople.net. Retrieved 17 May 2017.
- ↑ "Lady Irwin was strict: Chitrangada Singh". The Hindustan Times. 3 July 2009. Archived from the original on 27 March 2020. Retrieved 17 May 2017.
- ↑ "The next Smita Patil". Calcutta, India: The Telegraph. 14 Apr 2005. Retrieved 17 May 2017.
- ↑ The Comeback Girl Indian Express, 11 November 2008.
- ↑ 'A Thousand Dreams': Impassioned in India by John Pancake, Washington Post. 21 April 2005.
- ↑ "Chitrangda turns playback singer". The Times Of India. 23 July 2012. Archived from the original on 2013-06-10. Retrieved 2017-05-17.
- ↑ 'Chitrangada is just taking a break' Ashok Chatterjee, TNN, The Times of India, 8 November 2005.
- ↑ "Chitrangada not in golfing news". The Times of India. 6 September 2009. Archived from the original on 5 November 2012. Retrieved 17 May 2017.
- ↑ "Chitrangada is back!". Rediff. Retrieved 17 May 2017.
- ↑ Sorry Bhai is new beginning for me, says Chitrangada Singh IANS, Sify.com, Wednesday, 29 October 2008.
- ↑ Me and slapstick humor? Not sure: Chitrangda Singh Indian Express, 19 December 2008.
- ↑ "Chitrangada: I wasn't taken seriously as an actor". Retrieved 17 May 2017.
- ↑ "Sudhir Mishra, Chitrangada Singh team up again in Kirchiyaan". First Post. 31 January 2013. Retrieved 17 May 2017.
- ↑ "Chitrangada again with Akshay" Retrieved 17 May 2017
- ↑ "tanishk". Archived from the original on 14 February 2013. Retrieved 17 May 2017.
- ↑ "Chitrangada bags another brand" .Retrieved 17 May 2017
- ↑ "Chitrangada Singh, Jyoti Randhawa granted divorce". Archived from the original on 3 October 2014. Retrieved 17 May 2017.
- ↑ "Celebrity splits of 2013". Archived from the original on 8 December 2015. Retrieved 17 May 2017.
- ↑ "Chitrangada Singh divorces Jyoti Randhawa, fears losing custody of son Zoravar". Retrieved 17 May 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚିତ୍ରଙ୍ଗଦା ସିଂହ