ଚିତ୍ରଙ୍ଗଦା ସିଂହ

ଉଇକିପିଡ଼ିଆ‌ରୁ
(Chitrangada Singhରୁ ଲେଉଟି ଆସିଛି)
ଚିତ୍ରଙ୍ଗଦା ସିଂହ
ରାଜି ଚଳଚ୍ଚିତ୍ରର ପ୍ରମୋଶନ ବେଳେ ଚିତ୍ରଙ୍ଗଦା
ଜନ୍ମ
ଚିତ୍ରଙ୍ଗଦା ସିଂହ

(1976-08-30) ୩୦ ଅଗଷ୍ଟ ୧୯୭୬ (ବୟସ ୪୭)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୩–ଏବେଯାଏଁ
ବୈବାହିକ-ସାଥୀ(s)ଜ୍ୟୋତି ସିଂହ ରନ୍ଧାୱାଲା
(୨୦୦୧–୨୦୧୪)
ପିତାମାତାନିରଞ୍ଜନ ସିଂହ
ପରିବାରଦିଗ୍‌ବିଜୟ ସିଂହ (ବଡ଼ ଭାଇ)

‌ଚିତ୍ରଙ୍ଗଦା ସିଂହ‌ (ଜନ୍ମ: ୩୦ ଅଗଷ୍ଟ ୧୯୭୬)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି ।[୨] ୟେ ଶାଲୀ ଜିନ୍ଦେଗି, ହଜାରୋଁ ଖ୍ୱାଇସେଁ ଏଇସି, ଦେସି ବଏଜ୍, ଇନ୍‌କାର୍, ଆଇ ମି ଔର୍ ମେଁ ଭଳି କଥାଚିତ୍ରରେ ଚିତ୍ରଙ୍ଗଦା ଅଭିନୟ କରିଛନ୍ତି ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଚିତ୍ରଙ୍ଗଦା ୩୦ ଅଗଷ୍ଟ ୧୯୭୬ରେ ରାଜସ୍ତାନର ଯୋଧପୁରଠାରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କର୍ଣ୍ଣେଲ ନିରଞ୍ଜନ ସିଂହ, ଜଣେ ପ୍ରାକ୍ତନ ଭାରତୀୟ ସେନା ଅଧିକାରୀ । ତାଙ୍କ ଭାଇ ଦିଗ୍‌ବିଜୟ ସିଂହ, ଜଣେ ଗଲ୍ଫ ଖେଳାଳୀ । ମୀରୁଟ୍‌ର ସୋଫିଆ ବାଳିକା ବିଦ୍ୟାଳୟରୁ ଚିତ୍ରଙ୍ଗଦାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ ହେବା ପରେ ସେ ଦିଲ୍ଲୀର ଲେଡି ଆର୍‌ୱିନ୍ କଲେଜରୁ ଗୃହ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ।[୪] ଚିତ୍ରଙ୍ଗଦା କଥକ ନୃତ୍ୟର ମୌଳିକ ଭଙ୍ଗୀଗୁଡ଼ିକ ଶିକ୍ଷା କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଚିତ୍ରଙ୍ଗଦା ପ୍ରଥମେ ଜନେ ମଡେଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ତାଙ୍କର ସ୍ନାତକ ହାସଲ ପରେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଅଲ୍ଲୁକ୍କାସ୍ ଗ‌ହଣାର ବିଜ୍ଞାପନରେ ଅଭିନୟ କରିଥିଲେ । ଗୁଲ୍‌ଜାର୍‌ଙ୍କର ଏକ ଗୀତ ‌ସନ୍‌ସେଟ୍ ପଏଣ୍ଟ‌ରେ ଚିତ୍ରଙ୍ଗଦା ନୃତ୍ୟ କରିଥିଲେ । ଏହି ନୃତ୍ୟ ଜରିଆରେ ସେ ଲୋକଲୋଚନ‌କୁ ଆସିଥିଲେ ।[୫]

୨୦୦୩ରେ ସୁଧିର ମିଶ୍ରଙ୍କର ଚଳଚ୍ଚିତ୍ର ‌ହଜାରୋଁ ଖ୍ୱାଇସେଁ ଏଇସି‌ ଜରିଆରେ ଚିତ୍ରଙ୍ଗଦା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ଏହି ଚଳଚ୍ଚିତ୍ର ପାଇଁ ସେ ସମୀକ୍ଷକଙ୍କଠାରୁ ଭଲ ମନ୍ତବ୍ୟ ପାଇଥିଲେ ।[୭] ଏହାପରେ ସେ ହିନ୍ଦୀ କଥାଚିତ୍ର ‌କଲ୍: ୟେଷ୍ଟରଡେ ଆଣ୍ଡ ଟୁମୋରୋ‌ରେ ୨୦୦୫ରେ ଅଭିନୟ କରିଥିଲେ ।[୮]

୨୦୦୫ରୁ ୨୦୦୮ ଯାଏଁ ସେ ଅଭିନୟ ଦୁନିଆରେ ଦୂରେଇ ଯାଇଥିଲେ ।[୯][୧୦] ୨୦୦୮ରେ ସେ ନିର୍ଦ୍ଦେଶକ ଓନିର୍‌ଙ୍କ ଚଳଚ୍ଚିତ୍ର ‌ସରି ଭାଇ‌ରେ ସଞ୍ଜୟ ସୁରୀଙ୍କ ସ‌ହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୧] ଏହି ଚଳଚ୍ଚିତ୍ରଟି ୨୦୦୮ର ମୁମ୍ବାଇ ଆକ୍ରମଣ ସମୟରେ ମୁକ୍ତିଲାଭ କରିଥିଲେ ।[୧୨][୧୩]

ଏହାପରେ ସେ ୨୦୧୧ରେ ସୁଧୀର ମିଶ୍ରଙ୍କର ଚଳଚ୍ଚିତ୍ର ‌ୟେ ଶାଲୀ ଜିନ୍ଦେଗୀ‌ରେ ଅଭିନୟ କରିଥିଲେ । ଏହାପରେ ସେ ରୋହିତ ଧବନଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌ଦେଶି ବୟେଜ୍‌‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ଦୀପିକା ପାଦୁକୋନ, ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୨ରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଯୋକରରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ । ୨୦୧୩ରେ ସେ ହିନ୍ଦୀ କଥାଚିତ୍ର ‌ଆଇ ମି ଔର୍ ମେଁ‌ରେ ଅଭିନେତା ଜନ୍ ଆବ୍ରାହମ୍‌ଙ୍କ ସ‌ହ ଅଭିନୟ କରିଥିଲେ ।[୧୪] ୨୦୧୪ରେ ସେ ତାମିଲ କଥାଚିତ୍ର ‌ଅଞ୍ଜାନ୍‌)ରେ ଅଭିନେତା ସୁର୍ଯ୍ୟ ଶିବକୁମାରଙ୍କ ସ‌ହ ଏକ ଗୀତରେ ନୃତ୍ୟ କରିଥିଲେ । ୨୦୧୩ରେ ସେ ସୁଧିର ମିଶ୍ରଙ୍କର ଏକ ଛୋଟ ଚଳଚ୍ଚିତ୍ର ‌କିର୍ଚ୍ଚିୟାଁ‌ରେ ଅଭିନୟ କରିଥିଲେ ।[୧୫]

୨୦୧୫ରେ ସେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‌ଗବର୍ ଇଜ୍ ବ୍ୟାକ୍‌‌ରେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ ।[୧୬]

ବିଜ୍ଞାପନ ଏବଂ ମୁଖ୍ୟ ପ୍ରଚାରକ[ସମ୍ପାଦନା]

ଚିତ୍ରଙ୍ଗଦା ଏୟାରଟେଲ, ପାରାଚ୍ୟୁଟ୍, ପୁମା, ବୋର୍ଗେଜ୍ ଅଲିଭ୍ ଅଏଲ୍, ଗ୍ରାନିୟର୍, ଅଲିଭା କ୍ରାକର୍ସ, ତାଜ୍ ମ‌ହଲ୍ ଚାହା ଏବଂ ଜୋୟାଲୁକ୍କ୍‌ସ୍ ଗ‌ହଣା ଆଦିର ବିଜ୍ଞାପନ ପାଇଁ ମୁଖ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ । ସେ ଟାଟା କମ୍ପାନୀର ତନିସ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ ।[୧୭] ଏଥି ସ‌ହ ସେ ଟାଇଟନ୍ କମ୍ପାନୀର ଆଇ୍ ପ୍ଲସ୍ ପାଇଁ ମଧ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ ।[୧୮]

ନିଜ ଜୀବନ[ସମ୍ପାଦନା]

ଚିତ୍ରଙ୍ଗଦା ଜଣେ ଗଲ୍ଫ ଖେଳାଳୀ ଜ୍ୟୋତି ରାନ୍ଧ‌ୱାଲାଙ୍କୁ ୨୦୦୧ରେ ବିବାହ କରିଥିଲେ । ୨୦୧୩ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା ଏବଂ ପରେ ଉଭୟ ୨୦୧୪ରେ ଛାଡ଼ପତ୍ର ନେଇ ସରକାରୀ ଭାବରେ ଅଲଗା ହୋଇଯାଇଥିଲେ ।[୧୯] ସେମାନଙ୍କର ଗୋଟିଏ ପୁଅ ଅଛି, ଜୁରାବର । ସେ ତା' ମାଆ ଅର୍ଥାତ ଚିତ୍ରଙ୍ଗଦାଙ୍କ ପାଖରେ ରହୁଛି ।[୨୦][୨୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୩: ହଜାରୋଁ ଖ୍ୱାଇସେଁ
  • ୨୦୦୫: କଲ୍: ୟେଷ୍ଟରଡେ ଆଣ୍ଡ ଟୁମୋରୋ
  • ୨୦୦୮: ସରି ଭାଇ
  • ୨୦୧୧: ୟେ ଶାଲୀ ଜିନ୍ଦେଗୀ
  • ୨୦୧୧: ଦେଶି ବୟେଜ୍
  • ୨୦୧୨: ଜୋକର୍
  • ୨୦୧୩: ଇନ୍‌କାର୍
  • ୨୦୧୩: ଆଇ ମି ଔର୍ ମେଁ
  • ୨୦୧୩: କିର୍ଚ୍ଚିୟାଁ
  • ୨୦୧୪: ଅଞ୍ଜାନ୍ (ତାମିଲ କଥାଚିତ୍ର)
  • ୨୦୧୫: ଗବର୍ ଇଜ୍ ବ୍ୟାକ୍

ଆଧାର[ସମ୍ପାଦନା]

  1. "Chitrangda Singh".
  2. "Personal Agenda: Chitrangada Singh". Hindustan Times. 16 March 2012. Archived from the original on 20 March 2012. Retrieved 17 May 2017.
  3. "Chitrangada Singh Mini Biography". Perfectpeople.net. Retrieved 17 May 2017.
  4. "Lady Irwin was strict: Chitrangada Singh". The Hindustan Times. 3 July 2009. Archived from the original on 27 March 2020. Retrieved 17 May 2017.
  5. "The next Smita Patil". Calcutta, India: The Telegraph. 14 Apr 2005. Retrieved 17 May 2017.
  6. The Comeback Girl Indian Express, 11 November 2008.
  7. 'A Thousand Dreams': Impassioned in India by John Pancake, Washington Post. 21 April 2005.
  8. "Chitrangda turns playback singer". The Times Of India. 23 July 2012. Archived from the original on 2013-06-10. Retrieved 2017-05-17.
  9. 'Chitrangada is just taking a break' Ashok Chatterjee, TNN, The Times of India, 8 November 2005.
  10. "Chitrangada not in golfing news". The Times of India. 6 September 2009. Archived from the original on 5 November 2012. Retrieved 17 May 2017.
  11. "Chitrangada is back!". Rediff. Retrieved 17 May 2017.
  12. Sorry Bhai is new beginning for me, says Chitrangada Singh IANS, Sify.com, Wednesday, 29 October 2008.
  13. Me and slapstick humor? Not sure: Chitrangda Singh Indian Express, 19 December 2008.
  14. "Chitrangada: I wasn't taken seriously as an actor". Retrieved 17 May 2017.
  15. "Sudhir Mishra, Chitrangada Singh team up again in Kirchiyaan". First Post. 31 January 2013. Retrieved 17 May 2017.
  16. "Chitrangada again with Akshay" Retrieved 17 May 2017
  17. "tanishk". Archived from the original on 14 February 2013. Retrieved 17 May 2017.
  18. "Chitrangada bags another brand" .Retrieved 17 May 2017
  19. "Chitrangada Singh, Jyoti Randhawa granted divorce". Archived from the original on 3 October 2014. Retrieved 17 May 2017.
  20. "Celebrity splits of 2013". Archived from the original on 8 December 2015. Retrieved 17 May 2017.
  21. "Chitrangada Singh divorces Jyoti Randhawa, fears losing custody of son Zoravar". Retrieved 17 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]