ଚିତ୍ତରଞ୍ଜନ କୋହ୍ଲଟକର

ଉଇକିପିଡ଼ିଆ‌ରୁ
ଚିତ୍ତରଞ୍ଜନ କୋହ୍ଲଟକର
चित्तरंजन चिंतामणराव कोल्हटकर
ଜନ୍ମ
ଚିତ୍ତରଞ୍ଜନ ଚିନ୍ତାମଣରାବ କୋହ୍ଲଟକର

(1923-01-15)୧୫ ଜାନୁଆରୀ ୧୯୨୩
ମୃତ୍ୟୁ୨୫ ଅକ୍ଟୋବର ୨୦୦୯(2009-10-25) (ବୟସ ୮୬)
ପୁଣେ, ମହାରାଷ୍ଟ୍ର
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ପିତାମାତାଚିନ୍ତାମଣ ଗଣେଶ କୋହ୍ଲଟକର

ଚିତ୍ତରଞ୍ଜନ ଚିନ୍ତାମଣରାବ କୋହ୍ଲଟକର (ମରାଠୀ: चित्तरंजन चिंतामणराव कोल्हटकर; ୧୫ ଜାନୁଆରୀ ୧୯୨୩ – ୨୫ ଅକ୍ଟୋବର ୨୦୦୯) ଜଣେ ଭାରତୀୟ କଥାଚିତ୍ର ଏବଂ ଥିଏଟର ଅଭିନେତା ଥିଲେ ।

୧୯୨୩ ମସିହାର ଜାନୁଆରୀ ୧୫ ତାରିଖରେ ସେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ମସିହାରେ ସେ ଗରିବାଞ୍ଚେ ରାଜ୍ୟ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ରାମ ଗଣେଶ ଗଡ଼କରୀଙ୍କ ଲିଖିତ ନାଟକ ଭାବବନ୍ଧନ ଜରିଆରେ ସେ ଥିଏଟର ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]

ରାଜନୈତିକ ଦୃଷ୍ଟିରୁ ଚିତ୍ତରଞ୍ଜନ କୋହ୍ଲଟକର ହିନ୍ଦୁ ଜାତୀୟତାବାଦୀ ରାଜନୈତିକ ଆଦର୍ଶ ହିନ୍ଦୁତ୍ୱର ଦୃଢ଼ ସମର୍ଥକ ଥିଲେ । ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧]

୨୦୦୯ ମସିହାର ଅକ୍ଟୋବର ୨୫ ତାରିଖ ଦିନ ହୃଦ୍‌ଘାତରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥଲେ । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।[୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ମୋହିତ୍ୟାନଚି ମଞ୍ଜୁଳା (ଚଳଚ୍ଚିତ୍ର, ୧୯୬୩)
  • ଆଶ୍ରୋଞ୍ଚି ଜାଲି ଫୁଲେ (ନାଟକ)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Paranjpe, Shailendra: Veteran Marathi actor Kolhatkar dies at 86, DNA, 26 October 2009.

ବାହାର ଆଧାର[ସମ୍ପାଦନା]