ଚଣ୍ଡେଶ୍ଵରୀ ମନ୍ଦିର

Coordinates: 27°38′09″N 85°31′56″E / 27.63583°N 85.53222°E / 27.63583; 85.53222
ଉଇକିପିଡ଼ିଆ‌ରୁ
Chandeshwari Temple
चण्डेश्वरी मन्दिर
Chandeshwari Temple
A view of Chandeshwari Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKavrepalanchowk
ଦେବାଦେବୀDurga
FestivalsChandeshwori Jatra, Shivaratri, Teej, Balachaturdasi
Location
ସ୍ଥାନBanepa
CountryNepal
ଚଣ୍ଡେଶ୍ଵରୀ ମନ୍ଦିର is located in Nepal
ଚଣ୍ଡେଶ୍ଵରୀ ମନ୍ଦିର
Location in Nepal
ଭୌଗଳିକ ଅବସ୍ଥିତି27°38′09″N 85°31′56″E / 27.63583°N 85.53222°E / 27.63583; 85.53222
Architecture
TypePagoda

ଚଣ୍ଡେଶ୍ୱରୀ ହିନ୍ଦୁମାନଙ୍କର କୁମାରୀ ଦେବୀ (Kumari) ଗ୍ରହଣ କରିଥିବା ଏକ ଅବତାର । ସ୍କନ୍ଧ ପୁରାଣରେ ଥିବା ନେପାଲ ମାହାତ୍ମ୍ୟରେ ଚଣ୍ଡେଶ୍ୱରୀ ଠାକୁରାଣୀଙ୍କ ବିଷୟରେ ଏକ କାହାଣୀ ଲେଖାଅଛି । ଚଣ୍ଡେଶ୍ୱରୀ ହିନ୍ଦୁମାନଙ୍କର କୁମାରୀ ଦେବୀଙ୍କର (Kumari) ଏକ ଅବତାର । ସ୍କନ୍ଧ ପୁରାଣରେ ଥିବା ନେପାଲ ମାହାତ୍ମ୍ୟରେ ଚଣ୍ଡେଶ୍ୱରୀ ଠାକୁରାଣୀଙ୍କ ବିଷୟରେ ଏକ କାହାଣୀ ଲେଖାଅଛି ।[୧]

ଚଣ୍ଡେଶ୍ୱରୀ ମନ୍ଦିର[ସମ୍ପାଦନା]

ନେପାଳର ଧୂଳିଖେଳର ୫ କିମି ପୂର୍ବରୁ ବନେପା ଟାଉନ ଅଛି । ବନେପାର ମୂଖ୍ୟ ଆକର୍ଷଣ ଚଣ୍ଡେଶ୍ୱରୀ ମନ୍ଦିର ଯାହା ଟାଉନର ୧ କିମି ଉତ୍ତରପୂର୍ବ ଦିଗରେ ପୂଣ୍ୟ ମାତା ନଦୀ ପାଖରେ ଥିବା ଘୋକେଚୌର ପାଖରେ ଅଛି ଯାହାର ଦୈର୍ଘ୍ୟ ୦.୨୧ କିମି ।[୨]

ଏହି ମନ୍ଦିର ସପ୍ତଦଶ ଶତାବ୍ଦୀରେ ତିଆରି ହୋଇଥିବା ବିଶ୍ବାସ କରାଯାଏ । ଏହି ମନ୍ଦିରର ଭିତ୍ତି ଚିତ୍ରରେ ଚଣ୍ଡ ଅସୁରକୁ ଚାଣ୍ଡେଶ୍ୱରୀ ବଧ କରୁଥିବା ଚିତ୍ର ଅଙ୍କିତ ହୋଇଛି । ଏହା ବ୍ୟତୀତ ଏହାର କାନ୍ଥରେ ଭୈରବ ଚିତ୍ର ଅଛି ଯାହା ନେପାଲ ମଣ୍ଡଳର ସବୁଠାରୁ ବଡ ଚିତ୍ର ।

ଲୋକକଥା[ସମ୍ପାଦନା]

ଲୋକକଥା ଅନୁସାରେ ଚଣ୍ଡେଶ୍ୱର ମନ୍ଦିର ଥିବା ସ୍ଥାନରେ ଦେବୀ ସତୀ/ପାର୍ବତୀ ଚଣ୍ଡ ଅସୁରକୁ ବଧ କରିଥିଲେ । ଶିବଙ୍କଠାରୁ ବର ପାଇ ନାରୀମାନଙ୍କ ବ୍ୟତୀତ ସଭିଙ୍କ ନିମନ୍ତେ ଚଣ୍ଡ ଅଜେୟ ହୋଇଥିଲା । ସେଥିଯୋଗୁ ସେ ସଂସାର ନିମନ୍ତେ ଏକ ଦୁଷ୍ଟ ଗ୍ରହ ହୋଇଗଲା । ଦେବତାମାନେ ଯାଇ ବ୍ରହ୍ମାଙ୍କ ପାଖରେ ଫେରାଦ ଦେଲେ । ସେହି ସମୟରେ ଏବେକାର ମନ୍ଦିର ଥିବା ସ୍ଥାନରେ ଦେବୀ ରହୁଥିଲେ । ନାରଦ ଚଣ୍ଡକୁ ଉସୁକେଇ ସେହି ସ୍ଥାନକୁ ଯାଇ ଯୁଦ୍ଧ କରିବାକୁ କହିଲେ । ବିରାଟ ସୈନ୍ୟ ବଳ ନେଇ ଚଣ୍ଡ ଯୁଦ୍ଧ କରିବାକୁ ବାହାରିଲେ । ସେ ଆସିବାର ଦେଖି ଦେବତାମାନେ ପକ୍ଷୀ ରୂପରେ ଉଡ଼ିବାକୁ ଲାଗିବା ଦେଖି ଦେବୀ ଗୋଟିଏ ଗଛ ଭିତରେ ଲୁଚିଗଲେ । ରାଗରେ ଚଣ୍ଡ ସେହି ଗଛକୁ ଖଣ୍ଡାରେ କାଟିଦେଲା । ସେହି ଗଛରୁ ଦେବୀ ଏକ ସିଂହ ଉପରେ ବସି ବାହାରିଲେ ଓ ଚଣ୍ଡ ସାଥିରେ ଭୟଙ୍କର ଯୁଦ୍ଧ ହେଲା । ଯୁଦ୍ଧର ଚଣ୍ଡ ମରିବା ପରେ ତା ଦେହରୁ ଏକ ଶିବ ଲିଙ୍ଗ ବାହାରିଲା । ଏବେ ମଧ୍ୟ ସେହି ଲିଙ୍ଗା ମଦିର ପରିସରରେ ପୂଜା ପାଉଛି ।


ଆଧାର[ସମ୍ପାଦନା]

  1. "The Nepala Mahatmya of Skanda Purana". Niralapublications.com. Retrieved 19 December 2014.
  2. "Chandeshwori Temple". Retrieved 19 July 2014.

ବାହ୍ୟ ଲିଙ୍କ[ସମ୍ପାଦନା]