ଚଟିଘର

ଉଇକିପିଡ଼ିଆ‌ରୁ

ଚଟିଘର (ପାନ୍ଥଶାଳାଉତାରଖାନା ନାମରେ ମଧ୍ୟ ଜଣା[୧]) ଆଗକାଳରେ ପାନ୍ଥଶାଳା ବା ବସାଘର ।[୨] ବଦାନ୍ୟ ବ୍ୟକ୍ତିମାନେ ଏଠାରେ ଯାତ୍ରୀମାନଙ୍କ ପାଇଁ ମାଗଣାରେ ରହିବା ବ୍ୟବସ୍ଥା କରୁଥିଲେ । ଚଟିଘରେ ରହୁଥିବା ତୀର୍ଥଯାତ୍ରୀମାନଙ୍କୁ ମାଗଣାରେ ଖାଇବାକୁ ଦିଆ ଯାଉଥିଲା । ଚଟିଘର ଓ ଦେଉଳାଅଦି ତୀର୍ଥଯାତ୍ରୀମାନଙ୍କ ପାଇଁ ନିର୍ଭୟ ଆଶ୍ରୟସ୍ଥଳୀ ଥିଲା । ରାଜମାର୍ଗ ପ୍ରସ୍ତୁତ କରାଇ ମାର୍ଗର ଉଭଯ ପାର୍ଶ୍ୱରେ ଅନେକ ଚଟିଘର ତୋଳାଇ ପଥିକମାନଙ୍କର ବିଶେଷ ସୁବିଧା କରାଇ ଦେଇଥିଲେ । ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମଦେବ ଶତ ଶତ ରାଜମାର୍ଗ ପ୍ରସ୍ତୁତ କରାଇ ମାର୍ଗର ଉଭୟ ପାର୍ଶ୍ୱରେ ଅନେକ ଚଟିଘର ତୋଳାଇ ପଥିକମାନଙ୍କର ବିଶେଷ ସୁବିଧା କରାଇ ଦେଇଥିଲେ ।[୩]

ଲକ୍ଷ୍ୟ[ସମ୍ପାଦନା]

ଶ୍ରୀକ୍ଷେତ୍ରକୁ ଆସୁଥିବା ଓ ଶ୍ରୀକ୍ଷେତ୍ରରୁ ବାହୁଡି ଯାଉଥିବା ଯାତ୍ରୀମାନଙ୍କ ପାଇଁ ଖୋଲା ରହିବା ସହିତ ମନ୍ଦିରଦ୍ୱାରା ଯାତ୍ରୀମାନେ କିପରି ସୁବିଧା ପାଇବେ ଓ ପ୍ରସାଦ ପାଇବେ,ପୁଣି ଜୟ ଜଗନ୍ନାଥ ଧ୍ୱନି ଦେଇ ନିଜ ବାଟରେ ବାହୁଡିବା ଏହାର ଲକ୍ଷ ।

ଆଧାର[ସମ୍ପାଦନା]

  1. Purnnachandra Ordia Bhashakosha: Purnnachandra Ordia Bhashakosha[permanent dead link], accessdate: January 20, 2016
  2. ଓଡ଼ିଆ ଶବ୍ଦକୁଟୁମ୍ବ Odia Wordnet : Odia wordNet Online: indradhanush.unigoa.ac.in/odiawordnet/public/wordnet/wordnet.php?langid=19&id=2 Archived 2016-09-21 at the Wayback Machine., accessdate: January 20, 2016
  3. ପ୍ରହରାଜ, ଗୋପାଳଚନ୍ଦ୍ର (1930). ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. ବିଶ୍ୱନାଥ କର.[permanent dead link]