ଘୁମୁସର ବିଦ୍ରୋହ

ଉଇକିପିଡ଼ିଆ ରୁ
Jump to navigation Jump to search

ଘୁମୁସର ବିଦ୍ରୋହ(୧୮୧୫-୧୮୫୬)ଏକ ଆଦିବାସୀ କନ୍ଧ ଜନଜାତିର ବିଦ୍ରୋହ । [୧] ଏହା ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ ଘଟଣା । ଏହି ଆନ୍ଦୋଳନ କେବଳ ରାଜନୈତିକ ଓ ସାମରିକ କାରଣଦ୍ୱାରା ଆବଦ୍ଧ ନୁହେଁ ବରଂ ସାମଜିକ, ଅର୍ଥନୈତିକ, ପ୍ରଶାସନିକ ଓ ଧର୍ମୀୟ କାରଣ ଯୋଗୁଁ ମଧ୍ୟ ସଂଘଟିତ ହୋଇଥିଲା ।[୨] ଇଁରେଜ ସରକାରଙ୍କ ବିରୋଧରେ ଘୁମୁସର ବିଦ୍ରୋହକୁ ନେତୃତ୍ୱ ନେବାରେ ଯେଉଁ କେତେକ ଦେଶପ୍ରେମୀ ନିଜ ଜୀବନକୁ ଉତ୍ସର୍ଗ କରି ଅମର ହୋଇଛନ୍ତି ତନ୍ମଧ୍ୟରୁ କମଳଲୋଚନ ଦୋରା ବିଷୋୟୀଚକରା ବିଷୋୟୀ ଅନ୍ୟତମ ।

ବିଦ୍ରୋହର କାରଣ[ସମ୍ପାଦନା]

  • ରାଜନୈତିକ କାରଣ

ଘୁମୁସର ବିଦ୍ରୋହ ମୁଣ୍ଡ ଟେକିବାର କେତୋଟି ମୁଖ୍ୟ କାରଣ ମଧ୍ୟରେ ରାଜନୈତିକ କାରଣ ଅନ୍ୟତମ । ଇଁରେଜ ମାନେ ଏହି ଅଞ୍ଚଳ ଦଖଲ କଲା ପରେ ଜମିଦାର ମାନଙ୍କ ଠାରୁ ଯଥେଷ୍ଟ ଖଜଣା ଆଦାୟ କରିବା ଅଭିପ୍ରାୟ ପୋଷୋଣ କଲେ । ପ୍ରତ୍ୟେକ ଜମିଦାର ଇଁରେଜ ମାନଙ୍କ ଆର୍ଥିକ ଶୋଷଣ ନୀତିରେ ଅଣନିଶ୍ୱାସୀ ହୋଇଯାଇଥିଲେ । ସେମାନଙ୍କର ଉତ୍ତରାଧିକାରୀଗଣ ନିଜର ସ୍ୱତ୍ତ୍ୱ, ମର୍ଯ୍ୟାଦା ଓ ସମ୍ମାନ ଅକ୍ଷୁର୍ଣ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । କିନ୍ତୁ ସମସ୍ତ କ୍ଷେତ୍ରରେ ଇଁରେଜ ମାନଙ୍କ ହସ୍ତକ୍ଷେପ ଓ ଚକ୍ରାନ୍ତ ଯୋଗୁଁ ଲୋକମାନେ ସେମାନଙ୍କୁ ଅବିଶ୍ୱାସ କଲେ, ଆଦିବାସୀମାନେ ସେମାନଙ୍କର ସ୍ୱଧୀନତା, ସ୍ୱାତନ୍ତ୍ର୍ୟ ଓ ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ ଯୋଗୁଁ ବିଦ୍ରୋହୀ ହୋଇଉଠିଲେ । ଇଁରେଜ ମାନଙ୍କ ଖଜଣା ବୃଦ୍ଧି ବ୍ୟବସ୍ଥା ଯୋଗୁଁ ଅଧିକାଂଶ ଜମିଦାର ନିଜର ସୁରକ୍ଷା ପାଇଁ ଅତି ଅଳ୍ପ ଅର୍ଥ ରଖି ଆଦାୟର ଦୁଇ-ତୃତୀୟାଂଶ ଖଜଣା ବାବଦକୁ ଦେଉଥିଲେ ।

  • ଆଶୁ କାରଣ

ଘୁମୁସର ଜମିଦାରୀକୁ ୧୮୩୬ ମସିହାରେ ଇଁରେଜ ସାମ୍ରାଜ୍ୟ ସହ ମିଶ୍ରଣ କରାଗଲା ।ଏହି ଜମିଦାରୀରେ ଭଞ୍ଜ ରାଜଙ୍କ ପୁନଃ ପ୍ରତିଷ୍ଠାର କୌଣସି ସଂକେତ ନ ଦେଖାଯିବା ଯୋଗୁଁ ଜନ ଅସନ୍ତୋଷ ଇଁରେଜ ମାନଙ୍କ ବିରୋଦ୍ଧରେ ପ୍ରବଳରୁ ପ୍ରବଳତର ହେଲା ।

  • ଧର୍ମଗତ କାରଣ

ଖ୍ରୀଷ୍ଟିୟାନ୍‌ ପାଦ୍ରୀ ମାନଙ୍କ କାର୍ଯ୍ୟକଳାପ ଫଳରେ ଅନେକ ଆଦିନାସୀଙ୍କ ଧର୍ମାନ୍ତରୀକରଣ ଘୋଷୋଣା ସରଳ ବିଶ୍ୱାସୀ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅଲୋଡନ ସୃଷ୍ଟି କଲା । ତେଣୁ ସେମାନଙ୍କ ଧର୍ମ ବିଶ୍ୱସକୁ ବଜାୟ ରଖିବା ପାଇଁ ବିଦ୍ରୋହର ପନ୍ଥା ଅବଲମ୍ବନ କରିଥିଲେ ।

କମଳଲୋଚନ ଦୋରା ବିଷୋୟୀଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ(୧୮୧୫-୧୮୩୭)[ସମ୍ପାଦନା]

କମଳଲୋଚନ ଥିଲେ ଘୁମୁସର ଜମିଦାରୀର ଦୋରା ଅଥବା ମୁଖ୍ୟ ବିଷୋୟୀ ବା ଅଧିକାରୀ । ସେ ମଧ୍ୟ ମାଳୁଆ କନ୍ଧ ଅଞ୍ଚଳର ମୁଖ୍ୟ ଥିଲେ । ସେ ଘୁମୁସର ରାଜ୍ୟର ସେନ୍ନଧ୍ୟକ୍ଷ ମଧ୍ୟ ଥିଲେ । ସେ ଧନଞ୍ଜୟ ଭଞ୍ଜଙ୍କଦ୍ୱାରା କନ୍ଧମାନଙ୍କ ମୁଖ୍ୟ ରୂପେ ନିଯୁକ୍ତି ପାଇଥିଲେ ।

ଚକରା ବିଷୋୟୀଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ(୧୮୪୪-୧୮୫୬)[ସମ୍ପାଦନା]

ପିତା ଶ୍ୟାମ ବିଷୋୟୀ ଓ ପିତୃବ୍ୟ ଦୋରା ବିଷୋୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚକରା ବିଷୋୟୀ ଇଁରେଜ ବିରୋଧୀ ପ୍ରସିଦ୍ଧ କନ୍ଧ ନେତାଭାବରେ ପରିଚିତ ହେଲେ । ସେ ଘୁମୁସର ଅଞ୍ଚଳ ଛାଡି ଅନୁଗୁଳ ଅଞ୍ଚଳରେ ଗୋପନରେ ରହୁଥିଲେ । ୧୮୪୪ ମସିହାରେ ସେ ବୌଦର କନ୍ଧନେତା ବୀର କହ୍ଁରଙ୍କ ଠାରୁ ନିମନ୍ତ୍ରଣ ପାଇ କନ୍ଧ ବିଦ୍ରୋହରେ ଯୋଗଦେଲେ । ବୀର କହ୍ଁର ଚକରା ବିଷୋୟୀଙ୍କ ପ୍ରଧାନ ସହାୟକ ଓ ଆନୁଗୁଳର ରାଜା ସୋମନାଥ ସିଂହ ତାଙ୍କର ପୃଷ୍ଠପୋଷକ ଥିଲେ । ଚକରାଙ୍କ ଇଁରେଜ ମାନଙ୍କ ବିରୁଦ୍ଧରେ କ୍ରୋଦ୍ଧର କାରଣ

  • ଇଁରେଜ ମାନଙ୍କଦ୍ୱାରା ନିହତ ତାଙ୍କ ବାପା ଓ କକାଙ୍କ ମୃତ୍ୟୁର ପ୍ରତିଶୋଧ ନେବା
  • ନିଜ ଖୁଡୀ ଓ ମାଁଙ୍କ ଦୁଃଖରେ ମର୍ମାହତ ହୋଇ ସଙ୍ଗ୍ରାମ କରିବା ପାଇଁ ସଂକଳ୍ପ
  • ନିଜର ପ୍ରଧାନ ସହାୟକ ବୁଣୀଆ ସର୍ଦ୍ଦାରଙ୍କୁ ଇଁରେଜ ମାନଙ୍କଦ୍ୱାରା ନିର୍ମମ ହତ୍ୟା
  • ମେରିଆ ପ୍ରଥାର ଉଛେଦ
  • ଘୁମୁସରର ଦେଶପ୍ରେମୀଙ୍କ ସହଯୋଗ ଓ ଉତ୍ସାହ ପ୍ରଦାନ

ଆଧାର[ସମ୍ପାଦନା]

  1. "କନ୍ଧମାଳ ଇତିହାସ". CSRidentity.com. Retrieved 7 October 2015.
  2. "ଘୁମୁସର ବିଦ୍ରୋହ" (PDF). Odisha govt. Retrieved 7 October 2015.