ଘୁଣ

ଉଇକିପିଡ଼ିଆ ରୁ
Jump to navigation Jump to search
Mites
Peacock mite ("Tuckerella" sp.), false-colour SEM, magnified 260×
Peacock mite (Tuckerella sp.), false color SEM, magnified 260×
Scientific classificationEdit this classification
ଜଗତ: ୟୁକାରିଓଟା
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ଯ
ଗୋଷ୍ଠୀ: ବାଇଲାଟେରିଆ
Phylum: Arthropoda
Subphylum: Chelicerata
Class: Arachnida
Subclass: Acari
Groups included
Cladistically included but traditionally excluded taxa

ଘୁଣ (ଇଂରାଜୀ ଭାଷାରେ Mites) ଏକ ପ୍ରକାର ସନ୍ଧିପାଦ (arthropod ଯାହା ଆରାକନିଡ (Arachnid) ଶ୍ରେଣୀ ଓ ଆକାରି (‌Acari) ଉପଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥାଏ ଓ ଓଡ଼ିଆରେ କାଷ୍ଠକୀଟ ନାମରେ ପରିଚିତ ଥାଏ । ଏହା ସ‌ହିତ ଟିଙ୍କ ଓ ବିଛାମାନଙ୍କର ସାମଞ୍ଜସ୍ୟ ଅଛି । ଭୁଣର ବୁଢ଼ିଆଣୀବିଛା (scorpion) ସ‌ହିତ ଦୂର ସମ୍ପର୍କ ଅଛି ।

ଏହାର ଶରୀରର ଦୁଇଟି ଭାଗ ଅଛି, ସେଫାଲୋଥୋରାକ୍ସ (cephalothorax) ବା ପ୍ରୋସୋମା (ଏମାନଙ୍କର ଅଲଗା ମୁଣ୍ଡ ନଥାଏ) ଓ ଓପିସ୍ଥୋସୋମା (opisthosoma) । ଟିଙ୍କ ଓ ଘୁଣ ଦୁଇଟିକୁ ଏକ ଅଲଗା ବୈଜ୍ଞାନିକ ବିଭାଗରେ ରଖାଯାଇଛି ଯାହାକୁ ଆକାରୋଲୋଜି (acarology) କୁହାଯାଏ ।

ଅଧିକାଂଶ ଘୁଣଙ୍କର ଆକାର ଛୋଟ, ପ୍ରାୟ ୧ ମି:ମି: ଲମ୍ବରୁ କମ୍ ଓ ସାଧାରଣ ଅବିଭକ୍ତ ଶରୀର ଗଠନ ଥାଏ । କ୍ଷୁଦ୍ର ଆକାର ଯୋଗୁ ସ‌ହଜରେ ଦେଖିହୁଏ ନାହିଁ । ଅନେକ ପ୍ରଜାତି ମାଟି ଭିତରେ ଗଳନ (decomposer) କରନ୍ତି, କେତେକ ଗଛରେ, ପାଣି ଭିତରେ ରହନ୍ତି । ଅନ୍ୟ କେତେକ ମହୁମାଛି ଓ କାଛୁ ପରଜୀବୀମାନଙ୍କର (scabies) ପରଜୀବୀ ଭାବରେ ରହନ୍ତି । ଅନ୍ୟ କେତେକ ମାନବ ପ୍ରତି ବିପଦଶୂନ୍ୟ ଥିଲାବେଳେ କେତେକ ରୋଗ ବିସ୍ତାର କରନ୍ତି ।

ଶରୀର ଗଠନ[ସମ୍ପାଦନା]

ବାହ୍ୟ[ସମ୍ପାଦନା]

ଘୁଣର ଦୈର୍ଘ୍ୟ ୨୫୦-୭୫୦ µm କିନ୍ତୁ ଏହାଠାରୁ କେତେକ ବଡ଼ ଆକାର ବିଶିଷ୍ଟ ଅଛନ୍ତି କିନ୍ତୁ ୧୦୦µmରୁ ଅଧିକ ନୁହେଁ । ଏହାର ଦେହର ପ୍ଲାନ ଠିକ ଟିଙ୍କ ଭଳି ଯାହାର ଏକ ସେଫାଲୋଥୋରାକ୍ସ (cephalothorax) ବା ପ୍ରୋସୋମା (ଏମାନଙ୍କର ଅଲଗା ମୁଣ୍ଡ ନଥାଏ) ଓ ଏକ ଓପିସ୍ଥୋସୋମା (opisthosoma) ବା ଉଦର ଥାଏ । ପ୍ରୋସୋମା ଓ ଓପିସ୍ଥୋସୋମା ଜୋଡ଼ି ହୋଇଥାଏ । ଅବୟବ ଦେଖି ସେମାନଙ୍କର ଦେହା ବିଭକ୍ତି ଅନୁମାନ କରାଯାଇପାରେ ।[୧] ଗ୍ରୀଷ୍ମମଣ୍ଡଳୀୟ ସ୍ପେସି ଆର୍କେଗୋଜେଟେସ ଲଙ୍ଗିସେଟସ ସବୁଠାରୁ ଶବଳ: ନିଜ ଓଜନର ୧୧୮୨ ଗୁଣ ଓଜନ ଉଠେଇ ପାରେ ଯାହା ସେହି ଆକାରର ଜୀବ ଉଠଉଥିବା ପରିମାଣର ପ୍ରାୟ ୫ ଗୁଣ ଅଧିକ । [୨]

1 Chelicerae, 2 Palps, 3 Salivary glands, 4 Gut, 5 Excretory (Malpighian) tubules, 6 Anus, 7 Ovary or testes, 8 Air-breathing tubes (tracheae), 9 Central ganglion, 10 Legs, 11 Hypostome.[୩]

ଦେହର ସମ୍ମୁଖରେ ଥିବା ଅଂଶକୁ ଗ୍ନଥୋସୋମା ବା କ୍ୟାପିଟୁଲମ କୁହାଯାଏ । କ୍ୟାପିଟୁଲମ କ‌ହିଲେ ସାଧାରଣତଃ ମୁଣ୍ଡକୁ ବୁଝେଇଲେ ମଧ୍ୟ ଏହାର ମୁଣ୍ଡ ନାହିଁ, କି ଆଖି ବା ମସ୍ଥିଷ୍କ୍କ ନାହିଁ, କେବଳ ଏକ ଖାଇବା ପାଟି ଓ ପେଡିପଲ୍ପ (pedipalp) ଅଛି । ଏହାର ଉପରି ଭାଗ ଦେହର ଏକ ବିସ୍ତାର ହୋଇ ଅଛି ଯାହାକୁ କାରାପେସ ‌carapace କ‌ହନ୍ତି ଓ ଏହା କ୍ୟୁଟିକ୍ଲଦ୍ୱାରା (cuticle) ଦେହ ସ‌ହିତ ସଂଯୁକ୍ତ ଅଛି । ପ୍ରଜାତି ଅନୁସାରେ ପାଟିର ରୁପାନ୍ତର ହୁଏ । ପାଟି ପଛକୁ ଗଳା ଥାଏ । [୧]

ଏହି କୀଟମାନଙ୍କର ଚାରି ଯୋଡ଼ା ଗୋଡ଼ ଥାଏ ଓ ପ୍ରତ୍ୟେକ ଗୋଡ଼ରେ ଛଅଟି ସେଗମେଣ୍ଟ ଥାଏ ଯାହା ପ‌ହଁରିବା ବା ଅନ୍ୟାନ୍ୟ କାମ ନିମନ୍ତେ ରୁପାନ୍ତରିତ ହୋଇପାରେ । ପୃଷ୍ଠ ଭାଗ ଟର୍ଗମ ଯୋଗୁ ଓ ଭେଣ୍ଟ୍ରାଲ ଭାଗ ସ୍କ୍ଲେରାଇଟ ଯୋଗୁ ଶକ୍ତ ହୋଇଥେ । ବେଳେ ବେଳେ ଆଲମ୍ଭ ଗାର ପଡ଼ିଥାଏ । ଚତୁର୍ଥ ଯୋଡ଼ି ମଧ୍ୟ ଭାଗର ତଳ ପାଖରେ ଯୌନ ଛିଦ୍ର (gonopore) ଥାଏ । [୧]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

Page ମଡ୍ୟୁଲ:Portal/styles.css has no content.

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Ruppert, Edward E.; Fox, Richard, S.; Barnes, Robert D. (2004). Invertebrate Zoology, 7th edition. Cengage Learning. pp. 590–595. ISBN 978-81-315-0104-7.
  2. Michael Heethoff & Lars Koerner (2007). "Small but powerful – the oribatid mite Archegozetes longisetosus Aoki (Acari, Oribatida) produces disproportionate high forces". Journal of Experimental Biology. 210 (17): 3036–3042. doi:10.1242/jeb.008276. PMID 17704078. Cite uses deprecated parameter |lastauthoramp= (help)
  3. Balashov, Y.S. (1972). Bloodsucking Ticks - Vectors of Diseases of Man and Animals. Miscellaneous Publications of the Entomological Society of America, 8: 161–376.