ଘିଅ ଅନ୍ନ

ଉଇକିପିଡ଼ିଆ‌ରୁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭୋଗ ଲାଗୁଥିବା ବିଭିନ୍ନ ଅନ୍ନମାନଙ୍କ ମଧ୍ୟରୁ ଘିଅ ଅନ୍ନ ଅନ୍ୟତମ ।[୧]

ଉପକରଣ[ସମ୍ପାଦନା]

  • ବାସୁମତି ଅରୁଆ ଚାଉଳ ଅଧ କିଲୋ
  • ଗୁଆଘିଅ ୫୦ ଗ୍ରାମ
  • ଲେମ୍ବୁରସ ୪ ଚାମଚ
  • ଲୁଣ ୧ ଚାମଚ ଓ ଆବଶ୍ୟକ ଅନୁସାରେ ପାଣି ନେବେ

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମ କାମ ହେଉଛି ଅରୁଆ ଚାଉଳକୁ ବାଛି ପରିଷ୍କାର କରିଦିଅନ୍ତୁ । ଆବଶ୍ୟକ ଅନୁସାରେ ପାତ୍ରରେ ପାଣି ଦେଇ ଚୁଲିରେ ଗରମ କରନ୍ତୁ । ପାଣି ଗରମ ହୋଇଗଲେ ସେଥିରେ ଲୁଣ ପକାଇ ଦିଅନ୍ତୁ । ଚାଉଳକୁ ପାଣିରେ ଭଲକରି ଧୋଇ ପରିଷ୍କାର କରିଦିଅନ୍ତୁ ଓ ଏହାକୁ ଗରମ ପାଣିରେ ପକାନ୍ତୁ । ଚାଉଳ ଫୁଟି ଭାତ ହୋଇଗଲା ପରେ ନିଆଁକୁ କମାଇ ଦିଅନ୍ତୁ।ଭାତ ଟିକେ ଟାଣ ଥିବା ସମୟରେ ତାହାକୁ ଗାଳି ଦିଅନ୍ତୁ । ଏହି ଗରମ ଭାତରେ ଘିଅ ଓ ଲେମ୍ବୁରସ ପକାଇ ଭଲକରି ଗୋଳାଇ ଦିଅନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା ଘିଅ ଅନ୍ନ ।

ଆଧାର[ସମ୍ପାଦନା]

  1. "List of *Chappan (56) Bhog* of Shree Jaganna". Retrieved 3 July 2018.