ଘନଶ୍ୟାମ ସାହୁ (ରାଜନେତା)
ଦେଖଣା
ଘନଶ୍ୟାମ ସାହୁ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଅକ୍ଷୟ କୁମାର ପଟ୍ଟନାୟକ |
ପର ଅଧିକାରୀ | ପ୍ରଭାତ କୁମାର ତ୍ରିପାଠୀ |
ନିର୍ବାଚନ ମଣ୍ଡଳୀ | ବାଙ୍କୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୁନ ୧୭, ୧୯୩୨ |
ମୃତ୍ୟୁ | ୨୭ ମାର୍ଚ୍ଚ ୨୦୧୧ | (ବୟସ ୭୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ସୀତା ସାହୁ |
ବାପା/ବୋଉ | ଗଣପତି ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଘନଶ୍ୟାମ ସାହୁ (୧୭ ଜୁନ ୧୯୩୨ - ୨୭ ମାର୍ଚ୍ଚ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଘନଶ୍ୟାମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଘନଶ୍ୟାମ ସାହୁ ୧୯୩୨ ମସିହାର ଜୁନ ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଣପତି ସାହୁ ଏବଂ ପତ୍ନୀଙ୍କ ନାମ ସୀତା ସାହୁ ।[୧] ଘନଶ୍ୟାମଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ଥିଲା ଏବଂ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଘନଶ୍ୟାମ ସାହୁ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଘନ୍ୟଶ୍ୟାମ ସାହୁ ୨୦୧୧ ମସିହାର ମାର୍ଚ୍ଚ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।