ଗ୍ଲୁମି ସଣ୍ଡେ

ଉଇକିପିଡ଼ିଆ‌ରୁ

ଗ୍ଲୁମି ସଣ୍ଡେ (ଇଂରାଜୀ: Gloomy Sunday) (ଓଡ଼ିଆ: ବିଷର୍ଣ୍ଣ ରବିବାର) ହଙ୍ଗେରିଆନ ଗ୍ଲୁମି ସଣ୍ଡେ ନାମରେ ଜଣା । ଏହା ବିରହ ପ୍ରେମର ଏକ ଶ୍ରେଷ୍ଠ ଗୀତ ଭାବେ ପରିଚିତ ।[୧][୨][୩] [୪] ହଙ୍ଗେରୀର ପିଆନୋ ବାଦକ ତଥା ଗୀତ ଲେଖକ ରେଜସୋ ସେରେସଙ୍କଦ୍ୱାରା ୧୯୩୩ ମୁକ୍ତି ଲାଭ କରିଥିଲା । ଏକ ଦୁଃଖଦ ଗୀତ ଭାବେ ୧୯ ଜଣଙ୍କ ଜୀବନ ନେଇଥିବାର ରେକର୍ଡ ରହିଛି ।[୫]

ଗୀତ ଲେଖକ ରେଜସୋ ସେରେସ[ସମ୍ପାଦନା]

୧୮୯୯ ନଭେମ୍ବର ୩ରେ ହଙ୍ଗେରୀରେ ରେଜସୋ ସେରେସଙ୍କ ଜନ୍ମ । ସେ ପ୍ରଥମେ ସର୍କସରେ କାମ କରୁଥଲେ । ଥରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରୁଥବାବେଳେ ସେରେସ ଆହତ ହୋଇଥଲେ । ଏହାପରେ ସର୍କସରେ କ୍ୟାରିୟର ଛାଡ଼ି ସେ ଗୀତ ଲେଖିବା ଆରମ୍ଭ କଲେ । ପିଆନୋ ବାଦକ ତଥା ଗୀତିକାର ସେରେସ ୧୯୩୨ରେ ପ୍ୟାରିସରେ ରହୁଥିବା ବେଳେ ହଙ୍ଗେରୀୟ ଭାଷାରେ ;Vége a világnak (ଭେଗେ ଏ ଭିଲାଗନାକ) (ଓଡ଼ିଆ ଅର୍ଥ: ଅନ୍ତ ହେଉଛି ବିଶ୍ୱ) ଶୀର୍ଷକ ଏକ ଗୀତ ଲେଖିଥିଲେ ।

ପ୍ରଚ୍ଛଦପଟ୍ଟ[ସମ୍ପାଦନା]

ହଙ୍ଗେରୀରେ ଫାସିଷ୍ଟମାନଙ୍କ ପ୍ରଭାବ ବୃଦ୍ଧି ପାଉଥବାବେଳେ ଅନେକଙ୍କ ଜୀବନ ଯାଇଥିଲା । ଯୁଦ୍ଧରେ ସହିଦ ହୋଇଥବା ଆତ୍ମାର ସଦଗତି ପାଇବା ପାଇଁ ଏକ ପ୍ରାର୍ଥନା ଭାବେ ସେରେସ ଏହି ଗୀତଟି ଲେଖିଥିଲେ ।[୬] There are some suggestions[୭] ତେବେ ସମାନ ଅର୍ଥ ବୋଧକ ଗୀତଟି ପଲ କାଲମାରଙ୍କ ଦ୍ୱାର ପ୍ରଥମଥର ପାଇଁ ୧୯୩୫ରେ ହରେଙ୍ଗରୀୟ ଭାଷାରେ ରେକର୍ଡ କରଯାଇଥଲା । ଇଂଲିଶ ଭାଷାରେ ଏହାକୁ ଆଉଥରେ ସାମ ଏମ ଲିୱିସ ରଚନା କଲେ, ଯାହାର ରେକର୍ଡ ହଲ କେମ୍ପଙ୍କ ଦ୍ୱାର ୧୯୩୬ରେ କରାଯାଇଥଲା । [୮][୯]ସେହିବର୍ଷ ପଲ ରୋବେସନଙ୍କ କଣ୍ଠରେ ଓ ଡେସମଣ୍ଡ କାର୍ଟରଙ୍କ ରଚନାରେ ସମାନ ଗୀତକୁ ପୁଣି ଥରେ ରେକର୍ଡ଼ କରାଗଲା । ଏହା ଇଂଲିଶ ଭାଷାଭାଷୀ ଦେଶଗୁଡ଼ିକରେ ବେଶ ଆଦୃତି ଲାଭ କରିଥଲା । ହେଲେ ଗୀତଟିରେ ବିଷର୍ଣ୍ଣତା ଭରି ରହିଥବାରୁ ସେରେସ ପ୍ରଥମେ ଏହାର ପ୍ରକାଶକ ପାଇ ନଥଲେ । [୧]}} ପରେ ବିଭିନ୍ନ ସଂସ୍କରଣରେ ଭିନ୍ନ ଭିନ୍ନ ଭାବେ ପ୍ରକାଶିତ ହୋଇଥଲା ।

ଗୀତ[ସମ୍ପାଦନା]

ଗୀତର ପ୍ରଥମ ପଂକ୍ତି[ସମ୍ପାଦନା]

ଅନ ଏ ସେଡ ସଣ୍ଡେ ବିଥ ଏ ହଣ୍ଡ୍ରେଡ ହ୍ୱାଇଟ ଫ୍ଲାବାର୍ସ, ଆଇ ବାଜ ବେଟିଂ ଫର ୟୁ, ମାଇଁ ଡିୟର, ବିଥ ଏ ଚର୍ଚ୍ଚ ପ୍ରେୟାର,

ଦ୍ୟାଟ ଡ୍ରିମ-ଚେସିଂ ସଣ୍ଡେ ମର୍ଣ୍ଣିଂ,

ଦ ଚ୍ୟାରିଅଟ ଅଫ ମାଇଁ ସ୍ୟାଡ଼ନେସ ରିଟର୍ନଡ ବିଦ୍ୱାଆଉଟ ୟୁ...

ଏହାର ଓଡ଼ିଆ ଭାବାର୍ଥ[ସମ୍ପାଦନା]

ଏକ ବିଷର୍ଣ୍ଣ ରବିବାରରେ ଶହେ ଧଳା ଫୁଲ ସହ, ପ୍ରିୟତମା! ମୁଁ ତୁମକୁ ଅପେକ୍ଷା କରିଥଲି ଚର୍ଚ୍ଚ ପ୍ରାର୍ଥନା ଗୃହରେ । ସ୍ୱପ୍ନକୁ ଅନୁସରଣ କରୁଥବା ସେହି ରବିବାର ସକାଳେ,ମୋ ଦୁଃଖର ସବାରୀ ଫେରିଥିଲା ତୁମକୁ ନପାଇ...

ଚର୍ଚ୍ଚା ଏବଂ ପ୍ରଭାବ[ସମ୍ପାଦନା]

ସଙ୍ଗୀତ ମନର ବିଷାଦକୁ ଦୂର କରିଥାଏ । ହେଲେ ସଙ୍ଗୀତ ଶୁଣି କେହି ଯେ ଆମ୍ବହତ୍ୟା କରିବ, ତାହା ଜାଣିଲେ ଚକିତ ହେବା ସ୍ୱାଭାବିକ । ମାତ୍ର ଏଭଳି ଅବିଶ୍ୱସନୀୟ ଘଟଣା ଘଟିଥଲା ହଙ୍ଗେରୀରେ । ଗୋଟିଏ ଗୀତ ୧୯ ଜଣଙ୍କ ଜୀବନ ନେଇଥଲା । ‘ଗ୍ଲୁମି ସଣ୍ଡେ' ଗୀତକୁ ଯିଏ ଗାଇଲା ସେ ଆମହତ୍ୟା କଲା । ଖୋଦ ଏହି ସଙ୍ଗୀତ ରଚୟିତା ମଧ୍ୟ ଶେଷରେ ଜୀବନ ହାରି ଦେଲେ । ସମୟାନୁକ୍ରମେ ଶ୍ରେତାଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରୁ ଏହି ଘାତକ ଗୀତକୁ ବିଭିନ୍ନ ଦେଶରେ ନିଷିଦ୍ଧ କରଯାଇଥଲା । ଶୁଣାଯାଏ ଯେ ସେ ତାଙ୍କ ପ୍ରେମିକା ଲାଗି ରଚନା କରଥଲେ । ହେଲେ ସେହି ଗୀତ ଶୁଣିବାର କିଛି ସମୟ ପରେ ତାଙ୍କ ପ୍ରେମିକା ଆତ୍ମହତ୍ୟା କରିଥଲେ । ଏହା ଜାଣିବା ପରେ ରେଜସୋ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥଲେ, କିନ୍ତୁ ବଞ୍ଚି ଯାଇଥିଲେ । ପରବର୍ତ୍ତୀ ସମୟରେ ଏହି ରେକର୍ଡର ମର୍ମଭେଦୀ ଭାଷା, ସ୍ୱର ଓ ଶୈଳୀରେ ପ୍ରଭାବିତ ହୋଇ ଗୀତକୁ ଶୁଣିଥବା ବିଭିନ୍ନ ଦେଶର ଲୋକେ ଆତ୍ମହତ୍ୟା କରିବାରେ ଲାଗିଲେ । ଏଯାବତ ଶ୍ରେତାଙ୍କ ମୃତ୍ୟୁ ସଂଖ୍ୟା ଜଣାପଡ଼ିନାହିଁ । ତେବେ ଗ୍ଲୁମି ସଣ୍ଡେ ଗୀତକୁ ଗାଇଥିବା ଲୋକଙ୍କ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଥିଲା । ଏହାକୁ ଦୃଷ୍ଟିରେ ରଖି ହଙ୍ଗେରୀ, ଆମେରିକା ସମେତ ଅନେକ ଦେଶରେ ଗ୍ଲୁମ ସେଣ୍ଡେକୁ ନିଷିଦ୍ଧ କରାଗଲା । ବ୍ରିଟିଶ ବ୍ରଡ଼କାଷ୍ଟ କର୍ପୋରେଶନ (ବିବିସ) ଏହାର ‘ବିଲ୍ଲିଏ ହଲି ଡେ" ସଂସ୍କରଣକୁ ନିଷିଦ୍ଧ କରିଥଲା । ଏହାସହେ ରେକର୍ଡକୁ ଲୋକେ ଶୁଣି ନିଜ ଜୀବନ ହାରିବାକୁ ଉଦ୍ୟତ ହେଲେ । ଗୀତଟି ମନରେ ବିଷାଦ, ଉନ୍ମାଦନା ସୃଷ୍ଟି କରି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି କରୁଥଲା । ତେଣୁ ଏହାକୁ ‘ମୃତ୍ୟୁର ସଙ୍ଗୀତ' ବୋଲି ଆଖ୍ୟା ଦିଆଯାଇଛି । ଖୋଦ ‘ଗ୍ଲୁମି ସନ୍‌ଡେ’ର ରଚୟିତା ରେଜସୋ ସେରେସ ଗୀତ ଗାଇ ଗାଇ କୋଠାରୁ ଡେଇଁ ଆମହତ୍ୟା କରିଥଲେ ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

  1. ୧.୦ ୧.୧ D.P. McDonald, "Gloomy Sunday: Overture to Death" Archived 2013-05-24 at the Wayback Machine.. Accessed 7 November 2011
  2. "Szomorú vasárnap" - László Jávor lyrics Archived 2013-01-21 at the Wayback Machine.. Accessed 7 November 2011
  3. World of Poetry: "Szomorú Vasárnap". Accessed 7 November 2011
  4. Bill DeMain, "This Song’s a Killer: The Strange Tale of 'Gloomy Sunday'", MentalFloss, August 16, 2011. Accessed 7 November 2011
  5. The 21st Floor: Ash, Pryce, "It May Be Freaky Friday, But Sunday Is Gloomy", 7 August 2010 Archived 25 April 2012 at the Wayback Machine.. Accessed 7 November 2011
  6. "Vége a világnak" - Rezső Seress lyrics Archived 2013-05-24 at the Wayback Machine.. Accessed 7 November 2011
  7. Rezső Seress' Gloomy Sunday - Board, Accessed 8 November 2011
  8. "Gloomy Sunday" - Sam Lewis lyrics Archived 2013-01-21 at the Wayback Machine., Accessed 7 November 2011
  9. Sheet music Archived 2016-03-05 at the Wayback Machine. gloomy-sunday.jpg (442×694)