ଗୌରୀ ଲଙ୍କେଶ

ଉଇକିପିଡ଼ିଆ‌ରୁ
ଗୌରୀ ଲଙ୍କେଶ
ଗୌରୀ ଲଙ୍କେଶ
Born(1962-01-29)୨୯ ଜାନୁଆରୀ ୧୯୬୨



ବେଙ୍ଗାଳୁରୁ, ମହୀଶୂର ରାଜ୍ୟ, ଭାରତ
Died୫ ସେପ୍ଟେମ୍ବର ୨୦୧୭(2017-09-05) (ବୟସ ୫୫)
ବେଙ୍ଗାଳୁରୁ, କର୍ଣ୍ଣାଟକ, ଭାରତ
Cause of deathହତ୍ୟା
Occupationସାମ୍ବାଦିକ-ସାମାଜିକ କର୍ମୀ
Employerଲଙ୍କେଶ ପତ୍ରିକେ
Spouseଚିଦାନନ୍ଦ ରାଜଘଟ୍ଟା
Familyପି. ଲଙ୍କେଶ (ବାପା)
ଇନ୍ଦ୍ରଜିତ ଲଙ୍କେଶ (ଭାଇ)
କବିତା ଲଙ୍କେଶ (ଭଉଣୀ)
Awardsଆନା ପଲିଟକଭସ୍କାୟା ପୁରସ୍କାର

ଗୌରୀ ଲଙ୍କେଶ (୧୯୬୨ ଜାନୁଆରୀ ୨୯ – ୨୦୧୭ ସେପ୍ଟେମ୍ବର ୫) ଜଣେ ଭାରତୀୟ ସାମ୍ବାଦିକରୁ ପାଲଟିଥିବା କର୍ମୀ ଥିଲେ । ସେ କର୍ଣ୍ଣାଟକର ବେଙ୍ଗାଳୁରୁର ବାସିନ୍ଦା ଥିଲେ । ସେ ତାଙ୍କ ପିତା ପି. ଲଙ୍କେଶଙ୍କ ପ୍ରତିଷ୍ଠିତ କନ୍ନଡ଼ ସାପ୍ତାହିକୀ ଲଙ୍କେଶ ପତ୍ରିକେର ସମ୍ପାଦିକା ଭାବେ କାର୍ଯ୍ୟରତ ଥିଲେ ଓ ନିଜ ପ୍ରତିଷ୍ଠିତ ଗୌରୀ ଲଙ୍କେଶ ପତ୍ରିକେ ମଧ୍ୟ ଚଳାଇଥିଲେ । ସେ ଆତତାୟୀମାନଙ୍କ ଗୁଳିରେ ରାଜରାଜେଶ୍ୱରୀ ନଗରଠାରେ ନିଜ ବାସଭବନଠାରେ ୨୦୧୭ ସେପ୍ଟେମ୍ବର ୫ ତାରିଖରେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁ କାଳରେ ଲଙ୍କେଶ ଦକ୍ଷିଣ-ପନ୍ଥୀ ଉଗ୍ରବାଦର ସମାଲୋଚକ ଭାବେ ଜଣା ଥିଲେ । ସେ ଦକ୍ଷିଣ-ପନ୍ଥୀ ହିନ୍ଦୁ ଉଗ୍ରବାଦ, ମହିଳାମାନଙ୍କ ଅଧିକାର ପାଇଁ ଆନ୍ଦୋଳନ ଓ ଜାତିଭିତ୍ତିକ ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ ନିମନ୍ତେ ଆନା ପୋଲିଟକୋଭସ୍କାୟା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧]

ଆଧାର[ସମ୍ପାଦନା]

  1. "Gauri Lankesh honoured with Anna Politkovskaya Award". The Hindu. Special Correspondent. 5 October 2017. ISSN 0971-751X. Retrieved 6 October 2017.{{cite news}}: CS1 maint: others (link)