ଗୌରୀ ଲଙ୍କେଶ
ଦେଖଣା
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଗୌରୀ ଲଙ୍କେଶ | |
|---|---|
ଗୌରୀ ଲଙ୍କେଶ | |
| ଜନ୍ମ | ୨୯ ଜାନୁଆରୀ ୧୯୬୨
ବେଙ୍ଗାଳୁରୁ, ମହୀଶୂର ରାଜ୍ୟ, ଭାରତ |
| ମୃତ୍ୟୁ | ୫ ସେପ୍ଟେମ୍ବର ୨୦୧୭ (ବୟସ ୫୫) ବେଙ୍ଗାଳୁରୁ, କର୍ଣ୍ଣାଟକ, ଭାରତ |
| ମୃତ୍ୟୁର କାରଣ | ହତ୍ୟା |
| ବୃତ୍ତି | ସାମ୍ବାଦିକ-ସାମାଜିକ କର୍ମୀ |
| ଚାକିରିକ୍ଷେତ୍ର | ଲଙ୍କେଶ ପତ୍ରିକେ |
| ବୈବାହିକ-ସାଥୀ | ଚିଦାନନ୍ଦ ରାଜଘଟ୍ଟା |
| ପରିବାର | ପି. ଲଙ୍କେଶ (ବାପା) ଇନ୍ଦ୍ରଜିତ ଲଙ୍କେଶ (ଭାଇ) କବିତା ଲଙ୍କେଶ (ଭଉଣୀ) |
| ପୁରସ୍କାର | ଆନା ପଲିଟକଭସ୍କାୟା ପୁରସ୍କାର |
ଗୌରୀ ଲଙ୍କେଶ (୧୯୬୨ ଜାନୁଆରୀ ୨୯ – ୨୦୧୭ ସେପ୍ଟେମ୍ବର ୫) ଜଣେ ଭାରତୀୟ ସାମ୍ବାଦିକରୁ ପାଲଟିଥିବା କର୍ମୀ ଥିଲେ । ସେ କର୍ଣ୍ଣାଟକର ବେଙ୍ଗାଳୁରୁର ବାସିନ୍ଦା ଥିଲେ । ସେ ତାଙ୍କ ପିତା ପି. ଲଙ୍କେଶଙ୍କ ପ୍ରତିଷ୍ଠିତ କନ୍ନଡ଼ ସାପ୍ତାହିକୀ ଲଙ୍କେଶ ପତ୍ରିକେର ସମ୍ପାଦିକା ଭାବେ କାର୍ଯ୍ୟରତ ଥିଲେ ଓ ନିଜ ପ୍ରତିଷ୍ଠିତ ଗୌରୀ ଲଙ୍କେଶ ପତ୍ରିକେ ମଧ୍ୟ ଚଳାଇଥିଲେ । ସେ ଆତତାୟୀମାନଙ୍କ ଗୁଳିରେ ରାଜରାଜେଶ୍ୱରୀ ନଗରଠାରେ ନିଜ ବାସଭବନଠାରେ ୨୦୧୭ ସେପ୍ଟେମ୍ବର ୫ ତାରିଖରେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁ କାଳରେ ଲଙ୍କେଶ ଦକ୍ଷିଣ-ପନ୍ଥୀ ଉଗ୍ରବାଦର ସମାଲୋଚକ ଭାବେ ଜଣା ଥିଲେ । ସେ ଦକ୍ଷିଣ-ପନ୍ଥୀ ହିନ୍ଦୁ ଉଗ୍ରବାଦ, ମହିଳାମାନଙ୍କ ଅଧିକାର ପାଇଁ ଆନ୍ଦୋଳନ ଓ ଜାତିଭିତ୍ତିକ ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ ନିମନ୍ତେ ଆନା ପୋଲିଟକୋଭସ୍କାୟା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧]