ଗୌରହରି ଦାସ୍ତାଁ
ଗୌରହରି ଦାସ୍ତାଁ | |
---|---|
ନିର୍ଦ୍ଦେଶକ | ଅନନ୍ତ ମହାଦେବନ୍ |
ପ୍ରଯୋଜକ | ବିନ୍ଦିୟା ଖନୋଲକର ସଚିନ ଖନୋଲକର |
ସଂଳାପ | ସି. ପି. ସୁରେନ୍ଦ୍ରନ୍ |
କଳାକାର | ବିନୟ ପାଠକ କୋଙ୍କଣା ସେନ ଶର୍ମା ରଣବୀର ଶୋରେ ତନିସ୍ତା ଚାଟାର୍ଜୀ |
ସଙ୍ଗୀତ | ଡ. ଏଲ୍. ଶୁଭ୍ରମଣ୍ୟମ୍ |
ଚିତ୍ରଗ୍ରହଣ | ଅଲ୍ଫୋନ୍ସ୍ ରାୟ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୪ ଅଗଷ୍ଟ ୨୦୧୫ |
କଥାଚିତ୍ରର ସମୟ | ୧୧୪ ମିନିଟ୍ |
ଦେଶ | ଭାରତ |
ଭାଷା | ହିନ୍ଦୀ |
ଗୌରହରି ଦାସ୍ତାଁ - ଦ ଫ୍ରିଡମ୍ ଫାଇଲ୍, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଗୌର ହରି ଦାସଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ।[୧] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ବିନ୍ଦିୟା ଖନୋଲକର ଓ ସଚିନ ଖନୋଲକର । ସି. ପି. ସୁରେନ୍ଦ୍ରନ୍ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅନନ୍ତ ମହାଦେବନ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିନୟ ପାଠକ, କୋଙ୍କଣା ସେନ ଶର୍ମା, ରଣବୀର ଶୋରେ, ତନିସ୍ତା ଚାଟାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ପ୍ରମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ପୃଷ୍ଠଭୂମି ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୌରହରି ଦାସଙ୍କ ଆତ୍ମଜୀବନୀ ଉପରେ ଆଧାରିତ ।
ଏହି କଥାଚିତ୍ରଟିର ୨୦୧୫ ମସିହା ଅଗଷ୍ଟ ୧୪ ତାରିଖରେ ମୁକ୍ତିଲାଭ କରିଥିଲା ଏବଂ ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିବାସହ ମତାମତ ମଧ୍ୟ ଭଲ ରହିଥିଲା ।[୩]
ପୃଷ୍ଠଭୂମି
[ସମ୍ପାଦନା]ଗୌରହରି ଦାସ୍ତାଁ ହେଉଛି ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଗୌରହରି ଦାସଙ୍କର ଜୀବନୀ, ଯିଏକି ଦୀର୍ଘ ୩୨ ବର୍ଷ ଧରି ସଂଗ୍ରାମ ଚଳାଇଥିଲେ । ସେ ତାଙ୍କର ଦେଶଭକ୍ତି ପାଇଁ ନିଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ ଚଳାଇଥିଲେ । ସେ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ପରିଚିତ କରାଇବାକୁ ଆବଶ୍ୟକ କରୁଥିବା ପ୍ରମାଣପତ୍ର ପାଇଁ ଏହି ଆନ୍ଦୋଳନ କରିଥିଲେ, ଯାହା ପାଇଁ ତାଙ୍କୁ ୩୦ ବର୍ଷ ସମୟ ଲାଗିଯାଇଥିଲା । ୮୪ ବର୍ଷ ବୟସରେ ଶେଷରେ ସେ ଏହି ସଂଗ୍ରାମରେ ବିଜୟଲାଭ କରିଥିଲେ ।[୪]
ଅଭିନୟ
[ସମ୍ପାଦନା]- ବିନୟ ପାଠକ - ଗୌରହରି ଦାସ
- କୋଙ୍କଣା ସେନ ଶର୍ମା - ଲକ୍ଷ୍ମୀ ଦାସ
- ରଣବୀର ଶୋରେ - ରାଜୀବ ସିଂଘଳ
- ତନିସ୍ତା ଚାଟାର୍ଜୀ - ଅନୀତା
- ବିକ୍ରମ ଗୋଖଲେ - ମୁଖ୍ୟ ମନ୍ତ୍ରୀ
- ବିପିନ ଶର୍ମା - ଆହିରକର
- ରଜତ କପୁର - ମୋହନ ଯୋଶୀ
- ସୌରଭ ଶୁକ୍ଳା - ସ୍ୱାଧୀନତା ସଂଗ୍ରାମର ସ୍ୱତନ୍ତ୍ର ସମ୍ପାଦକ
- ନେହା ପେଣ୍ଡ୍ସେ - ନେହା ଦାସ
- ଅଶ୍ରାଣୀ - ଖଦି କମିଶନ ବସ୍
- ପରୀକ୍ଷିତ ସାହାଣୀ - କଲେଜ ଅଧକ୍ଷ
- ମୁରଲୀ ଶର୍ମା - ଗୋଡ୍ବୋଲେ
- ବିଜୁ ଖୋଟେ
- ଜ୍ୟାକି ଶ୍ରଫ୍
- ଅଶୋକ ବନ୍ତିଆ - ହରି ଦାସ (ଗୌରହରି ଦାସଙ୍କ ବାପା)
- ବାହୁଲ ବୋହରା - ରାଜୀବ ମିତ୍ର
- ବିନୟ ଆପ୍ଟେ - ବିଧାୟକ
- ସିଦ୍ଧାର୍ଥ ଯାଦବ
- ନୀନା କୁଲ୍କରଣୀ - ଶ୍ରମତୀ ଆପ୍ଟେ
- ଭରତ ଡାଭୋଲକର - କମାଣ୍ଡୋ ୧
- ଉପେନ୍ଦ୍ର ଲିମାୟେ - ଜେଲର୍
- ସୁରେନ୍ଦ୍ର ରଞ୍ଜନ - ଗାନ୍ଧିଜୀ
- ସନ୍ଦୀପ କୁଲ୍କରଣୀ - ଗୃହମନ୍ତ୍ରୀ
- ସୁହାସ ପାଲଶୀକର - ପ୍ରଥମ ଗାନ୍ଧୀବାଦି
- କିଶୋର ପ୍ରଧାନ - ଅବସରପ୍ରାପ୍ତ ଡାକ କର୍ମଚାରୀ
- ଗଣେଶ ଯାଦବ
- ଅଚିନ୍ତ କୌର
- ଅନନ୍ତ ମହାଦେବନ୍
- ଦୀପକ ସାତସୁଲେ - ଆଲୋକ
- ବିଦ୍ୟା ମାଲବଡ଼େ - ତନ୍ଭି
- ଛାୟା କଦମ୍ - ଖଦି କମିଶନ୍
- ଖୁସ୍ବୋ - ରାଜୀବର ସ୍ତ୍ରୀ
- ସତିଶ ପୁଲକର
- ପ୍ରଦୀପ ହାଲ୍ଦାଙ୍କର
- ଗେରୀ ରିଚଡ୍ସନ୍ - ବ୍ରିଟିଶ୍ ଶିକ୍ଷକ
- ସୁନୀଲ ସିନ୍ଧେ
ଗୀତ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Gour Hari Das Interview
- ↑ Cast & Crew List
- ↑ Review by The Hindu
- ↑ "Official Website". Archived from the original on 2015-10-13. Retrieved 2018-10-15.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୌରହରି ଦାସ୍ତାଁ