ଗୌତମ ଗୁପ୍ତା

ଉଇକିପିଡ଼ିଆ‌ରୁ
ଗୌତମ ଗୁପ୍ତା
ଜନ୍ମ (1988-04-13) ୧୩ ଅପ୍ରେଲ ୧୯୮୮ (ବୟସ ୩୬)[୧]
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ମଡେଲ୍
ବୈବାହିକ-ସାଥୀସ୍ମୃତି ଖାନ୍ନା (୨୦୧୭ – ଏବେଯାଏଁ)
ସନ୍ତାନ[୨]

ଗୌତମ ଗୁପ୍ତା ଜଣେ ଭାରତୀୟ ଅଭିନେତା ତଥା ମଡେଲ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ତାଙ୍କୁ ଶେଷ ଥର ପାଇଁ ଷ୍ଟାର ପ୍ଲସରେ ପ୍ରସାରିତ ବାଲାଜୀ ଟେଲିଫିଲ୍ମସ‌ଦ୍ୱାରା ନିର୍ମିତ ଦୂରଦର୍ଶନ ଧାରାବାହିକ କୁଛ୍ ତୋ ହୈ ତେରେ ମେରେ ଦରମିଆଁରେ କାମ କରିଥିଲେ ।[୩] ସେ ହେଲୋ ବ୍ରଦର୍, କାର୍ବନ, ୟଙ୍ଗରାଡା ଭଳି କଥାଚିତ୍ରରେ କାମ କରିବା ସହିତ ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ଗୋରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୭: ଗୋ (ଅଭୟ ନାରୁଲା)

ପ୍ରଯୋଜନା/ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

  • ୧୯୯୯: ହେଲୋ ବ୍ରଦର୍
  • ୨୦୧୭: କାର୍ବନ୍ (ପ୍ରଯୋଜକ)
  • ୨୦୧୮: ୟଙ୍ଗ୍‌ଗାର୍ଡ଼ (ପ୍ରଯୋଜକ)

ଦୂରଦର୍ଶନ[ସମ୍ପାଦନା]

  • ୨୦୧୪-୨୦୧୫: ମେରି ଆଶିକି ତୁମ୍‌ସେ ହୈ
  • ୨୦୧୫-୨୦୧୬: କୁଛ୍ ତୋ ହୈ ତେରେ ମେରେ ଦରମିଆଁ
  • ୨୦୧୬: ବକ୍ସ କ୍ରିକେଟ୍ ଲିଗ୍

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗୌତମଙ୍କ ପରିବାର କଥାଚିତ୍ର ଜଗତ ସହିତ ଜଡ଼ିତ । ତାଙ୍କ ବାପା ସୁଶୀଲ ଗୁପ୍ତା ଏକ ପ୍ରଡ଼କ୍ସନ କମ୍ପାନୀର ମାଲିକ ।[୪] ସେ ତାଙ୍କର ଜଣେ ବନ୍ଧୁଙ୍କ ପ୍ରରୋଚନାରେ ଅଭିନୟ ଶିଖିବା ଆରମ୍ଭ କରିଥିଲେ ।[୫] ୨୪ ନଭେମ୍ବର ୨୦୧୭ରେ ସେ ସ୍ମୃତି ଖାନ୍ନାଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କ ସହିତ ମେରି ଆଶିକିରେ କାମ କରୁଥିଲେ ।[୨]

ଆଧାର[ସମ୍ପାଦନା]

  1. "Pregnant Smriti Khanna to husband Gautam Gupta on birthday: 'Gift will arrive anytime now'". Hindustan Times.
  2. ୨.୦ ୨.୧ "TV Couple Smriti Khanna And Gautam Gupta Welcome Baby Girl". NDTV (in ଆମେରିକୀୟ ଇଂରାଜୀ). Retrieved 2021-06-06.
  3. IANS (24 September 2015). "Ekta Kapoor's new show on friendship to launch soon". The Indian Express. Retrieved 12 January 2019.
  4. "Getting to know Gautam Gupta, easy going actor". dna. 11 July 2007. Retrieved 2015-10-13.
  5. "Ekta is a great mentor: Gautam Gupta". The Asian Age. Archived from the original on 2015-09-23. Retrieved 2015-10-13.

ବାହାର ଲିଙ୍କ୍[ସମ୍ପାଦନା]