Jump to content

ଗୌତମୀ ଦେଶପାଣ୍ଡେ

ଉଇକିପିଡ଼ିଆ‌ରୁ
ଗୌତମୀ ଦେଶପାଣ୍ଡେ
ଜନ୍ମ (1993-01-31) ୩୧ ଜାନୁଆରୀ ୧୯୯୩ (ବୟସ ୩୩)[୧]
Educationମେକାନିକାଲ୍ ଇଞ୍ଜିନିୟରିଂ
ପେଷାs
  • ଅଭିନେତ୍ରୀ
  • କଣ୍ଠଶିଳ୍ପୀ
ଜଣାଶୁଣାସାରେ ତୁଝ୍ୟାଚସାଠୀ
ମାଝା ହୋଶିଲ ନା
ଜୀବନସାଥୀ
ସ୍ୱାନନ୍ଦ ତେନ୍ଦୁଲକର
​
(m. ୨୦୨୩)​
Parents
  • ବିବେକ ଦେଶପାଣ୍ଡେ (father)
  • ପ୍ରତିଭା ଦେଶପାଣ୍ଡେ (mother)
ସମ୍ପର୍କୀୟମୃଣ୍ମୟୀ ଦେଶପାଣ୍ଡେ (ଭଉଣୀ)

ଗୌତମୀ ଦେଶପାଣ୍ଡେ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମରାଠୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଜୀ ମରାଠୀରେ ପ୍ରସାରିତ ଧାରାବାହିକ ମଝା ହୋଷିଲ ନାରେ ସାଇ ଭୂମିକାରେ ଅଭିନୟ ପାଇଁ ପ୍ରସିଦ୍ଧ । ତାଙ୍କ ଭଉଣୀ ମୃଣ୍ମୟୀ ଦେଶପାଣ୍ଡେ ଜଣେ ଅଭିନେତ୍ରୀ ଭାବରେ ମରାଠୀ ଧାରାବାହିକ ଓ କଥାଚିତ୍ରରେ କାମ କରୁଛନ୍ତି ।[୨]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଗୌତମୀ ୧୯୯୩ ମସିହାର ଜାନୁଆରୀ ୧୩ ତାରିଖରେ ମହାରାଷ୍ଟ୍ରର ପୁଣେଠାରେ ଜନ୍ମଗ୍ରହଣ କରିଥିଲେ ।[୧] ୨୦୧୪ ମସିହାରେ, ସେ ଭିଆଇଆଇଟି ପୁଣେରୁ ମେକାନିକାଲ୍ ଇଞ୍ଜିନିୟରିଂ କରିଥିଲେ । ଇଞ୍ଜିନିୟରିଂ ପରେ, ସେ ୪ ବର୍ଷ କର୍ପୋରେଟ୍‌ରେ ଚାକିରୀ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ସେ ଥିଏଟରରୁ ଅଭିନୟ ଜୀବନର ଆରମ୍ଭ କରିଥିଲେ ।[୩] କଲେଜରେ ପଢ଼ିବା ସମୟରେ, ସେ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ, ସେ ମରାଠୀ ଧାରାବାହିକ ସାରେ ତୁଝ୍ୟାଚସାଠୀ ଜରିଆରେ ମରାଠୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ, ଯାହାକି ସୋନି ମରାଠୀରେ ପ୍ରସାରିତ ହୋଇଥିଲା ।[୪] ଜଣେ କଣ୍ଠଶିଳ୍ପୀ ଭାବରେ, ସେ ମନ୍ନ ଫକୀରା ନାମକ ଏକ ମରାଠୀ କଥାଚିତ୍ରରେ କଣ୍ଠଦାନ କରିଛନ୍ତି । ମାଝେ ହୋଷିଲ ନା ଧାରାବାହିକରେ, ସେ ସାଇ ଭୂମିକାରେ ଅଭିନୟ କରିଥିଲେ ।[୫][୬]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ଆଧାର
୨୦୧୮–୨୦୧୯ ସାରେ ତୁଝ୍ୟାଚସାଠୀ ଶ୍ରୁତି ସୋନି ମରାଠୀ [୭]
୨୦୨୦–୨୦୨୧ ମାଝେ ହୋଷିଲ ନା ସାଇ ଶଶିକାନ୍ତ ବିରାଜଦାର/ସାଇ ଆଦିତ୍ୟ କଶ୍ୟପ ଜୀ ମରାଠୀ [୮]
୨୦୨୧ ଚଲା ହାୱା ୟେଉ ଦ୍ୟା ଅତିଥି କଳାକାର [୯]
୨୦୨୨ କିଚେନ୍ କଳାକାର ନିଜେ
ଡି'ଭର୍ବ ଆର୍କାଇଭ୍‌ସା ୟୁଟ୍ୟୁବ୍ [୧୦]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଗୀତ କଣ୍ଠଶିଳ୍ପୀ ସହ-ଅଭିନେତା ଆଧାର
୨୦୨୨ ପାରିଜାତ ହୃଶିକେଶ ରାଣାଡ଼େ, ଅମିତା ଘୁଗରୀ ବିରାଜାସ କୁଲକର୍ଣ୍ଣି [୧୧]

ଡିସ୍କୋଗ୍ରାଫି

[ସମ୍ପାଦନା]
ବର୍ଷ କଥାଚିତ୍ର ଗୀତ ଆଧାର
୨୦୨୦ ମନ୍ନ ଫକୀରା ଘରି ଗୋନ୍ଧାଲ [୧୨]
ବର୍ଷ ନାଟକର ନାମ
୨୦୨୩ ଘାଲିବ [୧୩]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ ଧାରାବାହିକ ଭୂମିକା ଆଧାର
୨୦୧୯ ମା ତା ସମ୍ମାନ ଶ୍ରେଷ୍ଠ ଅଭିନେତ୍ରୀ ସାରେ ତୁଝ୍ୟାଚସାଠୀ ଶ୍ରୁତି [୧୪]
୨୦୨୧ ଜୀ ମରାଠୀ ଉତ୍ସବ ନାଟ୍ୟାଞ୍ଚ ଆୱାର୍ଡ଼ ଶ୍ରେଷ୍ଠ ଅଭିନେତ୍ରୀ ମଝା ହୋଷିଲ ନା ସାଇ କଶ୍ୟପ [୧୫]
ଶ୍ରେଷ୍ଠ କପୁଲ୍ (ଆଦିତ୍ୟ-ସାଇ)
  1. 1 2 How Well Do You Know Each Other With Gautami & Virajas | Friendship Day Special | Majha Hoshil Na (in ଇଂରାଜୀ). Event occurs at ଛାଞ୍ଚ:Time needed. Retrieved 2022-12-15 – via YouTube.
  2. ↑ "Sister goals! Mrunmayee Deshpande and Gautami Deshpande's latest 'Diwali' post is things adorable – Times of India". The Times of India. Retrieved 6 February 2021.
  3. ↑ "'माझा होशील ना' मालिकेतील अभिनेत्री गौतमी देशपांडेबद्दल हे माहिती आहे का?". Maharashtra Times (in ମରାଠୀ). Retrieved 6 February 2021.
  4. ↑ "Harshad Atkari and Gautami Deshpande to be seen in Saare Tujhyasathi – The Times of India". The Times of India (in ଇଂରାଜୀ). Retrieved 6 February 2021.
  5. ↑ "5 Lesser Known Facts About Gautami Deshpande Aka Sai From Majha Hoshil Na". ZEE5 News (in ଇଂରାଜୀ). 11 March 2020. Retrieved 6 February 2021.
  6. ↑ "'Saare Tujhyachsathi' fame Gautami Deshpande to feature in the upcoming show 'Majha Hoshil Na' – The Times of India". The Times of India (in ଇଂରାଜୀ). Retrieved 24 December 2020.
  7. ↑ "It's double century for Saare Tujyasaathi - Times of India". The Times of India (in ଇଂରାଜୀ). Retrieved 2022-12-27.
  8. ↑ "'माझा होशील ना'मधील विराजस आहे या प्रसिद्ध अभिनेत्रीचा मुलगा तर गौतमीची बहीणदेखील आहे प्रसिद्ध अभिनेत्री". Divya Marathi (in ମରାଠୀ). 20 February 2020. Retrieved 6 February 2021.
  9. ↑ "Bhau Kadam, Shreya Bugde Enact A Hilarious Skit On Majha Hoshil Na's Aditya-Sai in Chala Hawa Yeu Dya". ZEE5 News (in ଇଂରାଜୀ). 3 September 2020. Retrieved 6 February 2021.
  10. ↑ Mohammed Rafi | D'verb Archives EP 21 | Gautami Deshpande | Devendra Bhome | D'verb Experience (in ଇଂରାଜୀ), retrieved 2022-12-27
  11. ↑ PARIJAAT | Gautami - Virajas | Chirag Gujarathi | Paritosh Pradhan | Rutuja Deshkar | Dawn Originals (in ଇଂରାଜୀ), retrieved 2022-12-27
  12. ↑ "Mann Fakiraa song 'Ghari Gondhal': Euphoric family members welcome newlyweds Sayali Sanjeev and Suvrat Joshi". Cinestaan. Archived from the original on 23 April 2021. Retrieved 6 February 2021.
  13. ↑ Galib Natak Review, Dec 2023
  14. ↑ "मटा सन्मान २०१९: लेथ जोशी चित्रपटाची बाजी". Maharashtra Times (in ମରାଠୀ). Retrieved 12 April 2021.
  15. ↑ "Zee Marathi Awards 2021: Gautami Deshpande Aka Sai Pens Down An Emotional Note After Getting Applauded At The Ceremony". ZEE5 News (in ଇଂରାଜୀ). 5 April 2021. Retrieved 12 April 2021.

ବାହାର ଲିଙ୍କ୍

[ସମ୍ପାଦନା]