ଗୋଆ ମୁକ୍ତି ଦିବସ

ଉଇକିପିଡ଼ିଆ‌ରୁ

ଗୋଆ, ଡାମନ ଓ ଡିଉ ମୁକ୍ତି ଦିବସ ପ୍ରତିବର୍ଷ ୧୯ ଡିସେମ୍ବରରେ ଭାରତର ଗୋଆରେ ପାଳନ କରାଯାଏ । ଏହା ଭାରତରେ ଗୋଆ ମୁକ୍ତି ଦିବସ ନମରେ ଖ୍ୟାତ ।[୧] ଗୋଆକୁ ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ କରିଥିବା ଭାରତୀୟ ସଶସ୍ତ୍ର ବାହିନୀର ସ୍ମୃତିରେ ଗୋଆ ମୁକ୍ତି ଦିବସ ପାଳନ କରାଯାଏ ।[୨] ଏହି ଦିନ ହିଁ ଭାରତ ୟୁରୋପୀୟ ଶାସନରୁ ସମ୍ପୂର୍ଣ୍ଣ ମୁକ୍ତ ହେଲା ।

ଇତିହାସ[ସମ୍ପାଦନା]

ଗୋଆ, ନାମକ ଏହି ଭାରତୀୟ ରାଜ୍ୟ, ଡିସେମ୍ବର ୧୯, ୧୯୬୧ରେ ପ୍ରାୟ ୪୫୦ ବର୍ଷର ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ ହୋଇଥିଲା । ଭାରତରେ ଊନ୍ନବିଂଶ ଶତାବ୍ଦୀରେ ସ୍ୱାଧୀନତା ପାଇଁ ଏହି ଆନ୍ଦୋଳନ ଗୋଆରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପକାଇଥିଲା । ଗୋଆର ବାସିନ୍ଦାମାନେ ୧୯୪୦ ଦଶକରେ ସତ୍ୟଗ୍ରହରେ ମଧ୍ୟ ଭାଗନେଇଥିଲେ । ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରେ ମଧ୍ୟ ପର୍ତ୍ତୁଗୀଜମାନେ ଗୋଆ ଛାଡିବାକୁ ମନା କରିଦେଇଥିଲେ । କଥାବାର୍ତ୍ତା ବିଫଳ ହେବା ପରେ ଭାରତର ତତ୍କାଳୀନ ସରକାର ଗୋଆର ମୁକ୍ତି ପାଇଁ ସାମରିକ ବିକଳ୍ପ ବାଛିଲେ।[୩]

ତିନୋଟି ପର୍ତ୍ତୁଗୀଜ୍ ଅଞ୍ଚଳ: ଗୋଆ, ଡାମନ ଓ ଡିଉକୁ ମୁକ୍ତ କରିବା ପାଇଁ ଅପରେସନ୍ ବିଜୟ ଆରମ୍ଭ କରାଯାଇଥିଲା । ଏହା ଭାରତୀୟ ସଶସ୍ତ୍ର ବାହିନୀର ପ୍ରଥମ ତ୍ରି-ସେବା କାର୍ଯ୍ୟ ବୋଲି ଅନୁମାନ କରାଯାଉଥିଲା । ଡିସେମ୍ବର ୧ରୁ ଭାରତ ସରକାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲେ, କିନ୍ତୁ ଏହା ୩୬ ଘଣ୍ଟିଆ ସାମରିକ ଅପରେସନ୍ ଭାବରେ ଡିସେମ୍ବର ୧୮, ୧୯୬୧ରୁ ଆରମ୍ଭ ହୋଇ ୧୯ ଡିସେମ୍ବର ୧୯୬୧ରେ ଶେଷ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. "Goa Liberation day - JournalsOfIndia". journalsofindia. 21 December 2021. Archived from the original on 19 February 2022. Retrieved 19 February 2022.
  2. Bose, Abhimanyu (December 19, 2018). "Country Celebrates 57th Goa Liberation Day, Parade Held In Coastal State". NDTV.
  3. "Goa Liberation Day 2020: All about its history and significance". Hindustan Times (in ଇଂରାଜୀ). 18 December 2020. Retrieved 19 February 2022.
  4. "Explained: Goa Liberation Day and PM Narendra Modi's visit". The Indian Express (in ଇଂରାଜୀ). 23 December 2021. Retrieved 19 February 2022.