ଗୋଆ ମୁକ୍ତି ଦିବସ
ଗୋଆ, ଡାମନ ଓ ଡିଉ ମୁକ୍ତି ଦିବସ ପ୍ରତିବର୍ଷ ୧୯ ଡିସେମ୍ବରରେ ଭାରତର ଗୋଆରେ ପାଳନ କରାଯାଏ । ଏହା ଭାରତରେ ଗୋଆ ମୁକ୍ତି ଦିବସ ନମରେ ଖ୍ୟାତ ।[୧] ଗୋଆକୁ ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ କରିଥିବା ଭାରତୀୟ ସଶସ୍ତ୍ର ବାହିନୀର ସ୍ମୃତିରେ ଗୋଆ ମୁକ୍ତି ଦିବସ ପାଳନ କରାଯାଏ ।[୨] ଏହି ଦିନ ହିଁ ଭାରତ ୟୁରୋପୀୟ ଶାସନରୁ ସମ୍ପୂର୍ଣ୍ଣ ମୁକ୍ତ ହେଲା ।
ଇତିହାସ
[ସମ୍ପାଦନା]ଗୋଆ, ନାମକ ଏହି ଭାରତୀୟ ରାଜ୍ୟ, ଡିସେମ୍ବର ୧୯, ୧୯୬୧ରେ ପ୍ରାୟ ୪୫୦ ବର୍ଷର ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ ହୋଇଥିଲା । ଭାରତରେ ଊନ୍ନବିଂଶ ଶତାବ୍ଦୀରେ ସ୍ୱାଧୀନତା ପାଇଁ ଏହି ଆନ୍ଦୋଳନ ଗୋଆରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପକାଇଥିଲା । ଗୋଆର ବାସିନ୍ଦାମାନେ ୧୯୪୦ ଦଶକରେ ସତ୍ୟଗ୍ରହରେ ମଧ୍ୟ ଭାଗନେଇଥିଲେ । ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରେ ମଧ୍ୟ ପର୍ତ୍ତୁଗୀଜମାନେ ଗୋଆ ଛାଡିବାକୁ ମନା କରିଦେଇଥିଲେ । କଥାବାର୍ତ୍ତା ବିଫଳ ହେବା ପରେ ଭାରତର ତତ୍କାଳୀନ ସରକାର ଗୋଆର ମୁକ୍ତି ପାଇଁ ସାମରିକ ବିକଳ୍ପ ବାଛିଲେ।[୩]
ତିନୋଟି ପର୍ତ୍ତୁଗୀଜ୍ ଅଞ୍ଚଳ: ଗୋଆ, ଡାମନ ଓ ଡିଉକୁ ମୁକ୍ତ କରିବା ପାଇଁ ଅପରେସନ୍ ବିଜୟ ଆରମ୍ଭ କରାଯାଇଥିଲା । ଏହା ଭାରତୀୟ ସଶସ୍ତ୍ର ବାହିନୀର ପ୍ରଥମ ତ୍ରି-ସେବା କାର୍ଯ୍ୟ ବୋଲି ଅନୁମାନ କରାଯାଉଥିଲା । ଡିସେମ୍ବର ୧ରୁ ଭାରତ ସରକାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲେ, କିନ୍ତୁ ଏହା ୩୬ ଘଣ୍ଟିଆ ସାମରିକ ଅପରେସନ୍ ଭାବରେ ଡିସେମ୍ବର ୧୮, ୧୯୬୧ରୁ ଆରମ୍ଭ ହୋଇ ୧୯ ଡିସେମ୍ବର ୧୯୬୧ରେ ଶେଷ ହୋଇଥିଲା ।[୪]
ଆଧାର
[ସମ୍ପାଦନା]- ↑ "Goa Liberation day - JournalsOfIndia". journalsofindia. 21 December 2021. Archived from the original on 19 February 2022. Retrieved 19 February 2022.
- ↑ Bose, Abhimanyu (December 19, 2018). "Country Celebrates 57th Goa Liberation Day, Parade Held In Coastal State". NDTV.
- ↑ "Goa Liberation Day 2020: All about its history and significance". Hindustan Times (in ଇଂରାଜୀ). 18 December 2020. Retrieved 19 February 2022.
- ↑ "Explained: Goa Liberation Day and PM Narendra Modi's visit". The Indian Express (in ଇଂରାଜୀ). 23 December 2021. Retrieved 19 February 2022.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |