ଗୁଗଲ ଆଲୋ

ଉଇକିପିଡ଼ିଆ‌ରୁ

ଗୁଗଲ ଆଲୋ ହେଉଛି ଗୁଗଲର ଏକ ନୂଆ ମେସେଜିଂଗ୍ ଆପ । ଏହାକୁ ବ୍ୟବହାରକରି ବ୍ୟବହାରକରି ଜଣକ ନିଜର ମିତ୍ର ଏବଂ ପରିବାର ବର୍ଗଙ୍କ ସହିତ ବାର୍ତ୍ତାଳାପ କରି ପରିଥାଏ । ଏଥିରେ ପ୍ରଥମ ଥର ପାଈଁ ଗୁଗଲର ଅତ୍ୟାଧୁନିକ ମେସିନ ଳର୍ଣିଙ୍ଗଦ୍ୱାରା ପ୍ରସ୍ତୁତ ହୋଇଥିବା ଗୁଗଲ ଆଶିଷ୍ଟାଣ୍ଟର ବ୍ୟବହାର ହୋଇଛି ।

ଇତିହାସ[ସମ୍ପାଦନା]

ଆଲୋ ପ୍ରଥମ ଥର ପାଇଁ ଗୁଗଲର ଆଇ/ଓ ୨୦୧୬ରେ ଉନ୍ମୋଚନ କରାଯାଇଥିଲା । ସେଠାରେ ଏହାର କିଛି ନୁଆ ଗୁଣବତ୍ତା ସମ୍ପର୍କରେ ଜଣାଇବା ସହିତ, ଏହା ଗ୍ରୀଷ୍ମର ଶେଷ ସୁଧା ବିଶ୍ୱ ଦରବାରରେ ଉପସ୍ଥାପିତ ହେବ ବୋଲି ଘୋଷଣା କରାଯାଇଥିଲା ।

ସେପ୍ଟେମ୍ବର ୨୧ ତାରିଖରେ ପ୍ରଥମଥର ପାଇଁ ଗୁଗଲ ଆଲୋ ଗୁଗଲ ପ୍ଲେଷ୍ଠୋରରେ ଡାଉନଲୋଡ଼ ପାଈଁ ଉପଲବ୍ଧ ହୋଇଥିଲା । ଠିକ ଦଶ ଦିନ ମଧ୍ୟରେ ଏହାର ଡାଉନଲୋଡ଼ ପଚାଶ ଲକ୍ଷ ଟପି ଯାଇଥିଲା ।

ଅପ୍ରେଲ ୨୦୧୮ରେ ଗୁଗଲ ଏହି ଆଲୋର ଉନ୍ନତିକରଣକୁ ସ୍ଥଗିତ ରଖିବାର ନିର୍ଣ୍ଣୟ ନେଇଥିଲା, ଏବଂ ନିଜର ମାନବ ସମ୍ବଳକୁ ନିଜର ଅନ୍ୟ ଏକ ସେବା, "ମେସେଜେସ"ରେ ବ୍ୟବହାର କରିବା ଆରମ୍ଭ କରିଥିଲା । [୧][୨][୩]

ଡିସେମ୍ବର ୨୦୧୮ ମସିହାରେ ଗୁଗଲ ଏହି ଆଲୋକୁ ବନ୍ଦ କରିବା କଥା ଘୋଷଣା କରିଥିଲା,[୪] ଏବଂ ଏକ ନୂଆ ଅପଡେଟ ଜରିଆରେ ବ୍ୟବହାରକାରୀଙ୍କର ଜରୁରୀ ତଥ୍ୟ ଆଲୋରୁ କାଢ଼ିବା ପାଇଁ ବ୍ୟବସ୍ଥା କରିଥିଲା । [୫]

ବିଶେଷତ୍ୱ[ସମ୍ପାଦନା]

ଗୁଗଲ ଆଲୋତ ମୁଖ୍ୟ ବିଶେଷତ୍ୱ ହେଉଛି ଗୁଗଲ ଆଶିଷ୍ଟାଣ୍ଟ । ଏହା ବ୍ୟତୀତ ଏଥିରେ ଇନକଗନିଟୋ ମୋଡ଼ ମଧ୍ୟ ରହିଛି । ଏହି ମୋଡରେ ପଠାହୋଇଥିବା ଲେଖା ଏବଂ ତଥ୍ୟ ଗୁଡ଼ିକ ସିଗ୍ନାଲ ପ୍ରୋଟୋକଲଦ୍ୱାରା ସୁରକ୍ଷିତ କରାଯାଇଛି ।

ଗୁଗଲ ନିକଟ ଅତୀତରେ ଆଲୋ ସେବାରେ ବହୁତ ଗୁଡିଏ ପରିବର୍ତ୍ତନ ଆଣିଅଛି । ସେଥିମଧ୍ୟରୁ ବ୍ୟାକପ ସେବାଟି ଅନ୍ୟତମ । ଏହାକୁ ବ୍ୟବହାର କରି ବ୍ୟକ୍ତି ଜଣକ ନିଜ ବର୍ତ୍ତଳପକୁ ନିଜ ଦୁରଭାଷ ଯନ୍ତ୍ରରେ ରଖି ପାରିବ ।

ଏହା ସହ, ଆଲୋ ଏକ ନୂଆ ସେବା ଆରମ୍ଭ କରିଛି ଯାହାକୁ ବ୍ୟବହାର କରି ବ୍ୟବହାରକର୍ତ୍ତା ନିଜର ଚିତ୍ରକୁ ଏକ ଷ୍ଟିକରରେ ପରିବର୍ତ୍ତନ କରିପାରିବ ।

ଆଧାର[ସମ୍ପାଦନା]

  1. "Google gives up on Google Allo, hopes carriers will sort out RCS messaging". Ars Technica (in ଆମେରିକୀୟ ଇଂରାଜୀ). Retrieved 2018-04-20.
  2. "Exclusive: Chat is Google's next big fix for Android's messaging mess". The Verge. Retrieved 2018-04-20.
  3. "Google is 'pausing investment' in Allo". The Verge.
  4. "The latest on Messages, Allo, Duo and Hangouts".
  5. https://www.theverge.com/2018/12/11/18135966/google-allo-how-to-save-back-up-chats-photos-files