ଗିନି ପିଗ

ଉଇକିପିଡ଼ିଆ‌ରୁ

ଗୃହପାଳିତ ଗିନି ପିଗ
Two adult guinea pigs
Domesticated
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Rodentia
Family: Caviidae
Genus: Cavia
ଜାତି: C. porcellus
ବାଇନୋମିଆଲ ନାମ
Cavia porcellus
Synonyms
  • Mus porcellus Linnaeus, 1758
  • Cavia cobaya Pallas, 1766
  • Cavia anolaimae Allen, 1916
  • Cavia cutleri Bennett, 1836
  • Cavia leucopyga Cabanis, 1848
  • Cavia longipilis Fitzinger, 1879

ଗିନି ପିଗ ବା ଗୃହପାଳିତ ଗିନି ପିଗ ବା କାଭି ବା ଗୃହପାଳିତ କାଭି ଏକ ଜାତୀୟ କୃନ୍ତକ ବା କର୍ତ୍ତଦନ୍ତୀ ମୂଷା ଜାତୀୟ ଜୀବ, ଫ୍ୟାମିଲି କ୍ୟାଭିଡିଆ (en:Caviidae) ଓ ଜେନସ କ୍ୟାଭିଆ (Cavia) । ତାଙ୍କର ନାମ ଗିନି ପିଗ ହୋଇଥିଲେ ମଧ୍ୟ ସେମାନଙ୍କରେ ଗିନି (Guinea) ଦେଶ ବା ପିଗ (pig) ଜନ୍ତୁମାନଙ୍କ ସ‌ହିତ କୌଣସି ସମ୍ପର୍କ ନଥାଏ । ସେମାନେ ପ୍ରଥମେ ଦକ୍ଷିଣ ଆମେରିକାର ଆଣ୍ଡେସରେ (Andes) ଥିଲେ ଓ ବାୟୋକେମିଷ୍ଟ୍ରି (biochemistry) ଓ ହାଇବ୍ରିଡ (hybridization) ଅନୁଶୀଳନରୁ ଜଣାଯାଏ ଯେ ସେମାନେ କାଭି ଜାତିର ମୋଣ୍ଟାନାର ସମ୍ପର୍କୀୟ ଗିନି ପିଗର (C. tschudii) ବଂଶଧର, ତେଣୁ ଆରମ୍ଭରେ ସେମାନେ ପ୍ରାକୃତିକ ବଣୁଆ ନଥିଲେ । [୧] ସେମାନେ ପ୍ରଥମରୁ ଖାଦ୍ୟ ନିମନ୍ତେ ଗୃହପାଳିତ କରାଯାଉଥିଲା ।

ଶୋଡ଼ଷ ଶତାବ୍ଦୀରେ ୟୁରୋପର ବେପାରୀମାନେ ଏହାକୁ ପଶ୍ଚିମ ଦେଶମାନଙ୍କୁ ପ୍ରଥମେ ଆଣିବା ବେଳଠାରୁ ଏହ ପକେଟ ପେଟ (pocket pet) ନାମରେ ଜନପ୍ରିୟ ହୋଇଆସୁଛି । ସେମାନଙ୍କର ନରମ ପ୍ରକୃତି, ଧରିବା ଓ ଖୁଏଇବା ସମୟରେ ବନ୍ଧୁତାପୂର୍ଣ୍ଣ ବ୍ୟବ‌ହାର ଓ ସ‌ହଜସାଧ୍ୟ ଯତ୍ନ ନେଇହେବା ଯୋଗୁ ଏହା ଜନପ୍ରିୟ ହୋଇଛି । ପଶୁ ପ୍ରଜନନ‌କାରୀମାନେ (breeders) ସାରା ପୃଥିବୀରେ ପ୍ରତିଯୋଗିତା କରି ଏମାନଙ୍କର କୋଟ (coat) ରଙ୍ଗ ବଦଳେଇ ପାରୁଛନ୍ତି ।

ଆଣ୍ଡେସର ଅନେକ ମୂଳ ନିବାସୀଙ୍କ (indigenous Andean groups) ନିମନ୍ତେ ଗିନି ପିଗ ଏକ ଲୋକ ସଂସ୍କୃତିର (folk culture) ଭୂମିକା ନିର୍ବାହ କରେ । ଏମାନେ ମଧ୍ୟ ଖାଦ୍ୟ ଉତ୍ସ, ପରମ୍ପରାଗର ଔଷଧ ଓ ଗୋଷ୍ଠୀର ଧାର୍ମିକ ଉତ୍ସବରେ ବ୍ୟବ‌ହୃତ ହୁଅନ୍ତି । ଏଗୁଡ଼ିକ ମାଂସ ଖାଇବା ନିମନ୍ତେ ମଧ୍ୟ ରଖାଯାଏ । ଆଣ୍ଡେସ ପର୍ବତମାଳାରେ ଏହା ଏକ ପ୍ରଧାନ ଜନପ୍ରିୟ ଖାଦ୍ୟ ଯେଉଁଠି ଏହାକୁ କୁଇ (cuy) କୁହାଯାଏ । ସନ ୧୯୬୦ରୁ ଆଧୁନିକ ପ୍ରଜନନ ପ୍ରକ୍ରିୟାରେ ବଡ଼ ଆକାରର ଗିନି ପିଗ ପ୍ରଜନନ କରାଯାଇପାରୁଛି ଯାହା ଦକ୍ଷିଣ ଆମେରିକା ବାହାରେ ଖାଦ୍ୟ ନିମନ୍ତେ ବ୍ୟବ‌ହାର କରିବାକୁ ଉତ୍ସାହିତ କରାଯାଉଛି ।[୨]

ସପ୍ତଦଶ ଶତାବ୍ଦୀରୁ ଆରମ୍ଭ କରି ଗୃହପାଳିତ ଗିନି ପିଗମାନଙ୍କୁ ବିଭିନ୍ନ ପ୍ରକାର ପଶୁମାନଙ୍କର ପରୀକ୍ଷା (Biological experimentation) ନିମନ୍ତେ ପରୀକ୍ଷାଗାରରେ ବ୍ୟବ‌ହାର କରାଯାଉଛି । ଏହି ପଶୁମାନଙ୍କୁ ବ‌ହୁତ ପରିମାଣରେ ପରୀକ୍ଷା ନିମନ୍ତେ ବ୍ୟବ‌ହୃତ ହେବାରୁ ଊନବିଂଶ ଓ ବିଂଶ ଶତାବ୍ଦୀରେ ଏହାକୁ ଏକ ମଡେଲ ଭାବରେ ଗ୍ରହଣ କରାଗଲା ଓ କୌଣସି ମାନବ ଗବେଷଣାରେ ମଧ୍ୟ ଗିନି ପିଗ ନାମକରଣ କରାଗଲା । ସେହି ସମୟରୁ ଆରମ୍ଭ କରି ମୂଷା, ବାଦୁଡ଼ି ଆଦି ଜୀବଙ୍କ ପ୍ରତିବଦଳରେ ଏମାନଙ୍କୁ ବ୍ୟବ‌ହାର କରାଗଲା । ବିଭିନ୍ନ ଡାକ୍ତରୀ ରୋଗମାନଙ୍କରେ ଯେପରିକି ମଧୁମେହ ଟାଇପ ୧, ଯକ୍ଷ୍ମା, ସ୍କର୍ଭି (ଗିନି ପିଗଙ୍କର ଭିଟାମିନ ଗ ଅଭାବ ହୁଏ) ଓ ପ୍ରିଏକ୍ଲାମ୍ପସିଆର (ଗର୍ଭାବସ୍ଥାର ଏକ ଜଟିଳତା ରୋଗ) ଔଷଧ ଗବେଷଣାରେ ଏମାନଙ୍କୁ ବ୍ୟବ‌ହାର କରାଯାଉଛି ।

ଆଧାର[ସମ୍ପାଦନା]

  1. Nowak, Ronald M. (1999). Walker's Mammals of the World, 6th edition. Johns Hopkins University Press. ISBN 978-0-8018-5789-8.
  2. Vecchio, Rick (2004-10-19). "Peru Pushes Guinea Pigs as Food". CBS News. Retrieved 2007-03-12.