ଗାନ୍ଧୀ ଯାନ୍ତ୍ରୀକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର
ଗାନ୍ଧୀ ଯାନ୍ତ୍ରିକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର | |
---|---|
ଲକ୍ଷ୍ୟ | ତମସୋମା ଜ୍ୟୋତିର୍ଗମୟ |
ଲକ୍ଷ୍ୟ (ଇଂରାଜୀରେ) | "Excellence-Our-Essence" |
ସ୍ଥାପିତ | ୧୯୯୭ |
ପ୍ରକାର | ଘରୋଇ ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ |
ପ୍ରତିଷ୍ଠାତା | ଡ: ସତ୍ୟ ପ୍ରକାଶ ପଣ୍ଡା |
ଛାତ୍ର ଛାତ୍ରୀ ସଂଖ୍ୟା | ୪୦୦୦ରୁ ଅଧିକ |
ଅବସ୍ଥାନ | ଗୁଣୁପୁର, ଓଡ଼ିଶା, ଭାରତ |
ପରିସର | ସହର, ୬୦ ଏକର |
ଅନୁବନ୍ଧନ | BPUT AICTE NAAC NBA |
ୱେବସାଇଟ | www.giet.edu |
ଗାନ୍ଧୀ ଯାନ୍ତ୍ରୀକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ(ଜି.ଆଇ.ଇ.ଟି) ଗୁଣୁପୁରରେ ଅବସ୍ଥିତ ଏକ ଘରୋଇ ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଅଟେ ।[୧] ଏ. ଆଇ. ସି. ଟି.ର କର୍ତ୍ତୃପକ୍ଷ ଏହି ମହାବିଦ୍ୟାଳୟକୁ ପୂର୍ବ ଭାରତର ବୃହତ୍ତମ ଯାନ୍ତ୍ରୀକ ମହାବିଦ୍ୟାଳୟ ରୂପେ ସ୍ୱୀକୃତି ଦେଇଛନ୍ତି । ଆଧୁନୀକ ଓ ଗୂଣାତ୍ମକ ଶିକ୍ଷା ପାଇଁ ଏହା କେବଳ ଭାରତର ନୁହଁ, ବରଂ ବିଦେଶର ଅନେକ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆକୃଷ୍ଟ କରିପାରିଛି । ପୂର୍ବ ଭାରତର ୧୨ଟି ରାଜ୍ୟ ତଥା ବିଦେଶ ଯଥା ନେପାଳ, ଭୁଟାନ୍, ଭିଏତନାମ୍, କତ୍ତାର, ଦକ୍ଷିଣ ସୁଦାନରୁ ଅନେକ ଛାତ୍ରଛାତ୍ରୀ ଏଠାକୁ ପଢ଼ିବା ନିମନ୍ତେ ଆସିଥାନ୍ତି । ମୋଟ ୧୧୫୮ ଆସନ ବିଶିଷ୍ଟ ଏହି ଅନୁଷ୍ଠାନ, ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟରେ ଥିବା ଏ. ଆଇ. ସି. ଟି. ଇ. ସ୍ୱୀକୃତ ମହାବିଦ୍ୟାଳୟମାନଙ୍କ ମଧ୍ୟରେ ସର୍ବାଧିକ । ଏହାର ଗୁଣାତ୍ମକ ମାନ ପାଇଁ ଏବେ ୭ଟି ଦେଶର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି ।
ଅବସ୍ଥିତି
[ସମ୍ପାଦନା]ଗାନ୍ଧୀ ଯାନ୍ତ୍ରୀକ ଏବଂ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ(ଜି.ଆଇ.ଇ.ଟି) ଗୁଣୁପୁର ଉପକଣ୍ଠରେ ୬୦ ଏକର ପରିସର ଜମିରେ ନିର୍ମିତ ହୋଇଛି।[୨] ପୂର୍ବଘାଟ ପର୍ବତମାଳା ପାଦଦେଶରେ, ବଂଶଧାରା ନଦୀ ଉପକୁଳ, ସବୁଜ ବନାନୀ ଏବଂ ପ୍ରଦୂଷଣ ମୁକ୍ତ ପରିବେଶ ମଧ୍ୟରେ ଅତି ସୁନ୍ଦର ଶିଳ୍ପ ଓ ସ୍ଥାପତ୍ୟ ବ୍ୟବହୃତ ଅଟ୍ଟାଳିକା ନିର୍ମିତ ହୋଇଛି । ଶତାବ୍ଦୀର ପ୍ରାରମ୍ଭ କାଳରୁ, ଗୁଣୁପୁର ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଏକ ମହତ୍ୱପୁର୍ଣ ସ୍ଥାନ ମଣ୍ଡନ କରିଛି । ଗୁଣପୁରର ଶାନ୍ତ ସମ୍ପନ୍ନ ସଂସ୍କୃତି ଏବଂ ଅନୁକୁଳ ବାତାବରଣ ଏହି ଅନୁଷ୍ଠାନର ପ୍ରଗତୀକୁ ଅଧିକ ସୁହାଇ ପାରିଛି । [୩]
ପରିଚାଳନା ସଙ୍ଗଠନ
[ସମ୍ପାଦନା]ଓଡ଼ିଶାରେ ଶିକ୍ଷାର ବିକାଶ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେଉଁ କେତେକ ବିଶିଷ୍ଟ ବ୍ୟକ୍ତି, ଶାସନ କର୍ତ୍ତା ତଥା ଦୂରଦର୍ଶୀ ବ୍ୟକ୍ତିମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ଦକ୍ଷିଣ ଓଡ଼ିଶା ତଥା ଗୁଣୁପୁର ଆଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ, ଗାନ୍ଧୀ ଆଦର୍ଶବାଦୀ ପ୍ରଫେସର ଡ୍: ସତ୍ୟ ପ୍ରକାଶ ପଣ୍ଡାଙ୍କ ଭୂମିକା ଓ ଅବଦାନ ଉଲ୍ଲେଖନୀୟ ଓ ପ୍ରଶଂସନୀୟ। ବିଶେଷ କରି ଓଡ଼ିଶାର ଉପାନ୍ତ ଓ ଅନୁନ୍ନତ ଅଞ୍ଚଳରେ ଆଧୁନିକ ଉଚ୍ଚ ଶିକ୍ଷା, ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷାର ବିକାଶ ଏବଂ ପ୍ରସାର ପାଇଁ, ଡ: ପଣ୍ଡାଙ୍କ ଦକ୍ଷ ଇଛାଶକ୍ତି, ଉତ୍ସର୍ଗୀକୃତ ମନୋଭାବ ଓ ପ୍ରଚେଷ୍ଟା ଯୋଗୁଁ ୧୯୯୬ ମସିହାରେ ""ବିଦ୍ୟା ଭାରତୀ""ନାମକ ଏକ ଘରୋଇ ଶିକ୍ଷା ସଂସ୍ଥା ଗୁଣୁପୁରଠାରେ ସ୍ଥାପିତ ହୋଇଥିଲା। ଏହି ସଂସ୍ଥା ଓଡ଼ିଶା ତଥା ପୂର୍ବ ଭାରତର ସବୁଠାରୁ ବୃହତ୍ତ ଶିକ୍ଷା ସଂସ୍ଥା । ଯାହା ଅଧିନରେ ୧୦ରୁ ଉର୍ଦ୍ଧ ଯାନ୍ତ୍ରୀକ ଓ ବୈଷୟିକ ମହାବିଦ୍ୟାଳୟ କାର୍ଯ୍ୟରତ ଓ ପରିଚାଳିତ ।
ଅନୁବନ୍ଧିତ
[ସମ୍ପାଦନା]ଉଚ୍ଚକୋଟୀର, ଆଧୁନୀକ ଏବଂ ଗୁଣାତ୍ମକ ଉଦ୍ୟୋଗୀକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନ, ଦେଶର ଅନେକ ମାନ୍ୟତା ପ୍ରଦାନ ସଂସ୍ଥାଦ୍ୱାରା ପ୍ରଶଂସା ଏବଂ ମାନ୍ୟତା ପାଇବରେ ସମର୍ଥ ହୋଇପାରିଛି । ଆଇ. ବି. ଏମ୍.ଦ୍ୱାରା ଏହାକୁ "ଦି ସେଣ୍ଟର୍ ଅଫ୍ ଏକ୍ସଲେନ୍ସ"ର ମର୍ଯ୍ୟାଦା ପ୍ରଦାନ କରାଯାଇଥିବ ବେଳେ ବି. ଟେକ.ର ୫ଟି ବିଭାଗକୁ ଏ. ଆଇ. ସି. ଟି. ଇ. ପକ୍ଷରୁ "ନ୍ୟାସନାଲ୍ ବୋର୍ଡ୍ ଅଫ୍ ଆକ୍ରିଡିଟେସନ୍" ପ୍ରଦାନ କରାଯାଇଛି । ସେହିଭଳି ୟୁ. ଜି. ସି.ର ନାକ୍ ପକ୍ଷରୁ ମଧ୍ୟ ନିକଟ ଅତୀତରେ ଏହି ଅନୁଷ୍ଠାନର ଶିକ୍ଷା ପ୍ରଦାନ ମାନକୁ ଉଚ୍ଚ ପ୍ରଶଂସା କରାଯାଇ, ସର୍ବୋଚ୍ଚ ମାନ୍ୟତା "ଏ" ଗ୍ରେଡ ପ୍ରଦାନ କରାଯାଇଛି । ଏହି ତିନୋଟିର ସମାହାର ଭାରତର ଶିକ୍ଷା ବ୍ୟବସ୍ଥାରେ ଏକ ବିରଳ ଉଦାହରଣ ।[୪] ଏହି ଅନୁଷ୍ଠାନର ଶ୍ରେଷ୍ଠ ଆକର୍ଷଣ ହେଲା ଏହାର ଦୃଢ଼ ଶୃଙ୍ଖଳା ବ୍ୟବସ୍ଥା, ଯାହା ଛାତ୍ରର ଚରିତ୍ରକୁ ସୁରକ୍ଷା ଯୋଗାଇ ଦେଇଛି ।
ଭିତ୍ତିଭୂମି
[ସମ୍ପାଦନା]ଏହି ଅନୁଷ୍ଠାନଟି ନିଜର ସୌନ୍ଦର୍ଯ୍ୟମୟ କୋଠା ଓ ଭିତ୍ତିଭୂମି ପାଇଁ ପ୍ରସିଦ୍ଧ। ଏହି ଅନୁଷ୍ଠାନର ସୁରମ୍ୟ ଅଟ୍ଟାଳିକା ନିର୍ମାଣରେ ୟୁରୋପୀୟ ଓ ତିଦ୍ଧତୀୟ ସ୍ଥାପତ୍ୟର ବ୍ୟବହାର କାରାଯାଇଛି ଯାହା ଏହି ଅନୁଷ୍ଠାନକୁ ଆନ୍ତର୍ଜାତୀୟ ଖ୍ୟାତି ପ୍ରଦାନ କରିଛି । ୭, ୪୨, ୦୦୦ ବର୍ଗଫୁଟ ପରିମିତ ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ସମସ୍ତ ପ୍ରକାର ଭିତ୍ତିଭୂମିର ସୁବିଧା ରହିଛି । ଯଥା,
- ପ୍ରତ୍ୟେକ ବିଭାଗ ପାଇଁ ନିଜସ୍ୱ କୋଠା ଓ ଶିକ୍ଷା ସାମଗ୍ରୀର ବ୍ୟବସ୍ଥା ରହିଛି।
- ଶୀତତାପ ନିୟନ୍ତ୍ରିତ ପାଠାଗାର ଯାହା ୨୪*୭ ଖୋଲା ରହେ । ଏହି ପାଠାଗାରରେ ୬୫,୦୦୦ରୁ ଊର୍ଦ୍ଧ ପୁସ୍ତକ ସହ ୧୦୫ ଜତୀୟ ଓ ଆନ୍ତର୍ଜାତୀୟ ପତ୍ରୀକା ଏବଂ ୩୦ଟି ସମ୍ବାଦପତ୍ର ଛାତ୍ରଛାତ୍ରିଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି ।
- ଉଚ୍ଚ ମାନର ପରୀକ୍ଷାଗାର
- ୨୦୦ ଏମ୍.ବି.ପି.ଏସ୍.ର ଓୟାରଲେସ୍ ଇଣ୍ଟରନେଟ୍ ସୁବିଧା ସହ ୧୦୫୬ଟି କମ୍ପ୍ୟୁଟର୍ ଶିକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯାଇଛି
- ୭ଟି ଶୀତତାପ ନିୟନ୍ତ୍ରିତ ସଭାଗୃହ
- ସ୍ୱତନ୍ତ୍ର ଭୋଜନାଳୟ, ରେସ୍ତୋରାଁ, ହେଲ୍ଥ୍ କ୍ଲବ୍ ଓ ପିସିଓ ସେଣ୍ଟର୍ ରହିଛି
- କ୍ରିକେଟ୍, ଭଲିବଲ୍ ଓ ବାସ୍କେଟ୍ ବଲ୍ ପାଇଁ ପୃଥକ୍ ପୃଥକ୍ ବିସ୍ତ୍ରୃତ ଖେଳ ପଡ଼ିଆର ବ୍ୟବସ୍ଥା
- ଅନୁଷ୍ଠାନ ପରିସର ମଧ୍ୟରେ ଏ.ଟି.ଏମ୍. ସହ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା
- ଅନୁଷ୍ଠାନ ପରିସର ମଧ୍ୟରେ ଉଭୟ ହୋମିଓପାଥିକ୍ ଓ ଏଲୋପାଥିକ୍ ଚିକିତ୍ସା କେନ୍ଦ୍ର ସହ ୨ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି ।
- ଅନୁଷ୍ଠାନ ପରିସର ମଧ୍ୟଭାଗରେ ଅବସ୍ଥିତ "କୁଲ୍ ପାର୍ଲର୍" ଶିକ୍ଷାର୍ଥୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ
- ୩୨୫୦ ଶଯ୍ୟା ବିଶିଷ୍ଟ ଉନ୍ନତ ମାନର ୩୮ଟି ପୃଥକ୍ ଛାତ୍ରାବାସ(ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ)
- ଗମନା ଗମନ ପାଇଁ ୨୯ଟି ବସ୍ ସେବାରତ
- ପ୍ରତ୍ୟହ ଅନୁଷ୍ଠାନର ନିଜସ୍ୱ ବସ୍ କଟକ, ଭୁବନେଶ୍ୱର, ଜୟପୁର ଓ ଦାମନଯୋଡିକୁ ଯାତାୟତ କରେ
ବିଭାଗୀୟ ପାଠ୍ୟକ୍ରମ
[ସମ୍ପାଦନା]୪ ବର୍ଷୀୟା ବି.ଟେକ୍ ପାଠ୍ୟକ୍ରମରେ ୧୦ଟି ବିଭାଗ ଥିବାବେଳେ, ସେଥିମଧ୍ୟରୁ ୬ଟି ବିଭାଗରେ ଏମ୍.ଟେକ୍ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି ।[୫]
ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ:
- ସିଭିଲ୍ ଇଞ୍ଜିନିୟରିଙ୍ଗ୍
- କେମିକଲ୍(ରସାୟନ) ଇଞ୍ଜିନିୟରିଙ୍ଗ୍
- ଇଲେକ୍ଟ୍ରିକଲ୍ ଇଞ୍ଜିନିୟରିଙ୍ଗ୍
- ମେକାନିକଲ୍ ଇଞ୍ଜିନିୟରିଙ୍ଗ୍
- ମେଟଲର୍ଜିକଲ୍ ଇଞ୍ଜିନିୟରିଙ୍ଗ୍
- କମ୍ପ୍ୟୁଟର୍ ସାଇନ୍ସ୍ ଇଞ୍ଜିନିୟରିଙ୍ଗ୍
- ବାୟୋଟେକ୍ ଇଞ୍ଜିନିୟରିଙ୍ଗ୍
- ଇଲେକ୍ତ୍ରୋନିକ୍ କମ୍ୟୁନିକେସନ୍ ଇଞ୍ଜିନିୟରିଙ୍ଗ୍
- ଇଲେକ୍ତ୍ରୋନିକ୍ ଇନସ୍ଟୃମେଣ୍ଟ୍ ଇଞ୍ଜିନିୟରିଙ୍ଗ୍
- ଇଲେକ୍ତ୍ରୋନିକ୍ ଓ ଇଲେକ୍ଟ୍ରିସିୟନ୍ ଇଞ୍ଜିନିୟରିଙ୍ଗ୍
ଏମ୍.ବି.ଏ. (ମ୍ୟାନେଜମେଣ୍ଟ) ପାଠ୍ୟକ୍ରମ:
- ମାନବ ସମ୍ବଳ(ହ୍ୟୁମାନ୍ ରିସୋର୍ସ)
- ବିପଣନ(ମାର୍କେଟିଙ୍ଗ୍)
- ବିତ୍ତୀୟ(ଫାଇନାନ୍ସ୍)
- ସୂଚନା ଉଦ୍ୟୋଗ(ଇନଫର୍ମେସନ୍ ଟେକନୋଲୋଜି)
ଏମ୍. ସି. ଏ ଏମ୍.ଏସ୍. ସି ବାୟୋଟେକ୍ ଇତ୍ୟାଦି
ଅଧିକ ବିବରଣୀ
[ସମ୍ପାଦନା]କର୍ମ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନ ଏକ ମାଇଲ୍ ଖୁଣ୍ଟ ତିଆରି କରିପାରିଛି । ଅନୁଷ୍ଠାନଦ୍ୱାରା ନିଯୁକ୍ତ ପ୍ରଶିକ୍ଷଣ ପଦାଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ବର୍ଷ ତମାମ ତାଲିମ ପ୍ରଦାନ କରୁଥିବା ଯୋଗୁଁ, ପ୍ରତି ବର୍ଷ ୮୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ନାମୀଦାମୀ ଉଦ୍ୟୋଗରେ ନିଯୁକ୍ତି ପାଇପାରିଛନ୍ତି । ପୂରାତନ ଛାତ୍ରମାନେ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ଅନେକ ନିଯୁକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାନ୍ତି । ଗୁଣାତ୍ମକ ଶିକ୍ଷାଦାନ, ଅନୁଶାସନ ଏବଂ ସଠିକ୍ ସଞ୍ଚାଳନ ଯୋଗୁଁ ଏ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ନିଯୁକ୍ତି କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି । ୧୪ଜଣ ନିଯୁକ୍ତି ଅଧିକାରୀ ଦେଶର ବିଭିନ୍ନ ସ୍ଥାନରେ ରହି ଏ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେବାରେ କାର୍ଯ୍ୟ କରିଥାନ୍ତି ।[୬]
ଅନ୍ୟାନ୍ୟ କାର୍ଯ୍ୟକଳାପ ଓ ଗତିବିଧି
[ସମ୍ପାଦନା]ସମ୍ମିଳିତ ସାମାଜିକ ଦାୟିତ୍ୱ:ଗାନ୍ଧୀ ଯାନ୍ତ୍ରୀକ ଏବଂ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର ଏହାର ପ୍ରାରମ୍ଭ କାଳରୁ ପାରମ୍ପରିକ ରୂପେ, ଅନୁନ୍ନତ ଅଞ୍ଚଳର ବିକାଶ ନିମନ୍ତେ ଅନେକ ପଦକ୍ଷେପ ଓ କାର୍ଯ୍ୟ ନିର୍ବାହ କରିଆସିଛି । ନିମ୍ନଲିଖିତ କିଛି ପଦକ୍ଷେପ ଓ କାର୍ଯ୍ୟକ୍ରମ ଯୋଗୁଁ ଏହି ଅନୁଷ୍ଠାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଏକଦା ପୁରସ୍କୃତ ମଧ୍ୟ ହୋଇଥିଲା ।
- ରକ୍ତଦାନ ଶିବିର
- ସାମାଜିକ ସ୍ୱାସ୍ଥ୍ୟ ସମୂହ
- ରୋଜଗାର ସକ୍ଷମ ପଦକ୍ଷେପ
- ସାମାଜିକ ସ୍ୱୟଂସହାୟକ କାର୍ଯ୍ୟ
- ବୃକ୍ଷରୋପଣ
ଛବି ସଙ୍କଳନ
[ସମ୍ପାଦନା]-
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ରାଶି ପ୍ରଦାନ
-
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ପୁରଷ୍କୃତ
-
ଜି ଆଇ ଇଟି ରକ୍ତଦାନ ଶିବିର
-
ସାମାଜିକ ସ୍ୱାସ୍ଥ୍ୟ ସେବା
-
ଜି ଆଇ ଇଟି ଏନ୍. ଏସ୍. ଏସ୍. ଶିବିର
-
ଜି ଆଇ ଇଟି କ୍ୟମ୍ପସ୍ ଦୃଶ୍ୟ୧
-
ଜି ଆଇ ଇଟି କ୍ୟମ୍ପସ୍ ଦୃଶ୍ୟ୨
-
ଜି ଆଇ ଇଟି କ୍ୟମ୍ପସ୍ ମନ୍ଦିର ଦୃଶ୍ୟ
-
ଜି ଆଇ ଇ ଟି, ଗୁଣୁପୁର ଖେଳ ପଡ଼ିଆ
-
ଜି ଆଇ ଇ ଟି, ଗୁଣୁପୁର ସାଂସ୍କୃତିକ କାର୍ଯ୍ୟକ୍ରମ
ଆଧାର
[ସମ୍ପାଦନା]- ↑ E-Paper, Dharitri. "News on GIET". Retrieved 26 July 2015.
- ↑ BPUT, College List. "List of affiliated colleges". Bput. Retrieved 26 July 2015.
- ↑ "about giet, gunupur on siksha.com". siksha.com. Retrieved 4 August 2015.[permanent dead link]
- ↑ "College khabar". college khabar. Archived from the original on 5 March 2016. Retrieved 4 August 2015.
- ↑ "Official web site". GIET, Gunupur. Retrieved 9 August 2015.
- ↑ "ranking of institute". bput students portal. Retrieved 4 August 2015.