ଗାନ୍ଧୀ ଯାନ୍ତ୍ରୀକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର

ଉଇକିପିଡ଼ିଆ‌ରୁ
ଗାନ୍ଧୀ ଯାନ୍ତ୍ରିକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର
ଲକ୍ଷ୍ୟତମସୋମା ଜ୍ୟୋତିର୍ଗମୟ
ଲକ୍ଷ୍ୟ (ଇଂରାଜୀରେ)"Excellence-Our-Essence"
ସ୍ଥାପିତ୧୯୯୭
ପ୍ରକାରଘରୋଇ ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ
ପ୍ରତିଷ୍ଠାତାଡ: ସତ୍ୟ ପ୍ରକାଶ ପଣ୍ଡା
ଛାତ୍ର ଛାତ୍ରୀ ସଂଖ୍ୟା୪୦୦୦ରୁ ଅଧିକ
ଅବସ୍ଥାନଗୁଣୁପୁର, ଓଡ଼ିଶା, ଭାରତ India
ପରିସରସହର, ୬୦ ଏକର
ଅନୁବନ୍ଧନBPUT AICTE NAAC NBA
ୱେବସାଇଟwww.giet.edu


ଗାନ୍ଧୀ ଯାନ୍ତ୍ରୀକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ(ଜି.ଆଇ.ଇ.ଟି) ଗୁଣୁପୁରରେ ଅବସ୍ଥିତ ଏକ ଘରୋଇ ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଅଟେ ।[୧] ଏ. ଆଇ. ସି. ଟି.ର କର୍ତ୍ତୃପକ୍ଷ ଏହି ମହାବିଦ୍ୟାଳୟକୁ ପୂର୍ବ ଭାରତର ବୃହତ୍ତମ ଯାନ୍ତ୍ରୀକ ମହାବିଦ୍ୟାଳୟ ରୂପେ ସ୍ୱୀକୃତି ଦେଇଛନ୍ତି । ଆଧୁନୀକ ଓ ଗୂଣାତ୍ମକ ଶିକ୍ଷା ପାଇଁ ଏହା କେବଳ ଭାରତର ନୁହଁ, ବରଂ ବିଦେଶର ଅନେକ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆକୃଷ୍ଟ କରିପାରିଛି । ପୂର୍ବ ଭାରତର ୧୨ଟି ରାଜ୍ୟ ତଥା ବିଦେଶ ଯଥା ନେପାଳ, ଭୁଟାନ୍, ଭିଏତନାମ୍, କତ୍ତାର, ଦକ୍ଷିଣ ସୁଦାନରୁ ଅନେକ ଛାତ୍ରଛାତ୍ରୀ ଏଠାକୁ ପଢ଼ିବା ନିମନ୍ତେ ଆସିଥାନ୍ତି । ମୋଟ ୧୧୫୮ ଆସନ ବିଶିଷ୍ଟ ଏହି ଅନୁଷ୍ଠାନ, ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟରେ ଥିବା ଏ. ଆଇ. ସି. ଟି. ଇ. ସ୍ୱୀକୃତ ମହାବିଦ୍ୟାଳୟମାନଙ୍କ ମଧ୍ୟରେ ସର୍ବାଧିକ । ଏହାର ଗୁଣାତ୍ମକ ମାନ ପାଇଁ ଏବେ ୭ଟି ଦେଶର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି ।

ଜି.ଆଇ.ଇ.ଟି ମୁଖ୍ୟ ଅଟ୍ଟାଳିକା
ଜି.ଆଇ.ଇ.ଟି ମୁଖ୍ୟ ଅଟ୍ଟାଳିକା୨
ଜି.ଆଇ.ଇ.ଟି ପ୍ରଶାସନିକ କୋଠା
କେନ୍ଦ୍ରୀୟ ପଠାଗାର କୋଠା, ଜି.ଆଇ.ଇ.ଟି
ଜି.ଆଇ.ବି.ଏସ୍ ଅଟ୍ଟାଳିକା
ଜି.ଆଇ.ଇ.ଟି ଭୋଜନାଳୟ
ଜି.ଆଇ.ଇ.ଟି କୁଲ୍ ପାର୍ଲର୍
ଜି.ଆଇ.ଇ.ଟି ଅଟ୍ଟାଳିକା୩
ଜି.ଆଇ.ଇ.ଟି ପ୍ରୟୋଗ ଶାଳା
ଗାନ୍ଧୀ ପବ୍ଲିକ୍ ସ୍କୁଲ୍, ଜି.ଆଇ.ଇ.ଟି ପରିସର
ଜି.ଆଇ.ଇ.ଟି ପରିସର ଛାତ୍ରାବାସ
ସନ୍ତରଣ ପୋଖୋରୀ, ଜି.ଆଇ.ଇ.ଟି
ରଙ୍ଗମଞ୍ଚ, ଜି.ଆଇ.ଇ.ଟି ପରିସର

ଅବସ୍ଥିତି[ସମ୍ପାଦନା]

ଗାନ୍ଧୀ ଯାନ୍ତ୍ରୀକ ଏବଂ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ(ଜି.ଆଇ.ଇ.ଟି) ଗୁଣୁପୁର ଉପକଣ୍ଠରେ ୬୦ ଏକର ପରିସର ଜମିରେ ନିର୍ମିତ ହୋଇଛି।[୨] ପୂର୍ବଘାଟ ପର୍ବତମାଳା ପାଦଦେଶରେ, ବଂଶଧାରା ନଦୀ ଉପକୁଳ, ସବୁଜ ବନାନୀ ଏବଂ ପ୍ରଦୂଷଣ ମୁକ୍ତ ପରିବେଶ ମଧ୍ୟରେ ଅତି ସୁନ୍ଦର ଶିଳ୍ପ ଓ ସ୍ଥାପତ୍ୟ ବ୍ୟବହୃତ ଅଟ୍ଟାଳିକା ନିର୍ମିତ ହୋଇଛି । ଶତାବ୍ଦୀର ପ୍ରାରମ୍ଭ କାଳରୁ, ଗୁଣୁପୁର ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଏକ ମହତ୍ୱପୁର୍ଣ ସ୍ଥାନ ମଣ୍ଡନ କରିଛି । ଗୁଣପୁରର ଶାନ୍ତ ସମ୍ପନ୍ନ ସଂସ୍କୃତି ଏବଂ ଅନୁକୁଳ ବାତାବରଣ ଏହି ଅନୁଷ୍ଠାନର ପ୍ରଗତୀକୁ ଅଧିକ ସୁହାଇ ପାରିଛି । [୩]

ପରିଚାଳନା ସଙ୍ଗଠନ[ସମ୍ପାଦନା]

ଓଡ଼ିଶାରେ ଶିକ୍ଷାର ବିକାଶ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେଉଁ କେତେକ ବିଶିଷ୍ଟ ବ୍ୟକ୍ତି, ଶାସନ କର୍ତ୍ତା ତଥା ଦୂରଦର୍ଶୀ ବ୍ୟକ୍ତିମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ଦକ୍ଷିଣ ଓଡ଼ିଶା ତଥା ଗୁଣୁପୁର ଆଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ, ଗାନ୍ଧୀ ଆଦର୍ଶବାଦୀ ପ୍ରଫେସର ଡ୍: ସତ୍ୟ ପ୍ରକାଶ ପଣ୍ଡାଙ୍କ ଭୂମିକା ଓ ଅବଦାନ ଉଲ୍ଲେଖନୀୟ ଓ ପ୍ରଶଂସନୀୟ। ବିଶେଷ କରି ଓଡ଼ିଶାର ଉପାନ୍ତ ଓ ଅନୁନ୍ନତ ଅଞ୍ଚଳରେ ଆଧୁନିକ ଉଚ୍ଚ ଶିକ୍ଷା, ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷାର ବିକାଶ ଏବଂ ପ୍ରସାର ପାଇଁ, ଡ: ପଣ୍ଡାଙ୍କ ଦକ୍ଷ ଇଛାଶକ୍ତି, ଉତ୍ସର୍ଗୀକୃତ ମନୋଭାବ ଓ ପ୍ରଚେଷ୍ଟା ଯୋଗୁଁ ୧୯୯୬ ମସିହାରେ ""ବିଦ୍ୟା ଭାରତୀ""ନାମକ ଏକ ଘରୋଇ ଶିକ୍ଷା ସଂସ୍ଥା ଗୁଣୁପୁରଠାରେ ସ୍ଥାପିତ ହୋଇଥିଲା। ଏହି ସଂସ୍ଥା ଓଡ଼ିଶା ତଥା ପୂର୍ବ ଭାରତର ସବୁଠାରୁ ବୃହତ୍ତ ଶିକ୍ଷା ସଂସ୍ଥା । ଯାହା ଅଧିନରେ ୧୦ରୁ ଉର୍ଦ୍ଧ ଯାନ୍ତ୍ରୀକ ଓ ବୈଷୟିକ ମହାବିଦ୍ୟାଳୟ କାର୍ଯ୍ୟରତ ଓ ପରିଚାଳିତ ।

ଅନୁବନ୍ଧିତ[ସମ୍ପାଦନା]

ଉଚ୍ଚକୋଟୀର, ଆଧୁନୀକ ଏବଂ ଗୁଣାତ୍ମକ ଉଦ୍ୟୋଗୀକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନ, ଦେଶର ଅନେକ ମାନ୍ୟତା ପ୍ରଦାନ ସଂସ୍ଥାଦ୍ୱାରା ପ୍ରଶଂସା ଏବଂ ମାନ୍ୟତା ପାଇବରେ ସମର୍ଥ ହୋଇପାରିଛି । ଆଇ. ବି. ଏମ୍.ଦ୍ୱାରା ଏହାକୁ "ଦି ସେଣ୍ଟର୍ ଅଫ୍ ଏକ୍ସଲେନ୍ସ"ର ମର୍ଯ୍ୟାଦା ପ୍ରଦାନ କରାଯାଇଥିବ ବେଳେ ବି. ଟେକ.ର ୫ଟି ବିଭାଗକୁ ଏ. ଆଇ. ସି. ଟି. ଇ. ପକ୍ଷରୁ "ନ୍ୟାସନାଲ୍ ବୋର୍ଡ୍ ଅଫ୍ ଆକ୍ରିଡିଟେସନ୍" ପ୍ରଦାନ କରାଯାଇଛି । ସେହିଭଳି ୟୁ. ଜି. ସି.ର ନାକ୍ ପକ୍ଷରୁ ମଧ୍ୟ ନିକଟ ଅତୀତରେ ଏହି ଅନୁଷ୍ଠାନର ଶିକ୍ଷା ପ୍ରଦାନ ମାନକୁ ଉଚ୍ଚ ପ୍ରଶଂସା କରାଯାଇ, ସର୍ବୋଚ୍ଚ ମାନ୍ୟତା "ଏ" ଗ୍ରେଡ ପ୍ରଦାନ କରାଯାଇଛି । ଏହି ତିନୋଟିର ସମାହାର ଭାରତର ଶିକ୍ଷା ବ୍ୟବସ୍ଥାରେ ଏକ ବିରଳ ଉଦାହରଣ ।[୪] ଏହି ଅନୁଷ୍ଠାନର ଶ୍ରେଷ୍ଠ ଆକର୍ଷଣ ହେଲା ଏହାର ଦୃଢ଼ ଶୃଙ୍ଖଳା ବ୍ୟବସ୍ଥା, ଯାହା ଛାତ୍ରର ଚରିତ୍ରକୁ ସୁରକ୍ଷା ଯୋଗାଇ ଦେଇଛି ।

ଭିତ୍ତିଭୂମି[ସମ୍ପାଦନା]

ଏହି ଅନୁଷ୍ଠାନଟି ନିଜର ସୌନ୍ଦର୍ଯ୍ୟମୟ କୋଠା ଓ ଭିତ୍ତିଭୂମି ପାଇଁ ପ୍ରସିଦ୍ଧ। ଏହି ଅନୁଷ୍ଠାନର ସୁରମ୍ୟ ଅଟ୍ଟାଳିକା ନିର୍ମାଣରେ ୟୁରୋପୀୟ ଓ ତିଦ୍ଧତୀୟ ସ୍ଥାପତ୍ୟର ବ୍ୟବହାର କାରାଯାଇଛି ଯାହା ଏହି ଅନୁଷ୍ଠାନକୁ ଆନ୍ତର୍ଜାତୀୟ ଖ୍ୟାତି ପ୍ରଦାନ କରିଛି । ୭, ୪୨, ୦୦୦ ବର୍ଗଫୁଟ ପରିମିତ ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ସମସ୍ତ ପ୍ରକାର ଭିତ୍ତିଭୂମିର ସୁବିଧା ରହିଛି । ଯଥା,

  • ପ୍ରତ୍ୟେକ ବିଭାଗ ପାଇଁ ନିଜସ୍ୱ କୋଠା ଓ ଶିକ୍ଷା ସାମଗ୍ରୀର ବ୍ୟବସ୍ଥା ରହିଛି।
  • ଶୀତତାପ ନିୟନ୍ତ୍ରିତ ପାଠାଗାର ଯାହା ୨୪*୭ ଖୋଲା ରହେ । ଏହି ପାଠାଗାରରେ ୬୫,୦୦୦ରୁ ଊର୍ଦ୍ଧ ପୁସ୍ତକ ସହ ୧୦୫ ଜତୀୟ ଓ ଆନ୍ତର୍ଜାତୀୟ ପତ୍ରୀକା ଏବଂ ୩୦ଟି ସମ୍ବାଦପତ୍ର ଛାତ୍ରଛାତ୍ରିଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି ।
  • ଉଚ୍ଚ ମାନର ପରୀକ୍ଷାଗାର
  • ୨୦୦ ଏମ୍.ବି.ପି.ଏସ୍.ର ଓୟାରଲେସ୍ ଇଣ୍ଟରନେଟ୍ ସୁବିଧା ସହ ୧୦୫୬ଟି କମ୍ପ୍ୟୁଟର୍ ଶିକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯାଇଛି
  • ୭ଟି ଶୀତତାପ ନିୟନ୍ତ୍ରିତ ସଭାଗୃହ
  • ସ୍ୱତନ୍ତ୍ର ଭୋଜନାଳୟ, ରେସ୍ତୋରାଁ, ହେଲ୍‌ଥ୍ କ୍ଲବ୍ ଓ ପିସିଓ ସେଣ୍ଟର୍ ରହିଛି
  • କ୍ରିକେଟ୍, ଭଲିବଲ୍ ଓ ବାସ୍କେଟ୍ ବଲ୍ ପାଇଁ ପୃଥକ୍ ପୃଥକ୍ ବିସ୍ତ୍ରୃତ ଖେଳ ପଡ଼ିଆର ବ୍ୟବସ୍ଥା
  • ଅନୁଷ୍ଠାନ ପରିସର ମଧ୍ୟରେ ଏ.ଟି.ଏମ୍. ସହ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା
  • ଅନୁଷ୍ଠାନ ପରିସର ମଧ୍ୟରେ ଉଭୟ ହୋମିଓପାଥିକ୍ ଓ ଏଲୋପାଥିକ୍ ଚିକିତ୍ସା କେନ୍ଦ୍ର ସହ ୨ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି ।
  • ଅନୁଷ୍ଠାନ ପରିସର ମଧ୍ୟଭାଗରେ ଅବସ୍ଥିତ "କୁଲ୍ ପାର୍ଲର୍" ଶିକ୍ଷାର୍ଥୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ
  • ୩୨୫୦ ଶଯ୍ୟା ବିଶିଷ୍ଟ ଉନ୍ନତ ମାନର ୩୮ଟି ପୃଥକ୍ ଛାତ୍ରାବାସ(ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ)
  • ଗମନା ଗମନ ପାଇଁ ୨୯ଟି ବସ୍ ସେବାରତ
  • ପ୍ରତ୍ୟହ ଅନୁଷ୍ଠାନର ନିଜସ୍ୱ ବସ୍ କଟକ, ଭୁବନେଶ୍ୱର, ଜୟପୁର ଓ ଦାମନଯୋଡିକୁ ଯାତାୟତ କରେ

ବିଭାଗୀୟ ପାଠ୍ୟକ୍ରମ[ସମ୍ପାଦନା]

୪ ବର୍ଷୀୟା ବି.ଟେକ୍ ପାଠ୍ୟକ୍ରମରେ ୧୦ଟି ବିଭାଗ ଥିବାବେଳେ, ସେଥିମଧ୍ୟରୁ ୬ଟି ବିଭାଗରେ ଏମ୍.ଟେକ୍ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି ।[୫]

ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ:

  • ସିଭିଲ୍ ଇଞ୍ଜିନିୟରିଙ୍ଗ୍
  • କେମିକଲ୍(ରସାୟନ) ଇଞ୍ଜିନିୟରିଙ୍ଗ୍
  • ଇଲେକ୍ଟ୍ରିକଲ୍ ଇଞ୍ଜିନିୟରିଙ୍ଗ୍
  • ମେକାନିକଲ୍ ଇଞ୍ଜିନିୟରିଙ୍ଗ୍
  • ମେଟଲର୍ଜିକଲ୍ ଇଞ୍ଜିନିୟରିଙ୍ଗ୍
  • କମ୍ପ୍ୟୁଟର୍ ସାଇନ୍ସ୍ ଇଞ୍ଜିନିୟରିଙ୍ଗ୍
  • ବାୟୋଟେକ୍ ଇଞ୍ଜିନିୟରିଙ୍ଗ୍
  • ଇଲେକ୍ତ୍ରୋନିକ୍ କମ୍ୟୁନିକେସନ୍ ଇଞ୍ଜିନିୟରିଙ୍ଗ୍
  • ଇଲେକ୍ତ୍ରୋନିକ୍ ଇନସ୍ଟୃମେଣ୍ଟ୍ ଇଞ୍ଜିନିୟରିଙ୍ଗ୍
  • ଇଲେକ୍ତ୍ରୋନିକ୍ ଓ ଇଲେକ୍ଟ୍ରିସିୟନ୍ ଇଞ୍ଜିନିୟରିଙ୍ଗ୍

ଏମ୍.ବି.ଏ. (ମ୍ୟାନେଜମେଣ୍ଟ) ପାଠ୍ୟକ୍ରମ:

  • ମାନବ ସମ୍ବଳ(ହ୍ୟୁମାନ୍ ରିସୋର୍ସ)
  • ବିପଣନ(ମାର୍କେଟିଙ୍ଗ୍)
  • ବିତ୍ତୀୟ(ଫାଇନାନ୍ସ୍)
  • ସୂଚନା ଉଦ୍ୟୋଗ(ଇନଫର୍ମେସନ୍ ଟେକନୋଲୋଜି)

ଏମ୍. ସି. ଏ ଏମ୍.ଏସ୍. ସି ବାୟୋଟେକ୍ ଇତ୍ୟାଦି

ଅଧିକ ବିବରଣୀ[ସମ୍ପାଦନା]

କର୍ମ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନ ଏକ ମାଇଲ୍ ଖୁଣ୍ଟ ତିଆରି କରିପାରିଛି । ଅନୁଷ୍ଠାନଦ୍ୱାରା ନିଯୁକ୍ତ ପ୍ରଶିକ୍ଷଣ ପଦାଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ବର୍ଷ ତମାମ ତାଲିମ ପ୍ରଦାନ କରୁଥିବା ଯୋଗୁଁ, ପ୍ରତି ବର୍ଷ ୮୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ନାମୀଦାମୀ ଉଦ୍ୟୋଗରେ ନିଯୁକ୍ତି ପାଇପାରିଛନ୍ତି । ପୂରାତନ ଛାତ୍ରମାନେ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ଅନେକ ନିଯୁକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାନ୍ତି । ଗୁଣାତ୍ମକ ଶିକ୍ଷାଦାନ, ଅନୁଶାସନ ଏବଂ ସଠିକ୍ ସଞ୍ଚାଳନ ଯୋଗୁଁ ଏ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ନିଯୁକ୍ତି କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି । ୧୪ଜଣ ନିଯୁକ୍ତି ଅଧିକାରୀ ଦେଶର ବିଭିନ୍ନ ସ୍ଥାନରେ ରହି ଏ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେବାରେ କାର୍ଯ୍ୟ କରିଥାନ୍ତି ।[୬]

ଅନ୍ୟାନ୍ୟ କାର୍ଯ୍ୟକଳାପ ଓ ଗତିବିଧି[ସମ୍ପାଦନା]

ସମ୍ମିଳିତ ସାମାଜିକ ଦାୟିତ୍ୱ:ଗାନ୍ଧୀ ଯାନ୍ତ୍ରୀକ ଏବଂ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର ଏହାର ପ୍ରାରମ୍ଭ କାଳରୁ ପାରମ୍ପରିକ ରୂପେ, ଅନୁନ୍ନତ ଅଞ୍ଚଳର ବିକାଶ ନିମନ୍ତେ ଅନେକ ପଦକ୍ଷେପ ଓ କାର୍ଯ୍ୟ ନିର୍ବାହ କରିଆସିଛି । ନିମ୍ନଲିଖିତ କିଛି ପଦକ୍ଷେପ ଓ କାର୍ଯ୍ୟକ୍ରମ ଯୋଗୁଁ ଏହି ଅନୁଷ୍ଠାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଏକଦା ପୁରସ୍କୃତ ମଧ୍ୟ ହୋଇଥିଲା ।

  • ରକ୍ତଦାନ ଶିବିର
  • ସାମାଜିକ ସ୍ୱାସ୍ଥ୍ୟ ସମୂହ
  • ରୋଜଗାର ସକ୍ଷମ ପଦକ୍ଷେପ
  • ସାମାଜିକ ସ୍ୱୟଂସହାୟକ କାର୍ଯ୍ୟ
  • ବୃକ୍ଷରୋପଣ

ଛବି ସଙ୍କଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. E-Paper, Dharitri. "News on GIET". Retrieved 26 July 2015.
  2. BPUT, College List. "List of affiliated colleges". Bput. Retrieved 26 July 2015.
  3. "about giet, gunupur on siksha.com". siksha.com. Retrieved 4 August 2015.[permanent dead link]
  4. "College khabar". college khabar. Archived from the original on 5 March 2016. Retrieved 4 August 2015.
  5. "Official web site". GIET, Gunupur. Retrieved 9 August 2015.
  6. "ranking of institute". bput students portal. Retrieved 4 August 2015.