ଗର୍ଭାଶୟ ଗ୍ରୀବା କର୍କଟ
Cervical cancer | |
---|---|
ବିଭାଗ | oncology[*] |
ଆଇସିଡ଼ି-୧୦ | C53. |
ଆଇସିଡ଼ି-୯-ସିଏମ୍ | 180 |
ଓଏମ୍ଆଇଏମ୍ | 603956 |
ରୋଗ ଡାଟାବେସ | 2278 |
ମେଡ଼ିସିନ-ପ୍ଲସ | 000893 |
ଇ-ମେଡ଼ିସିନ | med/324 radio/140 |
MeSH | D002583 |
ପ୍ରତିଶବ୍ଦ - ଜରାୟୁ ମୁଖ କର୍କଟ, ସର୍ଭାଇକାଲ କର୍କଟ (cervical cancer)
ଜରାୟୁ ଗ୍ରୀବା କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟ (ଇଂରାଜୀରେ cervical cancer) ଏକ ପ୍ରକାର କର୍କଟ ରୋଗ ଯାହା ଜରାୟୁ ଗ୍ରୀବାରୁ (cervix) ସୃଷ୍ଟି ହୁଏ । [୧] ଜୀବକୋଷମାନଙ୍କର ଅନିୟମିତ ତଥା ଅସ୍ୱାଭାବିକ ସଂଖ୍ୟା ବୃଦ୍ଧି ହୋଇ ନିକଟ ଓ ଦୂରବର୍ତ୍ତୀ ସ୍ଥାନକୁ ମାଡ଼ିଯାଏ ।[୨] ପ୍ରାରମ୍ଭରୁ କୌଣସି ଲକ୍ଷଣ ନ ଥାଏ । ପରେ ହେଉଥିବା ଲକ୍ଷଣ ସମୂହ ହେଉଛି ଯୋନୀପଥରୁ ରକ୍ତସ୍ରାବ, ଶ୍ରୋଣୀରେ ଯନ୍ତ୍ରଣା (pelvic pain), ଯୌନକ୍ରିୟା ସମୟରେ କଷ୍ଟ ।[୧]
ହାରାହାରି ୯୦ % ରୋଗୀଙ୍କ କ୍ଷେତ୍ରରେ ମାନବ ପାପିଲୋମା ଭୁତାଣୁ ବା ଏଚ.ପି.ଭି. (Human papillomavirus or HPV ) ଏହାର କାରଣ ବୋଲି ଜଣାଯାଏ,[୩][୪] କିନ୍ତୁ ଅଧିକାଂଶ ଏଚ.ପି.ଭି. ସଂକ୍ରମିତ ମହିଲାଙ୍କର ଏହି କର୍କଟ ହୁଏ ନାହିଁ ।[୫][୬] ଅନ୍ୟାନ୍ୟ ସଙ୍କଟ ଜନକ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଦୂର୍ବଳ ଇମ୍ମ୍ୟୁନ ସିସ୍ଟମ, ଜନ୍ମ ନିରୋଧ ବଟିକା ବ୍ୟବହାର, ଅଳ୍ପ ବୟଷରେ ଯୌନ ସମ୍ଭୋଗ, ଏକାଧିକ ଯୌନ ଭାଗୀଦାରମାନଙ୍କ ନାମ ନିଆଯାଏ କିନ୍ତୁ ଏଗୁଡ଼ିକ ସ୍ୱଳ୍ପ ଗୁରୁତ୍ତ୍ୱପୂର୍ଣ୍ଣ ।[୧][୭] ଦଶ କୋଡ଼ିଏ ବର୍ଷର ପ୍ରାକ୍ କର୍କଟ ଅବସ୍ଥା ପରେ ଏହା ବାହାରେ । [୫] ଏକାଧିକ ପ୍ରକାର ଜରାୟୁ ଗ୍ରୀବା କର୍କଟ ଦେଖାଯାଏ । ଏମାନଙ୍କ ମଧ୍ୟରୁ ୯୦ % ହେଉଛି ସ୍କ୍ୱାମସ୍ ସେଲ କର୍କଟ (squamous cell carcinoma), ୧୦% ଆଡେନୋ କର୍କଟ (adenocarcinoma) ଓ ଏକ ସ୍ୱଳ୍ପ ଅଂଶ ଅନ୍ୟାନ୍ୟ ପ୍ରକାର ଦେଖାଯାଆନ୍ତି । ମେଡିକାଲ ଇମେଜିଙ୍ଗଦ୍ୱାରା (Medical imaging) ଏହା ସ୍ଥାନାନ୍ତର ହୋଇଛି କି ନାହିଁ ଜଣାପଡ଼େ ।[୧]
ଏହି ରୋଗ କରାଉଥିବା ଦୁଇ ପ୍ରଜାତିର ଏଚ.ପି.ଭି. ଟିକା (HPV vaccine) ଉପଲବ୍ଧ ଅଛି ଯାହା ୬୫ରୁ ୭୫ % ଜରାୟୁ ଗ୍ରୀବା କର୍କଟରୁ ରକ୍ଷା କରେ ।[୮][୯] ତଥାପି ରୋଗ ସଙ୍କଟ ଥିବାରୁ ନିୟମିତ ପାପ ସ୍ମିଅର (Pap smear) ନେଇ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । [୮] ଯୌନ ସମ୍ଭୋଗ ଆଦୌ ନ କଲେ, ଅଳ୍ପ ଲୋକଙ୍କ ସଙ୍ଗେ କଲେ ଓ କଣ୍ଡୋମ ବ୍ୟବହାର କଲେ ରୋଗ ନ ହୋଇପାରେ ।[୧୦] ପାପ ସ୍ମିଅର କରି ବା ଆସେଟିକ ଏସିଡ ପରୀକ୍ଷା କରି ପ୍ରାକ୍ ଜରାୟୁ ଗ୍ରୀବା କର୍କଟ ଥିବା ଜଣାପଡ଼ିଲେ ଚିକିତ୍ସା କରି ରହି ରୋଗକୁ ପ୍ରତିରୋଧ କରାଯାଇପାରେ ।[୧୧] ଅପରେଶନ, କେମୋଥେରାପି ଓ ରେଡିଓଥେରାପି ସାହାଯ୍ୟରେ ଏହାର ମିଶ୍ରିତ ଚିକିତ୍ସା କରାଯାଏ ।[୧] ଆମେରିକାରେ ଏହାର ପାଞ୍ଚ ବର୍ଷିଆ ଆୟୁଷ ପ୍ରାୟ ୬୮ % ।[୧୨] କେତେ ଶୀଘ୍ର ଏହାର ରୋଗ ନିର୍ଣ୍ଣୟ ହୋଇଛି, ତାହା ଉପରେ ଏହି ଚିକିତ୍ସା ଫଳାଫଳ ନିର୍ଭର କରେ । [୭]
ପୃଥିବୀରେ ସମୁଦାୟ କର୍କଟ ରୋଗ ମଧ୍ୟରେ ଏହାର ସ୍ଥାନ ଚତୁର୍ଥ ଓ ମହିଳା କର୍କଟ ମୃତ୍ୟୁ କାରଣ ମଧ୍ୟରେ ମଧ୍ୟ ଏହାର ସ୍ଥାନ ଚତୁର୍ଥ ।[୫] ସନ ୨୦୧୨ରେ ୫୨୮,୦୦୦ ଜରାୟୁ ଗ୍ରୀବା କର୍କଟ ରୋଗୀଙ୍କ ମଧ୍ୟରୁ ୨୬୬,୦୦୦ ମୃତ୍ୟୁ ହୋଇଥିଲା ।[୫] ଏହି ଆକଳାନ ସମୁଦାୟ କର୍କଟ ରୋଗର ଓ ସମୁଦାୟ କର୍କଟ ମୃତ୍ୟୁ ସଂଖ୍ୟାର ୮ % ।[୧୩] ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୭୫ % ରୋଗୀ ଦେଖାଯାଆନ୍ତି ।[୫] ସ୍ୱଳ୍ପ ଆମଦାନୀକାରି ଦେଶମାନଙ୍କରେ କର୍କଟ ମୃତ୍ୟର ଏହା ଏକ ସାଧାରଣ କାରଣ । [୧୧] ବିକଶିତ ଦେଶମାନଙ୍କରେ ସ୍କ୍ରିନିଙ୍ଗ ଯୋଗୁ ଏହି ରୋଗ ହାର ନାଟକୀୟ ଭାବେ କମିଛି ।[୧୪] ଡାକ୍ତରୀ ଗବେଷଣା ଫଳରେ ହେଲା HeLa) ନାମକ ବିଖ୍ୟାତ ସେଲ ଲାଇନ ଆବିଷ୍କୃତ ହୋଇଛି ଯାହା ହେନରିଏଟ୍ଟା ଲାକ୍ସ (Henrietta Lacks) ନାମକ କର୍କଟ ରୋଗୀର ଜୀବକୋଷରୁ ବିକଶିତ କରାଯାଇଛି । [୧୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Cervical Cancer Treatment (PDQ®)". NCI. 2014-03-14. Retrieved 24 June 2014.
- ↑ "Defining Cancer". National Cancer Institute. Retrieved 10 June 2014.
- ↑ Kumar V, Abbas AK, Fausto N, Mitchell RN (2007). Robbins Basic Pathology ((8th ed.) ed.). Saunders Elsevier. pp. 718–721. ISBN 978-1-4160-2973-1.
{{cite book}}
: CS1 maint: multiple names: authors list (link) - ↑ Holland-Frei cancer medicine (8th ed. ed.). New York: McGraw-Hill Medical. 2009. p. 1299. ISBN 9781607950141.
{{cite book}}
:|edition=
has extra text (help);|first1=
missing|last1=
(help) - ↑ ୫.୦ ୫.୧ ୫.୨ ୫.୩ ୫.୪ World Cancer Report 2014. World Health Organization. 2014. pp. Chapter 5.12. ISBN 9283204298.
- ↑ Dunne, EF; Park, IU (Dec 2013). "HPV and HPV-associated diseases". Infectious disease clinics of North America. 27 (4): 765–78. doi:10.1016/j.idc.2013.09.001. PMID 24275269.
- ↑ ୭.୦ ୭.୧ "Cervical Cancer Treatment (PDQ®)". National Cancer Institute. 2014-03-14. Retrieved 25 June 2014.
- ↑ ୮.୦ ୮.୧ "Human Papillomavirus (HPV) Vaccines". National Cancer Institute. 2011-12-29. Retrieved 25 June 2014.
- ↑ Tran, NP; Hung, CF; Roden, R; Wu, TC (2014). "Control of HPV infection and related cancer through vaccination". Recent results in cancer research. Fortschritte der Krebsforschung. Progresdans les recherchessur le cancer. 193: 149–71. doi:10.1007/978-3-642-38965-8_9. PMID 24008298.
- ↑ "Cervical Cancer Prevention (PDQ®)". National Cancer Institute. 2014-02-27. Retrieved 25 June 2014.
- ↑ ୧୧.୦ ୧୧.୧ World Health Organization (February 2014). "Fact sheet No. 297: Cancer". Retrieved 2014-06-24.
- ↑ "SEER Stat Fact Sheets: Cervix Uteri Cancer". NCI. Retrieved 18 June 2014.
- ↑ World Cancer Report 2014. World Health Organization. 2014. pp. Chapter 1.1. ISBN 9283204298.
- ↑ Canavan TP, Doshi NR (2000). "Cervical cancer". Am Fam Physician. 61 (5): 1369–76. PMID 10735343. Archived from the original on 2005-02-06. Retrieved 2015-03-15.
- ↑ Jr, Charles E. Carraher (2014). Carraher's polymer chemistry (Ninth edition. ed.). Boca Raton: Taylor &Francis. p. 385. ISBN 9781466552036.