ଗରୁଡ଼ କମାଣ୍ଡୋ

ଉଇକିପିଡ଼ିଆ‌ରୁ
ଗରୁଡ଼ କମାଣ୍ଡୋ ବଳ
Founded6 February 2004
CountryIndia India
Branch ଭାରତୀୟ ବାୟୁସେନା
TypeSpecial Forces
RoleDirect Action
Airfield Seizure
Special Reconnaissance
Airborne Operations
Air Assault
Unconventional Warfare
Counter Terrorism
Foreign Internal Defence
Special Operations
Combat Search and Rescue
COIN Special operations
SizeClassified (estimated at 2000 personnel)
HeadquartersNew Delhi
Motto॥प्रहार से सुरक्षा॥(Translation: Offence is the Best Form of Defense)
EngagementsMONUC (Congo), Security during Aero India 2005/2007/2011/2013, Ongoing operations in Kashmir, Kashmir conflict, 2016 Pathankot attack
Insignia
Commando Badgeଫାଇଲ:Garud Commando Force Logo.jpg

ଗରୁଡ଼ କମାଣ୍ଡୋ ଫୋର୍ସ(ଗରୁଡ଼ କମାଣ୍ଡୋ ବଳ) ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବାହିନୀ।ଏହା ସେପ୍ଟେମ୍ବର ୨୦୦୪ ଗଠନ କରାଯାଇଥିଲା।ଏହି ବାହିନୀର ତତ୍କାଳୀନ ଶକ୍ତି ଓ ସାମର୍ଥ୍ୟକୁ ନେଇ ଏହାକୁ ହିନ୍ଦୁ ପୁରାଣରେ ବର୍ଣ୍ଣିତ ଏକ ଅଜେୟ ପକ୍ଷୀ ଗରୁଡ ନାମରେ ନାମିତ କରାଯାଇଥିଲା।[୧]

ଗଠନ ଶୈଳୀ:[ସମ୍ପାଦନା]

୨୦୦୨ ମସିହାରେ ସୀମାନ୍ତ ଅଂଚଳରେ ଥିବା ଭାରତୀୟ ବାୟୁସେନାର ଦୁଇଟି ବେସ୍ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା।ସେହି ଘଟଣା ପରେ ବାୟୁସେନାର ଏକ ନିଜସ୍ୱ କମାଣ୍ଡୋ ବାହିନୀର ଆବଶ୍ୟକତା ସମସ୍ତେ ଅନୁଭବ କରିଥିଲେ। କୋୖଣସି ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ସ୍ଥଳସେନାର କୌଣସି ବାହିନୀର ସାହାଯ୍ୟ ନେବା କଷ୍ଟକର ଓ ସମୟସାପେକ୍ଷ ଥିଲା ତାହା ଛଡା ବାୟୁସେନାର ବେସ୍ ଓ ଯନ୍ତ୍ରପାତି ସହିତ ଅଳ୍ପ ସମୟ ମଧ୍ୟରେ ସ୍ଥଳସେନା ୟୁନିଟ୍କୁ ଅବଗତ କରାଇବା କଷ୍ଟକର ଥିଲା, ତେଣୁ ବାୟୁସେନା ନିଜସ୍ୱ ଏକ ସ୍ୱତନ୍ତ୍ର ଜରୁରୀକାଳୀନ କମାଣ୍ଡୋ ବାହିନୀ ଗଢିବା ଆବଶ୍ୟକ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଥିଲେ।

ସେହି ଯୋଜନା ଅନୁସାରେ ୨୦୦୨ ମସିହାରେ ୨୦୦୦ ଜଣ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷିତ କମାଣ୍ଡୋଙ୍କୁ ନେଇ ବାୟୁସେନାର କମାଣ୍ଡୋ ବାହିନୀ ଆରମ୍ଭ ହୋଇଥିଲା। [୨]ପ୍ରଥମେ ଏହାର ନାମ ଟାଇଗର ଫୋର୍ସ ରଖା ଯାଇଥିଲା କିନ୍ତୁ ପରେ ତାକୁ ବଦଳାଇ ଗରୁଡ଼ ଫୋର୍ସ ରଖାଗଲା। ୨୦୦୩ ମସିହାରେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ଥଳବାହିନୀର ପାରା କମାଣ୍ଡୋ ବାହିନୀ ଓ ଜଳବାହିନୀର ମର୍କୋସ୍ ଢାଞ୍ଚାରେ ୧୦୮୦ ଜଣିଆ ଏକ ଗରୁଡ଼ ବାହିନୀ ସ୍ଥାପନକୁ ସବୁଜ ସଙ୍କେତ ପ୍ରଦାନ କରିଥିଲା।[୧]ସେହି ଅନୁସାରେ ଭାରତୀୟ ବାୟୁସେନାର ଏକ ନମ୍ବର ଟ୍ରେନିଂ ସେଣ୍ଟର୍ ଭାବରେ ସ୍ୱୀକୃତ କର୍ଣ୍ଣାଟକର ବେଲଗମ୍ରେ ପ୍ରଶିକ୍ଷଣ ନେଉଥିବା ସୈନ୍ୟଙ୍କ ଭିତରୁ ୧୦୦ ଜଣଙ୍କୁ ସେଥିପାଇଁ ମନୋନୀତ କରାଗଲା।ସେମାନେ ଥିଲେ ପ୍ରଥମ ବ୍ୟାଚ୍ ଗରୁଡ଼ କମାଣ୍ଡୋ ଶିକ୍ଷାର୍ଥୀ।ସେହି ୧୦୦ ଜଣଙ୍କ ଭିତରୁ ୬୨ ଜଣ ସଫଳ ଭାବରେ ଟ୍ରେନିଂ ସମାପ୍ତ କରିଥିଲେ।ଭାରତୀୟ ବାୟୁସେନାର ଏହି ବାହିନୀକୁ ସାଧାରଣ ଲୋକମାନେ ୨୦୦୪ ମସିହା ଅକ୍ଟୋବର ୮ ତାରିଖରେ ପାଳିତ ହୋଇଥିବା ବାୟୁସେନା ଦିବସ ପାଳନ ଅବସରରେ।[୩]

ତାଲିମ ପ୍ରଣାଳୀ:[ସମ୍ପାଦନା]

ଗରୁଡ଼ କମାଣ୍ଡୋମାନଙ୍କୁ ସ୍ଥଳବାହିନୀର ପାରା କମାଣ୍ଡୋ ଓ ଜଳବାହିନୀର ମର୍କୋସ୍ ବାହିନୀ ଶୈଳୀରେ ପ୍ରଶିକ୍ଷଣ ଦିଆଯାଏ।ସେମାନେ ଅକାଶମାର୍ଗରେ ଅପରେସନ୍ ସହିତ ସ୍ଥଳସେନା ଭଳି ପାହାଡ ପର୍ବତରେ ଏବଂ ଜଳସେନା ଭଳି ପାଣି ଭିତରେ ବି ଶତ୍ରୁ ସହ ଲଢ଼ିବାକୁ ସକ୍ଷମ।ସେମାନଙ୍କୁ ବିଶେଷ ଭାବରେ ଆକ୍ରମଣକୁ ପ୍ରତିହତ କରିବାର ଶୈଳୀ,ଆତଙ୍କବାଦୀଙ୍କୁ କାବୁ କରିବାର କୌଶଳରେ ଟ୍ରେନିଂ ଦିଆଯାଏ।ଅତୀତରେ ସେମାନେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ କାବୁ କରିବାରେ ସଫଳ ହେବା ସହ ଅନେକ କାର୍ଯ୍ୟରେ ସଫଳତାର ସହ କାମ କରିଛନ୍ତି।ଶାନ୍ତି ସମୟରେ ସେମାନେ ବାୟୁସେନାର ବେସ୍ ଗୁଡ଼ିକର ସୁରକ୍ଷା ଦାୟିତ୍ୱରେ ଥାନ୍ତି।

ଭାରତୀୟ ନୌବାହିନୀ ଓ ସ୍ଥଳବହିନୀର କମାଣ୍ଡୋ ବାହିନୀ ଗୁଡିକରେ ସେମାନଙ୍କର ସୈନ୍ୟମାନେ ଇଚ୍ଛାକୃତ ଭାବରେ ଯୋଗ ଦେଇଥାନ୍ତି।କିନ୍ତୁ ଗରୁଡ଼ ବାହିନୀର କମାଣ୍ଡୋମାନଙ୍କୁ ସେହି କାମ ପାଇଁ ହିଁ ପ୍ରଥମରୁ ମନୋନୀତ କରାଯାଇଥାଏ।ସେମାନଙ୍କୁ ମୂଳରୁ ସେହି ଟ୍ରେନିଂ ଦିଆଯାଇଥାଏ। ଥରେ ଗରୁଡ଼ ବାହିନୀରେ ଯୋଗଦେଲେ ଜଣେ କମାଣ୍ଡୋ ତାଙ୍କ ଚାକିରୀ ଶେଷ ଯାଏଁ ସେଇଠି ହିଁ ରହନ୍ତି।

ଗରୁଡ଼ ସେନାର ଟ୍ରେନିଂ ୭୨ ସପ୍ତାହ ଧରି ଚାଲେ।ପ୍ରଥମ ତିନି ମାସ ପରେ ଏକ ପରୀକ୍ଷା ହୁଏ,ଯେଉଁଥିରେ ଅନେକ ବାଦ ପଡ଼ନ୍ତି।କେବଳ ସଫଳ ଟ୍ରେନିମାନେ ପରବର୍ତ୍ତୀ ସ୍ତରର ପ୍ରଶିକ୍ଷଣକୁ ଯାଇପାରନ୍ତି।

ପରବର୍ତ୍ତୀ ସ୍ତରର ଟ୍ରେନିଂ ସେମାନେ ସ୍ପେଶାଲ୍ ଫ୍ରଣ୍ଟିୟର୍ ଫୋର୍ସ,ଭାରତୀୟ ସ୍ଥଳବହିନୀ ଓ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବ୍ଲାକ୍ କ୍ୟାଟ୍ ସହିତ ମିଶି ପାଆନ୍ତି।ଏହି ସ୍ତରରେ ବି କିଛି ବାଦ ପଡ଼ନ୍ତି।ଯେଉଁମାନେ ସଫଳତାର ସହ ପୁରା କରିଥାନ୍ତି ସେମାନଙ୍କୁ ଆଗ୍ରାସ୍ଥିତ ପାରାଚ୍ୟୁଟ୍ ଟ୍ରେନିଂ ସ୍କୁଲ୍କୁ ଯାଆନ୍ତି।ସେଠିକାର ପ୍ରଶିକ୍ଷଣ ପୁରା ହେବାପରେ ସେମାନଙ୍କୁ ମିଜୋରାମ୍ରେ ଥିବା ସେନାର କାଉଣ୍ଟର୍ ଇନ୍ସରଜେନ୍ସି ଆଣ୍ଡ ଜଙ୍ଗଲ ୱାରଫାୟର ସ୍କୁଲକୁ ପଠାଯାଏ।ସେଠି ସେମାନଙ୍କୁ ଜଙ୍ଗଲ ଯୁଦ୍ଧ ଏବଂ ଆତଙ୍କବାଦୀ ନିପାତ କରିବାର ସାମରିକ କଳାରେ ଆହୁରି ଦକ୍ଷତା ପ୍ରଦାନ କରାଯାଏ।ଜଙ୍ଗଲ ସହିତ ବରଫାବୃତ ଅଂଚଳରେ ଯୁଦ୍ଧ ଓ ବଂଚିରହିବାର ତାଲିମ ଦିଆଯାଇଥାଏ।କିଛିଦିନ ପାଇଁ ସେମାନଙ୍କୁ ନୌବାହିନୀର ଡାଇଭିଙ୍ଗ ସ୍କୁଲକୁ ମଧ୍ୟ ପଠାଯାଏ।

ଗରୁଡ଼ ମାନଙ୍କ ତାଲିମର ଶେଷ ପର୍ଯ୍ୟାୟରେ ସେମାନଙ୍କୁ ସ୍ଥଳବହିନୀର ପାରା଼ କମାଣ୍ଡୋ ମାନଙ୍କ ସହ ମିଶି ଏକାଧିକ ବାସ୍ତବିକ ସେନା ଅପରେସନରେ ଅଂଶଗ୍ରହଣ କରିବାକୁ ଦିଆଯାଏ।

ଏସବୁ ଶେଷ ହେବା ପରେ ହିଁ ଶିକ୍ଷାର୍ଥୀ ମାନଙ୍କୁ କମାଣ୍ଡୋମାନେ ତାଙ୍କ ଟୋପିରେ ଏୟାରମ୍ୟାନ ବ୍ୟାରେଟ ବ୍ୟାଚ୍ ଲଗାନ୍ତି।

ସମ୍ମାନ:[ସମ୍ପାଦନା]

ବାୟୁସେନାର ସଙ୍କେତ ରୂପେ ଏୟାରମ୍ୟାନ ବ୍ୟାରେଟ ବ୍ୟାଚ୍ ଟୋପିରେ ଏବଂ ପ୍ୟାରାଚ୍ୟୁଟ ପ୍ରଶିକ୍ଷଣ ପାଇଁ ଡାହାଣ ପକେଟରେ ପାରା ୱିଙ୍ଗ ଲଗାନ୍ତି।ୟୁନିଫର୍ମର କାନ୍ଧ ପାଖରେ ଥାଏ ଗରୁଡ଼ ଫୋର୍ସ ସ୍ପେଶାଲ ବ୍ୟାଚ୍

ଅତିରିକ୍ତ ତାଲିମ:[ସମ୍ପାଦନା]

ବିଧିବଦ୍ଧ ଭାବରେ ଗରୁଡ଼ ବହିନୀରେ ଅଂଶଗ୍ରହଣ କରିବା ପରେ କିଛି ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଥାଏ।ଯେମିତି କି ଆଣ୍ଟି ହାଇଜାକ,କାଉଣ୍ଟର ଇନ୍ସରଜେନ୍ସି,ଜଙ୍ଗଲ ଆଣ୍ଡ ସ୍ନୋ ସର୍ଭାଇଭଲ,ୱେପନ ହାନ୍ଡ଼ଲିଙ୍ଗ,ଡାଇଭିଙ୍ଗ ଟ୍ରେନିଂ ଇତ୍ୟାଦି।

ଅସ୍ତ୍ରଶସ୍ତ୍ର:[ସମ୍ପାଦନା]

ଗରୁଡ଼ କମାଣ୍ଡୋମାନେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାର ପ୍ରଶିକ୍ଷଣ ପାଇଛନ୍ତି।ସେମାନଙ୍କ ନିକଟରେ ଶକ୍ତିଶାଳୀ ଟେଭୋର ଟାର୍-୨୧,ଜିଲକ୧୭,ଜିଲକ ୧୯,ସେମିଆଟମିକ ପିସ୍ତଲ,ଲାଇଟ ମେସିନ ଗନ,M4 କର୍ବାଇନ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର।


ବିରତ୍ୱ:[ସମ୍ପାଦନା]

ଗରୁଡ଼ ସେନା ଲୋକଲୋଚନକୁ ନ ଆସି ମଧ୍ୟ ଗୋପନୀୟ ଭାବେ ବାୟୁସେନାର ଘାଟି ଓ ଷ୍ଟେସନଗୁଡିକର ଦାୟିତ୍ୱ ବୁଝିବା ସହିତ ସ୍ଥଳସେନା ସହ ମିଶି ସୀମାନ୍ତରେ ଆତଙ୍କବାଦୀଙ୍କ ସହ ଲଢ଼ୁଛନ୍ତି।ଜାତିସଂଘର ଶାନ୍ତି ବାହିନୀରେ ସାମିଲ ହୋଇ ଗରୁଡ଼ମାନେ ବିଦେଶ ମାଟିରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Constitution of Commando Force" (Press release). Press Information Bureau, Government of India. 18 December 2003. Retrieved 2008-07-25.
  2. IAF to form commando force to protect airbases Archived 2012-10-22 at the Wayback Machine., Times of India, 1 October 2002.
  3. Picture of Garud demonstrations during the Passing out ceremony