ଗରିମା ଚୌଧୁରୀ

ଉଇକିପିଡ଼ିଆ‌ରୁ

ଗରିମା ଚୌଧୁରୀ (ଜନ୍ମ ଏପ୍ରିଲ ୨ , 1990 ) ଜଣେ ଭାରତୀୟ ମହିଳା ଯୁଡୋ ଖେଳାଳି । ତାଙ୍କର ଜନ୍ମ ମିରତଠାରେ ହେଇଥିଲା । ସେ ୨୦୧୨ ମସିହା ଲଣ୍ଡନ ଅଲିମ୍ପିକରେ ଭାଗନେବା ପାଇଁ ଭାରତର ଏକ ମାତ୍ର ଯୁଦୋକା ଭାବରେ ମହିଳା ୬୩ କିଲୋଗ୍ରାମ ବର୍ଗରେ ଯୋଗ୍ୟତା ଅର୍ଜନ କରିଥିଲେ । .[୧][୨]

ବାଲ୍ୟକାଳ ଓ ଟ୍ରେନିଂ [ସମ୍ପାଦନା]

ମଧ୍ୟବିତ୍ତ ପରିବାରରେ ଜନ୍ମିତ ଗାରିମା ତାଙ୍କର ବାଲ୍ୟକାଳରୁ କ୍ରୀଡ଼ା ପ୍ରତି ଆକର୍ଷିତ ଥିଲେ । ସେ କବାଡି , କ୍ରିକେଟ ଓ ଆଥଲେଟିକ ପରି କ୍ରୀଡ଼ାରେ ଭାଗ ନଉଥିଲେ । ତାଙ୍କ ମାଁ ଏଥିରେ ତାଙ୍କୁ ସହାୟତା କରୁଥିଲେ । ଯୁଡୋ ଶିକ୍ଷା ଲାଭ କଳା ପରେ ସେ ନିଜ ରାଜ୍ୟ ଉତ୍ତରପ୍ରଦେଶ ପାଇଁ ଯୁଡୋ ପ୍ରତିଯୋଗିତାମାନଙ୍କରେ ଭାଗ ନେଇ ଆସୁଥିଲେ । କିନ୍ତୁ ଉତ୍ତର ପ୍ରଦେଶ ଖେଳ ବିଭାଗ ତରଫରୁ ସେ ହରିୟାଣା ରାଜ୍ୟ ତରଫରୁ ଜାତୀୟା କ୍ରୀଡ଼ା ମାନଙ୍କରେ ଭାଗ ନେଲେ । [୩]

୨୦୦୪ ମସିହାରୁ ସେ ପାଟିଆଲା ଜାତୀୟ କ୍ରୀଡ଼ା ଏକାଡେମିରେ ଜୀବନ ଶର୍ମାଙ୍କଠାରୁ କୋଚିଙ୍ଗ ନେଇଥିଲେ ।   ସେଠାରେ ସେ ବାଳକ ମାନଙ୍କ ସହ ଟ୍ରେନିଂ ନେବାକୁ ହେଇଥିଲା । .[୪]

୨୦୧୨ ଗ୍ରୀଷ୍ମ କାଳୀନ ଅଲିମ୍ପିକ [ସମ୍ପାଦନା]

ସେ ପ୍ଯାରିସଠାରେ ହେଇଥିବା ବିଶ୍ୱ ଯୁଡୋ ଚମ୍ପିୟାନଶିପରେ ଓ ପରେ ବିଶ୍ୱ ଯୁଡୋ କପରେ ଭାଗ ନେଇ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେଥିରେ ସେ ତାଙ୍କ ବର୍ଗ ୫୩ କିଲୋଗ୍ରାମରେ ସେ ସପ୍ତମ ସ୍ଥାନ ଅଧିକାର କରିଥିଲେ । .[୫][୬]ଅଲିମ୍ପିକ ପାଇଁ ଗାରିମା ଜର୍ମାନ ଦେଶ ଯାଇ ଟ୍ରେନିଂ ନେଇଥିଲେ । .[୫]

ଅଲିମ୍ପିକରେ ସେ ପ୍ରଥମ ରାଉଣ୍ଡରେ ହାରିଯାଇଥିଲେ ମଧ୍ୟ ତାଙ୍କର ଶୈଳୀ ପ୍ରଶଂସିତ ହେଇଥିଲା[୭] 

ଆଧାର [ସମ୍ପାଦନା]

  1. Indo-Asian News Service (31 July 2012). "Olympics 2012: India's sole judoka knocked out". Daily News and Analysis. Retrieved 12 August 2012.
  2. "Garima Chaudhary - Judo - Olympic Athlete". London Organising Committee of the Olympic and Paralympic Games. Archived from the original on 7 January 2019. Retrieved 12 August 2012.
  3. Sharma, Arun (18 July 2012). "I've sometimes had to fight against boys to train". The Times of India. Archived from the original on 3 January 2013. Retrieved 12 August 2012.
  4. Rizvi, Taus (20 July 2012). "Being an underdog is a blessing, says Garima Chaudhary". Daily News and Analysis. Retrieved 12 August 2012.
  5. ୫.୦ ୫.୧ "India's lone judoka Garima confident of good show". The Indian Express. 16 July 2012. Retrieved 12 August 2012.
  6. "JUA Continental Championships 2012 - Results" (PDF). International Judo Federation. Retrieved 12 August 2012.
  7. "London Olympics: Judoka Garima knocked out by Japanese Ueno". The Times Of India. Retrieved 1 August 2012.