Jump to content

ଗଣେଶ ମନ୍ଦିର, ମୋରଗାଁ

ଶ୍ରୀ ମୟୂରେଶ୍ୱର ମନ୍ଦିର, ମୋରଗାଁ
श्री मयूरेश्वर मंदीर
ମନ୍ଦିରର ଶୀର୍ଷ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁଣେ ଜିଲ୍ଲା
ଦେବାଦେବୀମୟୂରେଶ୍ୱର ବା ମୋରେଶ୍ୱର ରୂପରେ ଗଣେଶ
FestivalsGanesh Chaturthi, Ganesh Jayanti, Vijayadashami
Location
ସ୍ଥାନମୋରଗାଁ/ Morgaon
Stateମହାରାଷ୍ଟ୍ର
Countryଭାରତ
ଗଣେଶ ମନ୍ଦିର, ମୋରଗାଁ is located in Maharashtra
ଗଣେଶ ମନ୍ଦିର, ମୋରଗାଁ
Location within Maharashtra
ଭୌଗଳିକ ଅବସ୍ଥିତି18°16′33.8″N 74°19′17″E / 18.276056°N 74.32139°E / 18.276056; 74.32139
Architecture
TypeMandir architecture
Completed14th to 17th century AD
Website
https://m.facebook.com/mayureshwarmorgaon/

ଶ୍ରୀ ମୟୂରେଶ୍ୱର ମନ୍ଦିର (ମରାଠୀ: श्री मयूरेश्वर मंदीर) କିମ୍ବା ଶ୍ରୀ ମୋରେଶ୍ୱର ମନ୍ଦିର (ମରାଠୀ: श्री मोरेश्वर मंदीर) ଏକ ହିନ୍ଦୁ ମନ୍ଦିର ଯାହା ଜ୍ଞାନର ଦେବତା ଶ୍ରୀ ଗଣେଶଙ୍କୁ ସମର୍ପିତ ହୋଇହି । ଏହି ମନ୍ଦିର ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା ପୁଣେ ଜିଲ୍ଲାର ପୁଣେ ସହରଠାରୁ ୬୫ କିମି ଦୂରରେ ଅବସ୍ଥିତ ।.[]ଗଣେଶଙ୍କ ଅଷ୍ଟବିନାୟକ ମନ୍ଦିରମାନଙ୍କର ତୀର୍ଥ ଯାତ୍ରାର ଆରମ୍ଭ ଓ ଶେଷ ଏହି ସ୍ଥାନରୁ ହୁଏ ।

ଧାର୍ମିକ ମହତ୍ତ୍ୱ

[ସମ୍ପାଦନା]

ପୁଣେ ପାଖରେ ଥିବା ପୂଜ୍ୟ ଗଣେଶଙ୍କର ଆଠଟି ମନ୍ଦିରମାନଙ୍କର ପରିକ୍ରମା ଏହିଠାରୁ ଆରମ୍ଭ ହୁଏ । ଏହି ମନ୍ଦିରମାଳାକୁ ଅଷ୍ଟବିନାୟକ କୁହାଯାଏ । ତୀର୍ଥଯାତ୍ରା ଶେଷରେ ମୋରଗାଁ ଦର୍ଶନ ନ କରିଥିଲେ ତୀର୍ଥଯାତ୍ରା ବ୍ୟର୍ଥ ହୋଇଯିବା କଥା କୁହାଯାଏ ।[] ମୋରଗାଁ ଅଷ୍ଟ ବିନାୟକମାଳାର କେବେଳ ଶ୍ରେଷ୍ଠ ମନ୍ଦିର ନୁହେଁ, ଏହାକୁ ପ୍ରଧାନ ମନ୍ଦିର ମାନ୍ୟତା ମଧ୍ୟ ଦିଆଯାଏ ।[][][] ମୋରଗାଁ ହେଉଛି ଆଦ୍ୟପୀଠ – ଗାଣପତ୍ୟ ଗୋଷ୍ଠୀ ମତରେ ଗଣେଶ ହେଉଛନ୍ତି ସର୍ବଶ୍ରେଷ୍ଠ ସୃଷ୍ଟି ।[] ଅଷ୍ଟବିନାୟକ ମାଳାରେ ସବୁଠାରୁ ଅଧିକ ତୀର୍ଥଯାତ୍ରୀ ଏଠାକୁ ଆସନ୍ତି ।[] ଗଣେଶଙ୍କର ମହାନତା ବିଷୟରେ ମୁଦଗଲ ପୁରାଣରେ ୨୨ଟି ଅନୁଚ୍ଛେଦ ଅଛି । ଏକ ପରମ୍ପରା ଅନୁସାରେ ପ୍ରଳୟ ଆସିଲେ ଏହି ସ୍ଥାନରେ ଗଣେଶ ଯୋଗନିଦ୍ରାରେ ପ୍ରବେଶ କରନ୍ତି । ଏହି ସ୍ଥାନର ପବିତ୍ରତା କେବଳ କାଶୀ ଧାମ ସାଥିରେ ତୁଳନା କରାଯାଇପାରେ ।

ମୋରଗାଁର କେନ୍ଦ୍ରରେ ଥିବା ପ୍ରତିମୂର୍ତ୍ତି

ଇତିହାସ

[ସମ୍ପାଦନା]

ମୋରଗାଁ ଓ ପୁଣେର ଆଖପାଖ ଗାଣପତ୍ୟ କେନ୍ଦ୍ରମାନ ଅଷ୍ଟାଦଶ ଶତାବ୍ଦୀରେ ମରହଟ୍ଟା ରାଜ୍ୟର ପେଷୱା ଶାସକମାନଙ୍କ ସଂରକ୍ଷଣ ସୁବିଧା ପାଉଥିଲେ । ପେଷୱା ଶାସକମାନେ ଗଣେଶଙ୍କୁ ତାଙ୍କର କୂଳ ଦେବତା ମାନୁଥିଲେ ଓ ମନ୍ଦିରକୁ ଦାନ ସହିତ ଭୂମି ତଥା ଅର୍ଥ ଦାନ କରୁଥିଲେ ।[][] ସପ୍ତଦଶ ଶତାବ୍ଦୀର ସନ୍ଥ ସମର୍ଥ ରାମଦାସ ମୋରଗାଁ ମନ୍ଦିର ନିମନ୍ତେ ଏକ ପ୍ରାର୍ଥନା (Sukhakarta Dukhaharta) ରଚନା କରିଥିଲେ ।[] ଅଧୁନା ମନ୍ଦିରକୁ ଚିଞ୍ଚୱାଡା ଦେବସ୍ଥାନ ଟ୍ରଷ୍ଟ ପରିଚାଳନା କରୁଛନ୍ତି । ଏହି ଟ୍ରଷ୍ଟ ମୋରଗାଁ ମନ୍ଦିର ବ୍ୟତୀତ ଚିଞ୍ଚୱାଡା ମନ୍ଦିର, ଥେଉର ମନ୍ଦିର ଓ ସିଦ୍ଧିବିନାୟକ ମନ୍ଦିରର ପରିଚାଳନା ମଧ୍ୟ କରୁଛନ୍ତି ।[]

ସ୍ଥାପତ୍ୟ

[ସମ୍ପାଦନା]
ମନ୍ଦିରର ମୂଖ୍ୟ ଦ୍ୱାର

ମନ୍ଦିର ଚତୁର୍ଦିଗରେ ଉଚ୍ଚ ପ୍ରସ୍ତର ପାଚେରୀ ଓ ପ୍ରତି କୋଣରେ ମୀନାର ଅଛି ଯାହା ମୁସଲମାନ ସ୍ଥାପତ୍ୟର ନିଦର୍ଶନ ଦର୍ଶାଉଛି ।[][] ମନ୍ଦିରର ଚାରୋଟି ଫାଟକ ଅଛି । ଯାହା ସମ୍ମୁଖରେ ଗଣେଶଙ୍କର ଚାରି ଯୁଗ ମୁତାବକ ପ୍ରତିମୂର୍ତ୍ତି ଅଛି । ପ୍ରତ୍ୟେକ ମୂର୍ତ୍ତି ଏକ ପୁରୁଷାର୍ଥ ବହନ କରିଛି ଓ ଦୁଇ ପରିଚାରକ ପାଖରେ ରହିଛନ୍ତି । ପୂର୍ବ ଫାଟକ ବାଟରେ ବଲ୍ଲଲବିନାୟକଙ୍କ ପାଖରେ ରାମ ଅବତାର (ବିଷ୍ଣୁ) ଓ ସୀତା ପ୍ରତିମୂର୍ତ୍ତି ଅଛି ଯାହା ଧର୍ମ (ସଚ୍ଚୋଟତା ଓ କର୍ତ୍ତବ୍ୟ) ନିଦର୍ଶନ ଦେଉଛି । ଦକ୍ଷିଣ ଦିଗରେ ବିଘ୍ନେଶ ସହିତ ଶିବ ଓ ପାର୍ବତୀ (ଧନ ଓ ସମ୍ମାନ ନିଦର୍ଶନ) ଅଛନ୍ତି । ପଶ୍ଚିମ ଫାଟକ ପାଖରେ କାମ ସହିତ କାମଦେବ ଓ ରତି ଅଛନ୍ତି । ଉତ୍ତର ଦିଗରେ ମୋକ୍ଷ ନିଦର୍ଶନ ମହାଗଣପତି ସାଥିରେ ବରାହ (ଅବତାର) ଓ ଭୂମୀ ଅଛନ୍ତି ।[] ଉତ୍ତର ଦିଗରେ ମୂଖ୍ୟ ପ୍ରବେଶ ଦ୍ୱାର । ଅଗଣା ଚତୁଷ୍କୋଣ ଆକାରର ଅଗଣାରେ ଦୁଇଟି ଦୀପ ଜ୍ୟୋତି ସ୍ତମ୍ଭ ଅଛି ଓ ଆଲୋକ ଲଗେଇବା ବ୍ୟବସ୍ଥା ଅଛି । ମନ୍ଦିର ସାମନାରେ ଛଅ ଫୁଟ ଉଚ୍ଚତାର ଗଣେଶ ବାହନ ମୂଷା ପ୍ରତିମୂର୍ତି ବସିଛନ୍ତି ।[] ପାଖରେ ଥିବା ନାଗରାଖାନାରେ କେଟଳ ଡ୍ରମ ଅଛି । ମନ୍ଦିର ଦୁଆର ସମ୍ମୁଖରେ ବିରାଟ ନନ୍ଦୀ ମୂର୍ତ୍ତି ଗଣେଶଙ୍କ ଦିଗକୁ ମୁଖକରି ରହିଛି । ନନ୍ଦୀ ଶିବଙ୍କ ଆଗରେ ରହେ, କିନ୍ତୁ ଏଠାରେ ଅନ୍ୟଥା ଅଛି । କିମ୍ବଦନ୍ତୀ ଅନୁସାରେ ପାଖରେ ଥିବା ଶିବ ମନ୍ଦିରରୁ ନାନ୍ଦୀଙ୍କୁ ଆଣି ଗଣେଶଙ୍କ ଆଗରେ ରକଯିବା ପ୍ରସ୍ତାବ ଥିଲା କିନ୍ତୁ ନନ୍ଦୀ ପ୍ରତିମୂର୍ତ୍ତି ଭିତରକୁ ନିଆଯାଇପାରିଲାନି, ସେଇଠି ସ୍ଥିର ହୋଇଗଲେ ।

ମୋରଗାଁର କେନ୍ଦ୍ରରେ ଥିବା ପ୍ରତିମୂର୍ତ୍ତି
  1. 1 2 3 4 Gunaji, Milind (2003). "Morgaon". Offbeat tracks in Maharashtra. Popular Prakashan. pp. 106–7. ISBN 9788171546695. Retrieved 2009-11-26.
  2. 1 2 Anne Feldhaus (19 December 2003). "Connected places: region, pilgrimage, and geographical imagination in India". Palgrave Macmillan. pp. 142–3, 145–6, 160. ISBN 978-1-4039-6324-6. Retrieved 13 January 2010.
  3. 1 2 Subramuniyaswami, Satguru Sivaya (2000). Loving Ganesa: Hinduism's Endearing Elephant-Faced God. Himalayan Academy Publications. pp. 278, 284. ISBN 9780945497776. Retrieved 2009-11-26. {{cite book}}: |work= ignored (help)
  4. 1 2 3 4 Grimes pp. 37–8
  5. Eleanor Zelliot (1988). The Experience of Hinduism: essays on religion in Maharashtra. SUNY Press. p. 76. ISBN 978-0-88706-664-1.
  6. Golesar, Vijay (गोळेसर, विजय) (17 February 2012). "समर्थाची टाकळी". Lokprabha. Indian Express Limited. Retrieved 23 January 2015.{{cite web}}: CS1 maint: multiple names: authors list (link)
  7. As per the official receipt of donation, provided by the temple
[ସମ୍ପାଦନା]