ଖୀଭା
ଖୀଭା(ଉଜବେକ: Хива, ଇଂରାଜୀ: Khiva) ମଧ୍ୟ ଏସିଆର ଉଜବେକିସ୍ତାନ ଦେଶର ସୌରଜ୍ମ ପ୍ରାନ୍ତରେସ୍ଥିତ ଏକ ଐତିହାସିକ ମହତ୍ତ୍ୱର ସହର ଅଟେ । ଏହି କ୍ଷେତ୍ରରେ ହଜାର ବର୍ଷରୁ ଲୋକମାନେ ବାସ କରୁଛନ୍ତି , କିନ୍ତୁ ଏହି ସହର ସେହିଦିନ ଲୋକ ଲୋଚନକୁ ଆସିଲା ଯେଉଁଦିନ ଏହା "ଖୀଭା ଖାନତ"ର ରାଜଧାନୀ ହେଲା ।[୧]
ଇତିହାସ
[ସମ୍ପାଦନା]ଅତି ପ୍ରାଚୀନ କାଳରେ ଖୀଭା କ୍ଷେତ୍ରରେ ପୂର୍ବୀ ଇରାନ ଭାଷା କହୁଥିବା ଲୋକ ରହୁଥିଲେ । କିନ୍ତୁ ୧୦ ବିଂ ସଦୀରେ ଏଠାରୁ ଗତି କରୁଥିବା ମୁସଲିମ ଯାତ୍ରୀମାନେ ଏହି ସହରର ବର୍ଣ୍ଣନା କଲେ ଯାହା ଏବେ ମଧ୍ୟ ଉପଲବ୍ଧ ରହିଛି । ୧୭ ବୀଂ ସଦୀର ଆରମ୍ଭରେ ଏହି ସହର ଖୀଭା ଖାନନର ରାଜଧାନୀ ହେଲା । ଖୀଭା ଖାନନ ଉପରେ "ଚଙ୍ଗେଜ ଖାନ"ଙ୍କ ଆସ୍ତ୍ରାଖାନ ଖାନନ ଉପରେ ଶାସନ କରିବାକୁ ଯାଉଥିବା ବଂଶଜମାନଙ୍କ ଏକ ଅଧିକାର ଥିଲା । ୧୭ବୀଂ ସଦୀର ଆରମ୍ଭ ଏହି ସହର ୧୮୭୩ରେ "ରୂସୀ ସାମ୍ରାଜ୍ୟ"ର "କୋସ୍ତ୍ନାନ୍ତିନ ଫୋନ ଫାଉଫମାନ" (Konstantin von Kaufman) ନାମକ ରଣନିତିକାରମାନେ ଖୀଭା ଉପରେ ଆକ୍ରମଣ କଲେ ଏବଂ ତାଙ୍କ ସହରରେ ୨୮ ମଇ ୧୮୭୩ରେ ଅଧିକାର ହୋଇଗଲା । ଏବେ ଖୀଭା ଖାନନ ରୂସୀ ସାମ୍ରାଜ୍ୟର ଅଧୀନ ଥିଲା କିନ୍ତୁ ତାଙ୍କୁ ନାମ ପାଇଁ ମୁକ୍ତ ରୂପରେ ଚାଲିବାକୁ ଦିଆଗଲା । ଯେବେ ୧୯୧୭ରେ ରୂସରେ ସାମ୍ୟବାଦି (କମ୍ୟୁନିଟି) କ୍ରାନ୍ତି ହୁଏ ତ ଯେଉଁଠାରେ କିଛି ସମୟ ପାଇଁ "ସ୍ୱରଜ୍ମ ଜନ ସୋବିୟତ ଗଣତନ୍ତ୍ର" (Khorezm People's Soviet Republic) ଭାବେ ଘୋଷିତ କରିଦିଆ ଗଲା ଏବଂ ଖୀଭା ଖାନତ ସବୁଦିନ ପାଇଁ ଶେଷ ହୋଇଗଲା । ୧୯୨୫ ମସିହାରେ ଏହି ଗଣତନ୍ତ୍ରକୁ ସୋବିୟତ ସଂଘରେ ମିଶାଇ ଦିଆ ଗଲା ଏବଂ ଖୀଭା ଉଜବେକିସ୍ତାନର ଅଂଶ ହୋଇଗଲା ।[୨]
ଗୁଲାମୀର ବଜାର
[ସମ୍ପାଦନା]ମଧ୍ୟ କାଳରେ ଖୀଭା ନିଜ ଦାସ ମାନଙ୍କ ବଜାର ପାଇଁ ପ୍ରସିଦ୍ଧ ଥିଲା , ଯେଉଁଠାରେ ମନୁଷ୍ୟମାନଙ୍କୁ କ୍ରୟ - ବିକ୍ରୟ ହେଉଥିଲା । ପ୍ରାୟତଃ ଯେଉଁଠାରେ ଇରାନ ଏବଂ ରୂସୀ ଲୋକ ବିକ୍ରୟ ହେଉଥିଲେ । ପ୍ରାୟତଃ କିଛି ତୁର୍କୀମାନ କବଲାରେ ଏହି ପ୍ରଥା ତିଆରି ହୋଇଯାଇ ଥିଲା , କି ସେଠାରେ ଫସଲ କାଟିବା ପରେ ହିଁ ପଡୋଶୀ ଇରାନର ବସ୍ତିକୁ ଯାଇ ଜବରଦସ୍ତି ଲୋକ ମାନଙ୍କୁ ଆଣି ଖୀଭାରେ ବିକ୍ରୟ କରି ଦେଉଥିଲେ ।[୩] ରୂସ ଯେତେବେଳେ ଖୀଭା ଉପରେ ଅଧିକାର କରିବାର ପ୍ରୟାସ ଆରମ୍ଭ କଲା ତ ସେ ଏହି ଦାସ-ପ୍ରଥାକୁ ଶେଷ କରିବାକୁ ମଧ୍ୟ ନିଜର ଏକ ମୁଖ୍ୟ ଉଦ୍ଦେଶ୍ୟ କହିଥିଲା ।[୪]
ଆଧୁନିକ କାଳ
[ସମ୍ପାଦନା]ସୋଭିୟତ ସଂଘ ଯୁଗରେ ସରକାର ଘୋଷଣା କଲେ କି, ଖୀଭା ସହରକୁ ଭବିଷ୍ୟ ପାଇଁ ବିନା ବଦଳରେ ସୁରକ୍ଷା କରାଯିବ । ଏହି କ୍ଷେତ୍ରରୁ ପାଖାପାଖି ସମସ୍ତ ବାସୀଙ୍କୁ ବାହାର କରିଦିଆ ଗଲା । ସହରର ଭିତର ଭାଗକୁ ଈଚାନ କିଲା କୁହାଯାଏ ଏବଂ ଏହାର ବହୁ ବୃହତ ବୃହତ କାନ୍ଥ ରହିଛି । ଏହାର ମଝିରେ ଏକ ଉଚ୍ଚ ନୀଳ "ବୁର୍ଜ" ରହିଛି । ଏହାକୁ ବନେଇ ଥିବା "ଖାନ"ର ଇଚ୍ଛା ଅଜାନ ଦିଲବାନ ପାଇଁ ଏକ ଉଚ୍ଚ "ମିନାର" ବନେଇ ବାର ଥିଲା , କିନ୍ତୁ ସେ ଏହାକୁ ପୁରା କରିବା ପୁର୍ବରୁ ହିଁ ମରିଗଲେ ଏବଂ ଏହା ପରେ ଆସୁଥିବା ଖାନ ଏହାକୁ ଅଧୁରା ଛାଡିଦେଲେ । କୁହାଯାଏ କି ତାଙ୍କ ଆଡେ ମାନି ନେଲେ କି ଏହି ମିନାରରୁ ଅଜାନ ଦେଉଥିବା ମୂଲ୍ୟକୁ ଜନାନ-ଗୃହରେ ତାଙ୍କର ପତ୍ନୀ ନଜର ଆସିବେ । ସହରର ଏହି ଈଚାନ କିଲା ଭାଗରେ ୫୦ ଐତିହାସିକ ସ୍ଥଳ ଏବଂ ୨୫୦ ମଧ୍ୟ କାଳୀନ ଘର ରହିଛି । ଏହାର ବାହାର କ୍ଷେତ୍ରକୁ "ଦିଚାନ କିଲା" କୁହାଯାଏ ।
ଖୀଭାର କିଛି ଦୃଶ୍ୟ
[ସମ୍ପାଦନା]-
ବଳବାନ ମହମୂଦଙ୍କ ମହଲ, ଯିଏ ୧୪ବିଂ ସଦୀରେ ଏକ ସିପାହୀ କବି ଥିଲେ
-
ଖୀଭା ଉପରେ ରୂସୀ ମାନଙ୍କ ଆକ୍ରମଣ
-
ଐତିହାସିକ ଦୃଶ୍ୟ
-
ଖୀଭା ରାସ୍ତା ଉପରେ ମା'-ପୁଅ
ଆଧାର
[ସମ୍ପାଦନା]- ↑ Central Asia: Kazakhstan, Tajikistan, Uzbekistan, Kyrgyzstan, Turkmenistan, Bradley Mayhew, pp. 252, Lonely Planet, 2007, ISBN 978-1-74104-614-4, ... When the Uzbek Shaybanids moved into the decaying Timurid empire in the early 16th century, one branch founded a state in Khorezm and made Khiva their capital in 1592. The town ran a busy slave market that was to shape the destiny of the khanate ...
- ↑ Land and Power in Khorezm: Farmers, Communities, and the State in Uzbekistan's Decollectivisation, Tommaso Trevisani, pp. 31, LIT Verlag Münster, 2010, ISBN 978-3-643-90098-2, ... It was also known as the khanate of Khiva until the Bolsheviks put an end to the tsarist protectorate with the proclamation of the Khorezm People's Soviet Republic in 1920 ...
- ↑ Journey to Khiva Through the Turkoman Country, 1819-20: A Journey from Orenburg to Bokhara in the Year 1820, Nikolaj N. Muraviev, Georg von Meyendorff, pp. 43, Taylor & Francis, 2004, ISBN 978-0-415-31643-9, ... No sooner is their harvest over than off they go a plundering to Persia, and dispose of their captives in the Khiva slave market ...
- ↑ Journey to Khiva: A Writers Search for Central Asia, Philip Glazebrook, Kodansha Amer Incorporated, 1996, ISBN 978-1-56836-074-4, ... General Peroffski led 5000 men out of Orenburg to march on Khiva, giving the plight of the Russian captives sold at Khiva's slave market as the excuse ...