ଖୀଭା

ଉଇକିପିଡ଼ିଆ‌ରୁ
ଖୀଭା ଭିତରେ (ଈଚାନ କିଲା)ର କାନ୍ଥ

ଖୀଭା(ଉଜବେକ: Хива, ଇଂରାଜୀ: Khiva) ମଧ୍ୟ ଏସିଆର ଉଜବେକିସ୍ତାନ ଦେଶର ସୌରଜ୍ମ ପ୍ରାନ୍ତରେସ୍ଥିତ ଏକ ଐତିହାସିକ ମହତ୍ତ୍ୱର ସହର ଅଟେ । ଏହି କ୍ଷେତ୍ରରେ ହଜାର ବର୍ଷରୁ ଲୋକମାନେ ବାସ କରୁଛନ୍ତି , କିନ୍ତୁ ଏହି ସହର ସେହିଦିନ ଲୋକ ଲୋଚନକୁ ଆସିଲା ଯେଉଁଦିନ ଏହା "ଖୀଭା ଖାନତ"ର ରାଜଧାନୀ ହେଲା ।[୧]

ଇତିହାସ[ସମ୍ପାଦନା]

ଅତି ପ୍ରାଚୀନ କାଳରେ ଖୀଭା କ୍ଷେତ୍ରରେ ପୂର୍ବୀ ଇରାନ ଭାଷା କହୁଥିବା ଲୋକ ରହୁଥିଲେ । କିନ୍ତୁ ୧୦ ବିଂ ସଦୀରେ ଏଠାରୁ ଗତି କରୁଥିବା ମୁସଲିମ ଯାତ୍ରୀମାନେ ଏହି ସହରର ବର୍ଣ୍ଣନା କଲେ ଯାହା ଏବେ ମଧ୍ୟ ଉପଲବ୍ଧ ରହିଛି । ୧୭ ବୀଂ ସଦୀର ଆରମ୍ଭରେ ଏହି ସହର ଖୀଭା ଖାନନର ରାଜଧାନୀ ହେଲା । ଖୀଭା ଖାନନ ଉପରେ "ଚଙ୍ଗେଜ ଖାନ"ଙ୍କ ଆସ୍ତ୍ରାଖାନ ଖାନନ ଉପରେ ଶାସନ କରିବାକୁ ଯାଉଥିବା ବଂଶଜମାନଙ୍କ ଏକ ଅଧିକାର ଥିଲା । ୧୭ବୀଂ ସଦୀର ଆରମ୍ଭ ଏହି ସହର ୧୮୭୩ରେ "ରୂସୀ ସାମ୍ରାଜ୍ୟ"ର "କୋସ୍ତ୍ନାନ୍ତିନ ଫୋନ ଫାଉଫମାନ" (Konstantin von Kaufman) ନାମକ ରଣନିତିକାରମାନେ ଖୀଭା ଉପରେ ଆକ୍ରମଣ କଲେ ଏବଂ ତାଙ୍କ ସହରରେ ୨୮ ମଇ ୧୮୭୩ରେ ଅଧିକାର ହୋଇଗଲା । ଏବେ ଖୀଭା ଖାନନ ରୂସୀ ସାମ୍ରାଜ୍ୟର ଅଧୀନ ଥିଲା କିନ୍ତୁ ତାଙ୍କୁ ନାମ ପାଇଁ ମୁକ୍ତ ରୂପରେ ଚାଲିବାକୁ ଦିଆଗଲା । ଯେବେ ୧୯୧୭ରେ ରୂସରେ ସାମ୍ୟବାଦି (କମ୍ୟୁନିଟି) କ୍ରାନ୍ତି ହୁଏ ତ ଯେଉଁଠାରେ କିଛି ସମୟ ପାଇଁ "ସ୍ୱରଜ୍ମ ଜନ ସୋବିୟତ ଗଣତନ୍ତ୍ର" (Khorezm People's Soviet Republic) ଭାବେ ଘୋଷିତ କରିଦିଆ ଗଲା ଏବଂ ଖୀଭା ଖାନତ ସବୁଦିନ ପାଇଁ ଶେଷ ହୋଇଗଲା । ୧୯୨୫ ମସିହାରେ ଏହି ଗଣତନ୍ତ୍ରକୁ ସୋବିୟତ ସଂଘରେ ମିଶାଇ ଦିଆ ଗଲା ଏବଂ ଖୀଭା ଉଜବେକିସ୍ତାନର ଅଂଶ ହୋଇଗଲା ।[୨]

ଖୀଭା

ଗୁଲାମୀର ବଜାର[ସମ୍ପାଦନା]

ମଧ୍ୟ କାଳରେ ଖୀଭା ନିଜ ଦାସ ମାନଙ୍କ ବଜାର ପାଇଁ ପ୍ରସିଦ୍ଧ ଥିଲା , ଯେଉଁଠାରେ ମନୁଷ୍ୟମାନଙ୍କୁ କ୍ରୟ - ବିକ୍ରୟ ହେଉଥିଲା । ପ୍ରାୟତଃ ଯେଉଁଠାରେ ଇରାନ ଏବଂ ରୂସୀ ଲୋକ ବିକ୍ରୟ ହେଉଥିଲେ । ପ୍ରାୟତଃ କିଛି ତୁର୍କୀମାନ କବଲାରେ ଏହି ପ୍ରଥା ତିଆରି ହୋଇଯାଇ ଥିଲା , କି ସେଠାରେ ଫସଲ କାଟିବା ପରେ ହିଁ ପଡୋଶୀ ଇରାନର ବସ୍ତିକୁ ଯାଇ ଜବରଦସ୍ତି ଲୋକ ମାନଙ୍କୁ ଆଣି ଖୀଭାରେ ବିକ୍ରୟ କରି ଦେଉଥିଲେ ।[୩] ରୂସ ଯେତେବେଳେ ଖୀଭା ଉପରେ ଅଧିକାର କରିବାର ପ୍ରୟାସ ଆରମ୍ଭ କଲା ତ ସେ ଏହି ଦାସ-ପ୍ରଥାକୁ ଶେଷ କରିବାକୁ ମଧ୍ୟ ନିଜର ଏକ ମୁଖ୍ୟ ଉଦ୍ଦେଶ୍ୟ କହିଥିଲା ।[୪]

ଆଧୁନିକ କାଳ[ସମ୍ପାଦନା]

ସୋଭିୟତ ସଂଘ ଯୁଗରେ ସରକାର ଘୋଷଣା କଲେ କି, ଖୀଭା ସହରକୁ ଭବିଷ୍ୟ ପାଇଁ ବିନା ବଦଳରେ ସୁରକ୍ଷା କରାଯିବ । ଏହି କ୍ଷେତ୍ରରୁ ପାଖାପାଖି ସମସ୍ତ ବାସୀଙ୍କୁ ବାହାର କରିଦିଆ ଗଲା । ସହରର ଭିତର ଭାଗକୁ ଈଚାନ କିଲା କୁହାଯାଏ ଏବଂ ଏହାର ବହୁ ବୃହତ ବୃହତ କାନ୍ଥ ରହିଛି । ଏହାର ମଝିରେ ଏକ ଉଚ୍ଚ ନୀଳ "ବୁର୍ଜ" ରହିଛି । ଏହାକୁ ବନେଇ ଥିବା "ଖାନ"ର ଇଚ୍ଛା ଅଜାନ ଦିଲବାନ ପାଇଁ ଏକ ଉଚ୍ଚ "ମିନାର" ବନେଇ ବାର ଥିଲା , କିନ୍ତୁ ସେ ଏହାକୁ ପୁରା କରିବା ପୁର୍ବରୁ ହିଁ ମରିଗଲେ ଏବଂ ଏହା ପରେ ଆସୁଥିବା ଖାନ ଏହାକୁ ଅଧୁରା ଛାଡିଦେଲେ । କୁହାଯାଏ କି ତାଙ୍କ ଆଡେ ମାନି ନେଲେ କି ଏହି ମିନାରରୁ ଅଜାନ ଦେଉଥିବା ମୂଲ୍ୟକୁ ଜନାନ-ଗୃହରେ ତାଙ୍କର ପତ୍ନୀ ନଜର ଆସିବେ । ସହରର ଏହି ଈଚାନ କିଲା ଭାଗରେ ୫୦ ଐତିହାସିକ ସ୍ଥଳ ଏବଂ ୨୫୦ ମଧ୍ୟ କାଳୀନ ଘର ରହିଛି । ଏହାର ବାହାର କ୍ଷେତ୍ରକୁ "ଦିଚାନ କିଲା" କୁହାଯାଏ ।

ଖୀଭାର କିଛି ଦୃଶ୍ୟ[ସମ୍ପାଦନା]


ଆଧାର[ସମ୍ପାଦନା]

  1. Central Asia: Kazakhstan, Tajikistan, Uzbekistan, Kyrgyzstan, Turkmenistan, Bradley Mayhew, pp. 252, Lonely Planet, 2007, ISBN 978-1-74104-614-4, ... When the Uzbek Shaybanids moved into the decaying Timurid empire in the early 16th century, one branch founded a state in Khorezm and made Khiva their capital in 1592. The town ran a busy slave market that was to shape the destiny of the khanate ...
  2. Land and Power in Khorezm: Farmers, Communities, and the State in Uzbekistan's Decollectivisation, Tommaso Trevisani, pp. 31, LIT Verlag Münster, 2010, ISBN 978-3-643-90098-2, ... It was also known as the khanate of Khiva until the Bolsheviks put an end to the tsarist protectorate with the proclamation of the Khorezm People's Soviet Republic in 1920 ...
  3. Journey to Khiva Through the Turkoman Country, 1819-20: A Journey from Orenburg to Bokhara in the Year 1820, Nikolaj N. Muraviev, Georg von Meyendorff, pp. 43, Taylor & Francis, 2004, ISBN 978-0-415-31643-9, ... No sooner is their harvest over than off they go a plundering to Persia, and dispose of their captives in the Khiva slave market ...
  4. Journey to Khiva: A Writers Search for Central Asia, Philip Glazebrook, Kodansha Amer Incorporated, 1996, ISBN 978-1-56836-074-4, ... General Peroffski led 5000 men out of Orenburg to march on Khiva, giving the plight of the Russian captives sold at Khiva's slave market as the excuse ...