ଖାମୋଶୀ
Appearance
ଖାମୋଶୀ ( ହିନ୍ଦୀ -ख़ामोशी) ଏକ ୧୯୬୯ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅସିତ ସେନଙ୍କଦ୍ୱାରା ନିର୍ଦ୍ଦେଶିତ ଏକ କଳା ଧଳା ଫିଲ୍ମ । ମୁଖ୍ୟ ଭୂମିକାରେ ସେହି ସମୟର ଜନପ୍ରିୟ ଅଭିନେତା ରାଜେଶ ଖାନ୍ନା ଓ ଅଭିନେତ୍ରୀ ୱାହିଦା ରହମାନ ଅଭିନୀତ ଏହି ଚିତ୍ର ମୁଖ୍ୟତ ହେମନ୍ତ କୁମାରଙ୍କ ମନମୁଗ୍ଧକର ସଂଗୀତ, ଗୁଲଜାରଙ୍କ ରଚିତ ସୁନ୍ଦର ଭାବସମ୍ପନ୍ନ ଗୀତ ଓ ସାବଲୀଳ କାହାଣୀ ପାଇଁ ଆଦୃତ ହୋଇଥିଲା । କଳା ଧଳା ଚିତ୍ର ହେଇଥିଲେ ମଧ୍ୟ ଏଥିରେ ଚିତ୍ରତ୍ତୋଳକ କମଳ ବୋଷଙ୍କ ଚିତ୍ରଗ୍ରହଣ ଖୁବ ସୁନ୍ଦର ଥିଲା ଓ କମଳ ବୋଷ, ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ।
ସଙ୍ଗୀତ
[ସମ୍ପାଦନା]ହେମନ୍ତ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ଗୁଲଜାରଙ୍କ ରଚନା ଏହି କଥାଚିତ୍ରର ମୁଖ୍ୟ ଆକର୍ଷଣ
- ତୁମ ପୁକାର ଲୋ.....ତୁମାରା ଇନ୍ତେଜାର ହେ ...... କିଶୋର କୁମାର
- ୱୋ ଶାମ କୁଛ ଆଜିବ ଥି.... କିଶୋର କୁମାର
- ହମନେ ଦେଖା ହୈ ଉନ ଆଁଖୋ କି ମହକତି ଖୁସବୁ..... ଲତା [୧]
- ଆଜ କି ରାତ ...... ଆରତି [୨]
- ଦୋସ୍ତ କାହା କୋଇ .... ମନ୍ନା ଦେ
ପୁରସ୍କାର ଓ ମନୋନୟନ ସବୁ
[ସମ୍ପାଦନା]- କମଳ ବୋଷ, ଶ୍ରେଷ୍ଠ ଚିତ୍ରତ୍ତୋଳନ, ଫିଲ୍ମ ଫେୟାର ପୁରସ୍କାର
- ୱାହିଦା ରହମାନ, ଶ୍ରେଷ୍ଠ ଅଭିନେତ୍ରୀ, ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ [୩]
ପୁନର୍ନିର୍ମାଣ
[ସମ୍ପାଦନା]ଏହା ଉପରେ ଆଧାରିତ ଏକ ହଲିଉଡ ଫିଲ୍ମ ' silence ' ପାଇଁ ୨୦୦୮ରେ ଏକ ଯୋଜନା ଥିଲା , କିନ୍ତୁ ପରେ ତାହା ଆଉ ଫଳପ୍ରସୂ ହେଇ ନ ଥିଲା ।
ଆଧାର
[ସମ୍ପାଦନା]- ↑ Khamoshi 1969 Archived 2009-08-04 at the Wayback Machine. The Hindu, 16 August 2008.
- ↑ Khamoshi songs
- ↑ "1st Filmfare Awards 1953" (PDF). Archived from the original (PDF) on 2009-06-12. Retrieved 2016-10-13.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Khamoshi Internet Movie Database