କୁୟିଲି

ଉଇକିପିଡ଼ିଆ‌ରୁ
(କ୍ୱିଲିରୁ ଲେଉଟି ଆସିଛି)
ବୀରମଙ୍ଗାଇ କୁୟିଲି
ଫାତିମା ଇସମାଇଲଙ୍କଦ୍ୱାରା କୁୟିଲିଙ୍କ ଚିତ୍ର
ଜନ୍ମ ୧୭ଶ ଶତାବ୍ଦୀ
କୁଦଞ୍ଚବାଡ଼ି, ଶିବଗଙ୍ଗା ଜିଲ୍ଲା, ତାମିଲନାଡୁ
ମୃତ୍ୟ ୧୭୮୦
ଶିବଗଙ୍ଗା

କୁୟିଲି ରାଣୀ ଭେଲୁ ନାଚିୟାରଙ୍କର ଜଣେ ସେନା କମାଣ୍ଡର ଥିଲେ ଯିଏ ଅଷ୍ଟାଦଶ ଶତାବ୍ଦୀରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଅଭିଯାନରେ ଭାଗ ନେଇଥିଲେ । ସେ ଭାରତୀୟ ଇତିହାସରେ ପ୍ରଥମ ଆତ୍ମଘାତୀ ବିସ୍ଫୋରଣକାରୀ ଏବଂ "ପ୍ରଥମ ମହିଳା ସହିଦ" ଭାବରେ ପରିଗଣିତ ହୋଇଥିଲେ ।[୧][୨][୩][୪]

ଜୀବନ[ସମ୍ପାଦନା]

କୁୟିଲି ଅଷ୍ଟାଦଶ ଶତାବ୍ଦୀରେ ଶିବଗଙ୍ଗା ଜିଲ୍ଲା ନିକଟସ୍ଥ କୁଦଞ୍ଚବାଡ଼ିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା ମଧ୍ୟ ସାହସିକତା ପାଇଁ ଜଣାଶୁଣା ଥିଲେ । ନିଜ କ୍ଷେତକୁ ନଷ୍ଟ ନକରିବା ପାଇଁ ଏକ ବଣୁଆ ଷଣ୍ଢ ସହିତ ଯୁଦ୍ଧ କରୁଥିବାବେଳେ ତାଙ୍କ ମା'ଙ୍କର ମୃତ୍ୟୁ ହୋଇଥିଲା । କୁୟିଲି ଭେଲୁ ନାଚିୟାରଙ୍କର ଜଣେ ଭକ୍ତ କମାଣ୍ଡର ଥିଲେ ଏବଂ ବାରମ୍ବାର ତାଙ୍କ ଜୀବନ ରକ୍ଷା କରିଥିଲେ । ଏପରି ଏକ ସମୟରେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଶିକ୍ଷକ ପ୍ରକୃତରେ ଜଣେ ଗୁପ୍ତଚର, ସେ ତୁରନ୍ତ ରାଣୀଙ୍କୁ ବଞ୍ଚାଇବା ପାଇଁ ପଦକ୍ଷେପ ନେଇଥିଲେ । ଅନ୍ୟ ଏକ ସମୟରେ, ରାଣୀ ଶୋଇବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା, ସେତେବେଳେ କୁଇଲି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କର ବିଶ୍ୱସ୍ତତା ଏବଂ ସାହସିକତା ଦେଖି ତାଙ୍କୁ ତାଙ୍କ ସୈନ୍ୟବାହିନୀର ମହିଳା ସେନାଧ୍ୟକ୍ଷ କରାଯାଇଥିଲା । ପରେ କୁୟିଲି ରାଣୀଙ୍କ ଶିବଗଙ୍ଗା ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[୫][୬]

ମୃତ୍ୟୁ[ସମ୍ପାଦନା]

୧୭୮୦ ମସିହାରେ କୁୟିଲି ଆତ୍ମହତ୍ୟା କରିଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ଦୁର୍ଗ ଉପରେ ଆକ୍ରମଣ କରୁଥିବାବେଳେ ସେ ନିଜ ଶରୀରରେ ଘିଅ ଢାଳି ନିଜକୁ ନିଆଁ ଲଗାଇଲେ ଏବଂ ଭେଲୁ ନାଚିଆଙ୍କ ବିଜୟ ହାସଲ କରି ଇଷ୍ଟ ଇଣ୍ଡିଆ କମ୍ପାନୀର ଅସ୍ତ୍ରାଗାରକୁ ଡେଇଁପଡିଥିଲେ ।[୭][୮][୯][୧୦][୧୧][୧୨]

ଉତ୍ତରାଧିକାରୀ[ସମ୍ପାଦନା]

ତାମିଲନାଡ଼ୁ ସରକାର ଶିବଗଙ୍ଗା ଜିଲ୍ଲାରେ କୁଇଲିଙ୍କର ଏକ ସ୍ମାରକ ନିର୍ମାଣ କରିଥିଲେ ।[୧୩]

ଆଧାର[ସମ୍ପାଦନା]

  1. "First Woman Suicide Bomber of India against British during Freedom Struggle". myIndiamyGlory (in ବ୍ରିଟିଶ୍‌ ଇଂରାଜୀ). Retrieved 2018-02-17.
  2. "FIVE Unsung Women Martyrs of Indian Freedom Struggle". myIndiamyGlory (in ବ୍ରିଟିଶ୍‌ ଇଂରାଜୀ). Retrieved 2018-02-17.
  3. "Of valour and victory". The Hindu. Chennai, India. 26 July 2013. Retrieved 13 August 2014.
  4. "வியூகங்களால் வென்றவள் | If you won multiple strategies - Dinakaran". www.dinakaran.com. Archived from the original on 12 June 2018. Retrieved 2018-02-17.
  5. Udayavani. "Kuyili- A brave commander who was the First ever suicide bomber in history". Udayavani (in କନ୍ନଡ). Retrieved 2020-08-06.
  6. MV, Amudha. "Kuyili: The Dalit Commander Whose Sacrifice Remains An Unsung Tale". feminisminindia.com. Retrieved 6 May 2019.
  7. "Tamil Nadu to build memorial for freedom fighter Kuyili". Times of india. Chennai, India. 16 May 2013. Retrieved 13 August 2014.
  8. "Velu Nachiyar & Kuyili: The Women Who Took Down The British 85 Yrs Before 1857!". Chennai, India. Retrieved 28 August 2018.
  9. Remembering Queen Velu Nachiyar of Sivagangai, the first queen to fight the British. The News Minute. 3 January 2017
  10. "Of woman power and Tamizh glory". IBN Live. Chennai, India. 14 June 2011.
  11. "A Durga A Day-Day 6: Mata Katyayini-Rani Velu Nachiyar and Kuyili". Chennai, India. 15 October 2018.
  12. "Veeramangai Velu Nachiyar". The Hindu Business Line. Chennai, India. 18 January 2019.
  13. "Tamil Nadu to build memorial for freedom fighter Kuyili". Times of India. Chennai, India. 16 May 2013. Retrieved 13 August 2014.