କ୍ୱାର୍ଜ ଘଡ଼ି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ସମୟ ମାପ ପାଇଁ ଯେଉଁ ଯନ୍ତ୍ର ବ୍ୟବହାର କରାଯାଏ ତାହାକୁ ଘଡ଼ି ବା ଘଣ୍ଟା କୁହାଯାଏ । ଆଗେ ସମୟ ମାପିବା ପାଇଁ ବିଭିନ୍ନ ପ୍ରକାରର ଘଡ଼ି ବାହାରିଥିଲା । ସେଗୁଡ଼ିକ ମଧ୍ୟରେ ରହିଥିଲା ପେଣ୍ଡୁଲମ୍ ଘଡ଼ି, ଚାବିଦିଆ ଘଡ଼ି ଇତ୍ୟାଦି । ମାତ୍ର ଆଜିକାଲି ସମୟ ଜାଣିବା ପାଇଁ ବହୁଳ ଭାବରେ ବ୍ୟବହୃତ ହେଉଛି କ୍ୱାଟଜ ଘଡ଼ି । ଏହି ଧରଣର ଘଡ଼ିରେ ସବୁଦିନେ ଚାବି ଦେବାକୁ ପଡ଼ୁନାହିଁ । ଏଗୁଡ଼ିକ ଆପେ ଆପେ ଚାଲୁଛି । ଏଥିରେ ଥରେ ମାତ୍ର ବ୍ୟାଟେରୀ ପକାଇଲେ ତାହା ଅନେକ ଦିନ ଧରି ଚାଲୁଛି । କ୍ୱାଟଜ ଘଡ଼ିର ଗୋଟିଏ ଭଲ ଗୁଣ ହେଲା ଏହା ଅନ୍ୟ ଘଡ଼ି ତୁଳନାରେ ଠିକ୍ ସମୟ ସୂଚାଏ । ଦଶବର୍ଷ ସମୟ ମଧ୍ୟରେ ଏଥିରେ ମାତ୍ର ଏକ ସେକେଣ୍ଡ ସମୟ କମ୍ ବା ବେଶୀ ହୁଏ । ନିର୍ଭୁଲ ସମୟ ପାଇଁ ଏହାର ବ୍ୟବହାର ଅଧିକ ହେଉଛି । କମ୍ପୁ୍ୟଟର, ମୋବାଇଲ୍ ଆଦିରେ ଏହି ଘଡ଼ି ବ୍ୟବହୃତ ହେଉଛି । କ୍ୱାର୍ଟଜ ଘଡ଼ିର ତିଆରି କୌଶଳ ଅତି ସରଳ । ଏଥିରେ କ୍ୱାଟ୍ଜ ସ୍ଫଟିକର ଦାନା ବ୍ୟବହୃତ ହୋଇଥାଏ । ଏହି କ୍ୱାଟ୍ଜ ସ୍ଫଟିକଟିର ଦୋଳନରୁ ସମୟର ସୂଚନା ମିଳିଥାଏ । କ୍ୱାଟ୍ଜ ଘଡ଼ିଟିରେ ଲାଗୁଥିବା ବ୍ୟାଟେରୀରୁ ବିଦୁ୍ୟତ୍ଶକ୍ତି ପାଇ କ୍ୱାଟ୍ଜ ସ୍ଫଟିକରେ ଦୋଳନ ବା କମ୍ପନ ସୃଷ୍ଟି ହୁଏ । ଏହି କମ୍ପନ ବୈଦୁତିକ ସ୍ପନ୍ଦନରେ ପରିଣତ ହୋଇ ସେଥିରେ ଲାଗିଥିବା ମୋଟରଟିକୁ ଚାଳନ କରିଥାଏ । ଏହାଦ୍ୱାରା ଘଣ୍ଟାର କଣ୍ଟା ଚାଳିତ ହୋଇ ସମୟକୁ ନିର୍ଦ୍ଦେଶ କରିଥାଏ । ଯେଉଁ ସବୁ ଘଡ଼ିର ପରଦା ତରଳ ସ୍ପଟିକ (ଖସକ୍ତଙ୍କସୟ ଉକ୍ସଚ୍ଚଗ୍ଦଗ୍ଧବକ୍ଷ)ରେ ତିଆରି ହୋଇଥାଏ ତାହା ଏହି ବୈଦୁତିକ ସ୍ପନ୍ଦନଦ୍ୱାରା କ୍ରିୟାଶୀଳ ହୋଇ ସମୟ ନିର୍ଦ୍ଦେଶ କରିଥାଏ । ପ୍ରଥମେ ୧୯୨୭ ମସିହାରେ କ୍ୱାଟଜ ଘଡ଼ି ତିଆରି ହୋଇଥିଲା । ଆମେରିକାର ପ୍ରସିଦ୍ଧ ବେଲ ପରୀକ୍ଷାଗାରରେ ୱାରେନ ମାରିସନ ଓ ଜେ ଡବ୍ଲୁ୍ୟ ହର୍ଟନ ଏହାକୁ ତିଆରି କରିଥିଲେ । ପ୍ରଥମେ ଯେଉଁ କ୍ୱାଟଜ ଘଡ଼ି ବାହାରିଲା ତାହାର ଆକାର ବହୁତ ବଡ଼ ଥିଲା । ତାହାର ଦାମ୍ ବି ଯଥେଷ୍ଟ ଅଧିକ ଥିଲା । ତେଣୁ ସାଧାରଣ ଲୋକେ ତାହାକୁ ବ୍ୟବହାର କରିପାରୁନଥିଲେ । କେବଳ ଧନୀ ଲୋକମାନେ ତାହାକୁ ବ୍ୟବହାର କରୁଥିଲେ । ମାତ୍ର ଇଲେକ୍ଟ୍ରୋନିକ୍ସ ବିଦ୍ୟାର ବିକାଶ ଫଳରେ କ୍ୱାଟ୍ଜ ଘଡ଼ି ଆକାର ବହୁଗୁଣରେ କମିଗଲା । ଏହାର ଦାମ ବି ଅନେକ ମାତ୍ରାରେ କମିଗଲା । ଏହା ଫଳରେ ସାଧାରଣ ଲୋକେ ଏହାର ବ୍ୟବହାରର ସୁଯୋଗ ପାଇଲେ । କ୍ୱାଟ୍ଜ ଘଡ଼ି ତୁଳନାରେ ସମ୍ପୂର୍ଣ୍ଣ ଠିକ୍ ସମୟ ମାପପାଇଁ ଆଉ ଏକ ଘା ବାହାରିଛି ଏହାକୁ ପରମାଣୁ ଘଡ଼ି କୁହାଯାଏ । ଏହି ଘଡ଼ିରେ ସାଧାରଣତଃ ସିଜିୟମ୍ ଓ ଉଦ୍ଜାନ ମୌଳିକର ପରମାଣୁ ଏବଂ ଏମୋନିଆ ଗ୍ୟାସର ଅଣୁ ବ୍ୟବହାର କରାଯାଏ । ଏବେ ପରମାଣୁ ଘଡ଼ିରେ ସିିଜିୟମ୍ ବଦଳରେ ରୁବିଡ଼ିୟମ ମୌଳିକର ପରମାଣୁକୁ ବି ବ୍ୟବହାର କରାଯାଉଛି । ଏବେ ଆଧୁନିକ ପରମାଣୁ ଘଡ଼ିରେ ପ୍ରତି ତିରିଶ ନିୟୂତ ବର୍ଷରେ ମାତ୍ର ଏକ ସେକେଣ୍ଡ ସମୟ ଏପାଖ ସେପାଖ ହେଉଛି । ଏପରି ନିର୍ଭୁଲ ସମୟ ପାଇ ଏହି ଘଡ଼ିଗୁଡ଼ିକୁ ସାଧାରଣତଃ ମହାକାଶ ଅଭିଯାନ, ଜ୍ୟୋତିର୍ବିଜ୍ଞାନ ଗବେଷଣା ବିଭିନ୍ନ ପରୀକ୍ଷାଗାରରେ ବ୍ୟବହାର କରାଯାଉଛି ।

ଆଧାର[ସମ୍ପାଦନା]