କ୍ଷୀରୋଦ ପ୍ରସାଦ ସ୍ୱାଇଁ
କ୍ଷୀରୋଦ ପ୍ରସାଦ ସ୍ୱାଇଁ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ମୂରଲୀଧର କୁଆଁର |
ପର ଅଧିକାରୀ | ନିରଞ୍ଜନ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ରାମଚନ୍ଦ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଅଗଷ୍ଟ ୧୯୫୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ବୃତ୍ତି | ରାଜନୀତିଜ୍ଞ |
କ୍ଷୀରୋଦ ପ୍ରସାଦ ସ୍ୱାଇଁ (ଜନ୍ମ: ୨୫ ଅଗଷ୍ଟ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । କ୍ଷୀରୋଦ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଛନ୍ତି । ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]କ୍ଷୀରୋଦ ପ୍ରସାଦ ସ୍ୱାଇଁ ୧୯୫୨ ମସିହାର ଅଗଷ୍ଟ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କ୍ଷୀରୋଦ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କ୍ଷୀରୋଦ ପ୍ରସାଦ ସ୍ୱାଇଁ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୦,୮୩୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୧୩୧୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Khirod Prasad Swain". odishaassembly.nic.in. Odisha Assembly. Retrieved 9 August 2019.
- ↑ ୨.୦ ୨.୧ "Orissa 1977". Election Commission of India (in Indian English). Retrieved 2019-06-27.