କ୍ଲୋରୋକ୍ୱିନ

ଉଇକିପିଡ଼ିଆ ରୁ
Jump to navigation Jump to search
କ୍ଲୋରୋକ୍ୱିନ
Chloroquine.svg
Clinical data
Pronunciation /ˈklɔrəkwɪn/
Trade namesAralen
AHFS/Drugs.commonograph
data
ATC code
Legal status
Legal status
Pharmacokinetic data
MetabolismLiver
Elimination half-life1–2 months
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.175 Edit this at Wikidata
Chemical and physical data
FormulaC18H26ClN3
Molar mass319.872 g/mol
3D model (JSmol)
  (verify)

କ୍ଲୋରୋକ୍ୱିନ ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ଯେଉଁଠାରେ ଏହି ଔଷଧର ପ୍ରଭାବ ଥାଏ ।[୧] କେତେକ ଧରଣର ମ୍ୟାଲେରିଆ, ପ୍ରତିରୋଧକାରୀ ଜାତି ଓ ଜଟିଳ କେଶ୍ ଥଲେ ଅନ୍ୟ ଔଷଧ ବା ଅଧିକ ଔଷଧ ଆବଶ୍ୟକ ହୁଏ । ମ୍ୟାଲେରିଆ ବ୍ୟତୀତ ରିଉମାଟଏଡ ଆର୍ଥ୍ରାଇଟିସ, ଲୁପସ ଏରିଦମାଟୋସିସ ଓ ଅନ୍ତନଳୀ ବାହାରେ ହେଉଥିବା ଆମିବା ବ୍ୟାଧି (amebiasis) ରୋଗମାନଙ୍କରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହାକୁ ପାଟିରେ ଦିଆଯାଏ । [୧]

ମାଂସପେଶୀ ସମସ୍ୟା, ଅରୁଚି, ତରଳ ଝାଡ଼ା ଓ ଚର୍ମ ପିତ୍ତିକା ବା ରାସ୍ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଦୃଷ୍ଟି ସମସ୍ୟା, ମାଂସପେଶୀ କ୍ଷତି, ଅପସ୍ମାର ବାତସ୍ୱଳ୍ପ ରକ୍ତ କଣିକା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାପଡ଼ୁଥିଲେ ମଧ୍ୟ ସେ ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । କ୍ଲୋରୋକ୍ୱିନ ଔଷଧ ୪- ଆମିନୋକ୍ୱିନୋଲିନ ଶ୍ରେଣୀର ଏକ ଔଷଧ । ଅଲୈଙ୍ଗିକ (asexual) ମ୍ୟାଲେରିଆ ପରଜୀବି ଉପରେ ଏହା କାମ କରେ ।[୧]

ସନ ୧୯୩୪ରେ କ୍ଲୋରୋକ୍ୱିନ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୪ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୫.୩୦ ଆମେରିକୀୟ ଡଲାର ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Aralen Phosphate". The American Society of Health-System Pharmacists. Retrieved Dec 2, 2015.
  2. Zumla, edited by Gordon C. Cook, Alimuddin I. (2009). Manson's tropical diseases (22nd ed.). [Edinburgh]: Saunders. p. 1240. ISBN 9781416044703.CS1 maint: Extra text: authors list (link)
  3. "WHO Model Lists of Essential Medicines". World Health Organization (in ଇଂରାଜୀ). Retrieved 2015-11-05.
  4. "Chloroquine (Base)". International Drug Price Indicator Guide. Retrieved 4 December 2015.