କ୍ରୀଷ୍ଣା କୁମାରୀ
କ୍ରୀଷ୍ଣା କୁମାରୀ | |
|---|---|
| ସାଂସଦ, ଲୋକ ସଭା | |
| କାର୍ଯ୍ୟକାଳ ୧୯୭୧-୧୯୭୭ | |
| ପୂର୍ବ ଅଧିକାରୀ | ଏନ କେ ସଂଘୀ |
| ପର ଅଧିକାରୀ | ଆର ଡ଼ି ଗଟ୍ଟନି |
| ନିର୍ବାଚନ ମଣ୍ଡଳୀ | ଯୋଧପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୦ ଫେବୃଆରୀ ୧୯୨୬ |
| ମୃତ୍ୟୁ | ୩ ଜୁଲାଇ ୨୦୧୮ ଯୋଧପୁର |
| ଜୀବନ ସାଥୀ | ମହାରାଜା ହନୁବନ୍ତ ସିଂ |
| ସନ୍ତାନ | ଗଜ ସିଙ୍ଘ ଦ୍ୱିତୀୟ |
ରାଜମାତା କ୍ରୀଷ୍ଣା କୁମାରୀ (୧୦ ଫେବୃଆରୀ ୧୯୨୬[୧][୨] - ୩ ଜୁଲାଇ ୨୦୧୮) ଜଣେ ଭାରତୀୟ ରାଜନେତା ଥିଲେ । ସେ ମହାରାଜା ହନୁବନ୍ତ ସିଂଙ୍କ ପତ୍ନୀ ଭାବରେ ମାରବାଡ଼-ଯୋଧପୁରର ମହାରାଣୀ କନସର୍ଟ ଥିଲେ ଏବଂ ୧୯୫୨–୧୯୭୦ ବର୍ଷରେ ଗଜ ସିଂ ଦ୍ୱିତୀୟଙ୍କ ସମୟରେ ମାରବାଡ଼-ଯୋଧପୁରର ରାଜପ୍ରତିନିଧି ଥିଲେ ।
ଜୀବନୀ
[ସମ୍ପାଦନା]ସେ ୧୯୭୧-୧୯୭୭ ମସିହାରେ ମହାରାଜା ହନୁବନ୍ତ ସିଂଙ୍କ ପତ୍ନୀ ଭାବରେ ମାରବାଡ଼-ଯୋଧପୁରର ଶେଷ ମହାରାଣୀ କନସର୍ଟ ଥିଲେ ।[୩] ୧୯୫୨ ମସିହାରେ ତାଙ୍କ ସ୍ୱାମୀ ମହାରାଜା ହନୁବନ୍ତ ସିଂଙ୍କ ଦେହାନ୍ତ ପରେ ସେ ପୁତ୍ର ମହାରାଜା ଗଜ ସିଂ ଦ୍ୱିତୀୟ ତଥା ଅନାଥ ହୁକୁମ ସିଂଙ୍କ ସାବତ ମାଙ୍କ ପାଇଁ ରାଜକୁମାର ପରିବାରର ଦାଇତ୍ୱ ଗ୍ରହଣ କରିଥିଲେ ।
ସେ ଧରଙ୍ଗଧର ଏଚ.ଏଚ ମହାରାଣୀ କ୍ରୀଷ୍ଣା କୁମାରୀ ବା ସାହିବା ନାମରେ ମଧ୍ୟ ଜଣାଶୁଣା । ସେ ଯୋଧପୁରରେ ରାଜମାତା କ୍ରୀଷ୍ଣା କୁମାରୀ ବାଳିକା ସରକାରୀ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ ।
ସେ ୧୯୭୧ ମସିହାରେ ଯୋଧପୁରରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୯୭୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ସେ ୩ ଜୁଲାଇ ୨୦୧୮ ମସିହାରେ ଯୋଧପୁରରେ ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]
ଅଯୋଧ୍ୟା ପ୍ରସାଦଙ୍କ ପୁସ୍ତକ "ଦି ରୟାଲ୍ ବ୍ଲୁ"ରେ ତାଙ୍କ ଜୀବନର ଅଧିକାଂଶ ସମୟ ଧଙ୍ଗଧର ରାଜକୁମାରୀଙ୍କଠାରୁ ମାରବାଡ଼ର ମହାରାଣୀ (ଯୋଧପୁର)ଙ୍କ ପର୍ଯ୍ୟନ୍ତ ଚିତ୍ରିତ ହୋଇଛି ।
ଆଧାର
[ସମ୍ପାଦନା]- ↑ Reference India (in ଇଂରାଜୀ). Tradesman and Men India. 1975. Retrieved 5 July 2018.
- ↑ The Economic Times (3 July 2018). "Marwar Rajmata and former MP Krishna Kumari passes away at 92". Retrieved 5 July 2018.
- ↑ "Women in power 1940-1970". Retrieved 2011-08-29.
- ↑ Dainik Bhaskar (3 July 2018). "ଯୋଧପୁରର ପୂର୍ବତନ ରାଜମାତା କ୍ରୀଷ୍ଣା କୁମାରୀଙ୍କ ଦେହାନ୍ତ, ଆଜି ଅପରାହ୍ନ ୪ ଟାରେ ଅନ୍ତିମ ସଂସ୍କାର". Retrieved 3 July 2018.
{{cite web}}: Cite has empty unknown parameter:|1=(help)