କ୍ରୀଷ୍ଣା କୁମାରୀ

ଉଇକିପିଡ଼ିଆ‌ରୁ
କ୍ରୀଷ୍ଣା କୁମାରୀ
ସାଂସଦ, ଲୋକ ସଭା
କାର୍ଯ୍ୟକାଳ
୧୯୭୧-୧୯୭୭
ପୂର୍ବ ଅଧିକାରୀଏନ କେ ସଂଘୀ
ପର ଅଧିକାରୀଆର ଡ଼ି ଗଟ୍ଟନି
ନିର୍ବାଚନ ମଣ୍ଡଳୀ ଯୋଧପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୦ ଫେବୃଆରୀ ୧୯୨୬
ମୃତ୍ୟୁ୩ ଜୁଲାଇ ୨୦୧୮
ଯୋଧପୁର
ଜୀବନ ସାଥୀମହାରାଜା ହନୁବନ୍ତ ସିଂ
ସନ୍ତାନଗଜ ସିଙ୍ଘ ଦ୍ୱିତୀୟ

ରାଜମାତା କ୍ରୀଷ୍ଣା କୁମାରୀ (୧୦ ଫେବୃଆରୀ ୧୯୨୬[୧][୨] - ୩ ଜୁଲାଇ ୨୦୧୮) ଜଣେ ଭାରତୀୟ ରାଜନେତା ଥିଲେ । ସେ ମହାରାଜା ହନୁବନ୍ତ ସିଂଙ୍କ ପତ୍ନୀ ଭାବରେ ମାରବାଡ଼-ଯୋଧପୁରର ମହାରାଣୀ କନସର୍ଟ ଥିଲେ ଏବଂ ୧୯୫୨–୧୯୭୦ ବର୍ଷରେ ଗଜ ସିଂ ଦ୍ୱିତୀୟଙ୍କ ସମୟରେ ମାରବାଡ଼-ଯୋଧପୁରର ରାଜପ୍ରତିନିଧି ଥିଲେ ।

ଜୀବନୀ[ସମ୍ପାଦନା]

ସେ ୧୯୭୧-୧୯୭୭ ମସିହାରେ ମହାରାଜା ହନୁବନ୍ତ ସିଂଙ୍କ ପତ୍ନୀ ଭାବରେ ମାରବାଡ଼-ଯୋଧପୁରର ଶେଷ ମହାରାଣୀ କନସର୍ଟ ଥିଲେ ।[୩] ୧୯୫୨ ମସିହାରେ ତାଙ୍କ ସ୍ୱାମୀ ମହାରାଜା ହନୁବନ୍ତ ସିଂଙ୍କ ଦେହାନ୍ତ ପରେ ସେ ପୁତ୍ର ମହାରାଜା ଗଜ ସିଂ ଦ୍ୱିତୀୟ ତଥା ଅନାଥ ହୁକୁମ ସିଂଙ୍କ ସାବତ ମାଙ୍କ ପାଇଁ ରାଜକୁମାର ପରିବାରର ଦାଇତ୍ୱ ଗ୍ରହଣ କରିଥିଲେ ।

ସେ ଧରଙ୍ଗଧର ଏଚ.ଏଚ ମହାରାଣୀ କ୍ରୀଷ୍ଣା କୁମାରୀ ବା ସାହିବା ନାମରେ ମଧ୍ୟ ଜଣାଶୁଣା । ସେ ଯୋଧପୁରରେ ରାଜମାତା କ୍ରୀଷ୍ଣା କୁମାରୀ ବାଳିକା ସରକାରୀ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ ।

ସେ ୧୯୭୧ ମସିହାରେ ଯୋଧପୁରରୁ ଲୋକ ସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୯୭୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ସେ ୩ ଜୁଲାଇ ୨୦୧୮ ମସିହାରେ ଯୋଧପୁରରେ ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]

ଅଯୋଧ୍ୟା ପ୍ରସାଦଙ୍କ ପୁସ୍ତକ "ଦି ରୟାଲ୍ ବ୍ଲୁ"ରେ ତାଙ୍କ ଜୀବନର ଅଧିକାଂଶ ସମୟ ଧଙ୍ଗଧର ରାଜକୁମାରୀଙ୍କଠାରୁ ମାରବାଡ଼ର ମହାରାଣୀ (ଯୋଧପୁର)ଙ୍କ ପର୍ଯ୍ୟନ୍ତ ଚିତ୍ରିତ ହୋଇଛି ।

ଆଧାର[ସମ୍ପାଦନା]

  1. Reference India (in ଇଂରାଜୀ). Tradesman and Men India. 1975. Retrieved 5 July 2018.
  2. The Economic Times (3 July 2018). "Marwar Rajmata and former MP Krishna Kumari passes away at 92". Retrieved 5 July 2018.
  3. "Women in power 1940-1970". Retrieved 2011-08-29.
  4. Dainik Bhaskar (3 July 2018). "ଯୋଧପୁରର ପୂର୍ବତନ ରାଜମାତା କ୍ରୀଷ୍ଣା କୁମାରୀଙ୍କ ଦେହାନ୍ତ, ଆଜି ଅପରାହ୍ନ ୪ ଟାରେ ଅନ୍ତିମ ସଂସ୍କାର". Retrieved 3 July 2018. {{cite web}}: Cite has empty unknown parameter: |1= (help)