Jump to content

କ୍ରିଷ୍ଣେ ଗାୱଡ଼େ

ଉଇକିପିଡ଼ିଆ‌ରୁ
କ୍ରିଷ୍ଣେ ଗାୱଡ଼େ
ଜନ୍ମମାର୍ଚ୍ଚ ୧୯୪୧
Died୨୫ ମଇ ୨୦୨୧(2021-05-25) (ବୟସ ୮୦)
ପେଷାଅଭିନେତା

କ୍ରିଷ୍ଣେ ଗାୱଡ଼େ (୧୯୪୧ – ୨୦୨୧) ଜଣେ ଭାରତୀୟ ଅଭିନେତା ଥିଲେ । ସେ କିଶୋର ଅବସ୍ଥାରୁ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଏହାପରେ ସେ କନ୍ନଡ଼ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ, ଯେଉଁଠି ସେ ମୁଖ୍ୟତଃ ଚରିତ୍ର ଅଭିନେତା ଭାବରେ ଜଣାଶୁଣା ଥିଲେ ।

୧୯୪୧ ମସିହାର ମାର୍ଚ୍ଚ ମାସରେ ସେ ଭାରତର ବୀରସଚନ୍ଦ୍ରରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ସେ ଅଳ୍ପ ବୟସରୁ ତାଙ୍କ ବାପାଙ୍କ ସହିତ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦୂରଦର୍ଶନ ଏବଂ କନ୍ନଡ଼ କଥାଚିତ୍ର ଜଗତରେ କାମ କରିଥିଲେ । ସେ ପରଦାରେ ଅଭିନୟ କରିବା ପୂର୍ବରୁ ଶତାଧିକ ମଞ୍ଚ ନାଟକରେ ଅଭିନୟ କରିଥିଲେ । ସେ ତାଙ୍କ ଅଭିନୟ ଜୀବନରେ ମୁଖ୍ୟତଃ ପାଶ୍ୱ କଳାକାର ତଥା ଚରିତ୍ର ଅଭିନେତା ଭାବରେ କାମ କରିଥିଲେ । ତାଙ୍କ ବାପା ଚରିତ୍ରରେ ଅଭିନୟ ପାଇଁ ଜଣାଶୁଣା । ସେ ବିଷ୍ଣୁବର୍ଦ୍ଧନ ଓ ସିତାରାଙ୍କ ଅଭିନୀତ କଥାଚିତ୍ରରେ ହଳୁନ୍ଦା ତାୱାରୁରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ମୃତ୍ୟୁ ପରେ ବି ସ୍ମରଣୀୟ କରି ରଖିଛି ।

ପୁରସ୍କାର

[ସମ୍ପାଦନା]

୧୯୯୩ ମସିହାରେ କରିମାଲେୟା କାଗ୍ଗାତ୍ଥାଲୁରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା (ପୁରୁଷ) ଭାବରେ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

ମୃତ୍ୟୁ

[ସମ୍ପାଦନା]

୨୦୨୧ ମସିହାର ମଇ ୨୫ ତାରିଖରେ ସେ ହୃଦ୍‌ଘାତରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ।[୧][୨]

  1. ↑ Upadhyaya, Prakash (25 May 2021). "Actor Krishne Gowda Dies at 80 after Suffering Cardiac Arrest". www.ibtimes.co.in.
  2. ↑ "Karnataka theatre artiste Krishne Gowda dies of cardiac arrest". Deccan Herald. 25 May 2021.

ବାହାର ଲିଙ୍କ୍

[ସମ୍ପାଦନା]