Jump to content

କୋଷାଙ୍ଗ

ଉଇକିପିଡ଼ିଆ‌ରୁ

କୋଷଶାସ୍ତ୍ରରେ କୋଷାଙ୍ଗ ବା କୋଷ ଅଙ୍ଗିକା, ଜୀବକୋଷରେ ଥିବା କାର୍ଯ୍ୟରତ କ୍ଷୁଦ୍ର ଗଠନାଦିକୁ ବୁଝାଏ । ଜୀବଶରୀରର ଅଙ୍ଗ ପରି କୋଷ ମଧ୍ଯରେ ରହୁଥିବାରୁ ଏପରି ନାମକରଣ କରାଯାଇଛି । କୋଷାଙ୍ଗଗୁଡ଼ିକ ନିଜସ୍ୱ ମେଦଦ୍ୱିସ୍ତରଦ୍ୱାରା ଘୋଡାଇ ହୋଇ ରହିଥାନ୍ତି (ଝିଲ୍ଲୀ ବିଶିଷ୍ଟ କୋଷାଙ୍ଗ)କିମ୍ବା କୌଣସି ଆବରଣ ବା ଝିଲ୍ଲୀ ବିନା ଉନ୍ମୁକ୍ତ ରହିଥାନ୍ତି (ଝିଲ୍ଲୀ ବିହୀନ କୋଷାଙ୍ଗ) । [ଆଧାର ଲୋଡ଼ା] ଅଧିକାଂଶ କୋଷାଙ୍ଗ କୋଷ ମଧ୍ଯରେ ରହିଥାନ୍ତି, କିନ୍ତୁ କୂଟପାଦ ପରି କେତେକ କୋଷାଙ୍ଗ କୋଷ ବାହାରକୁ ବିସ୍ତାରିଥାନ୍ତି ।[ଆଧାର ଲୋଡ଼ା]

ସୁନ୍ଯଷ୍ଟୀୟ କୋଷରେ ଅନେକ ପ୍ରକାରର କୋଷାଙ୍ଗ ଦେଖାଯାନ୍ତି । ଏଥିରେ କୋଷର ଅନ୍ତର୍ଝିଲ୍ଲୀତନ୍ତ୍ର ଗଠନ କରୁଥିବା ନ୍ଯଷ୍ଟିଝିଲ୍ଲୀ, ଅନ୍ତର୍ଜୀବକ-ଜାଲିକା ଏବଂ ଗୋଲ୍ଗିବୋଡ଼ି ତଥା ମାଇଟୋକଣ୍ଡ୍ରିଆ ଆଦି ଅନ୍ତର୍ଭୁକ୍ତ । ସୁନ୍ଯଷ୍ଟିୟକ ପ୍ରାକ୍-ନ୍ଯଷ୍ଟୀୟ କୋଷରେ ଏହି ସବୁ କୋଷାଙ୍ଗ ନ ଥାଏ, କିନ୍ତୁ କେତେକ କୋଷରେ ପୁଷ୍ଟି-ଖୋଳରେ ଆବୃତ ବ୍ଯାକ୍ଟେରୀୟ ମାଇକ୍ରୋପ୍ରକୋଷ୍ଠ ଦେଖାଯାଏ । ଏଗୁଡିକୁ ପ୍ରାଥମିକ ପ୍ରାକ୍-ନ୍ଯଷ୍ଟୀୟ କୋଷାଙ୍ଗ ବୋଲି ଧରାଯାଏ ।[] ତା ଛଡ଼ା ପ୍ରାକ୍-ନ୍ଯଷ୍ଟୀୟ କୋଷଗୁଡ଼ିକରେ ଅନ୍ୟ ଝିଲ୍ଲୀ-ବିଶିଷ୍ଟ କୋଷାଙ୍ଗ ରହିଥିବାର ମଧ୍ଯ ଦେଖାଯାଏ ।[] ପ୍ରାକ୍-ନ୍ଯଷ୍ଟୀୟ କୋଷ ବାହାରେ ଥିବା ଫ୍ଲାଜେଲମ୍, ଏହାର ମୋଟର ତଥା କୋଷ ବାହାରର ପାଇଲସକୁ ମଧ୍ଯ କୋଷାଙ୍ଗ ଭାବେ ଧରାଯାଏ ।

ଇତିହାସ ଏବଂ ନୈରୁକ୍ତଶାସ୍ତ୍ର

[ସମ୍ପାଦନା]

ଜୀବବିଜ୍ଞାନରେ, ଜୀବ ଶରୀରରେ ଥିବା ଆବଦ୍ଧ କାର୍ଯ୍ୟଭିତ୍ତିକ ଏକକକୁ ଅଙ୍ଗ କୁହାଯାଏ ।[] ଶରୀରାଙ୍ଗ ତଥା କୋଷାଙ୍ଗ ମଧ୍ଯରେ ଥିବା ଏହି ସାମଞ୍ଜସ୍ୟ କାରଣରୁ ତାକୁ କୋଷମାନଙ୍କର ଅଙ୍ଗ ବୋଲି ନାମିତ କରାଗଲା ।

୧୮୩୦ ମସିହାରେ, ଫେଲିକ୍ସ୍ ଡୁଜାର୍ଡିନ, ଏଃରେନ୍ ବର୍ଗ୍-ଙ୍କ ସିଦ୍ଧାନ୍ତକୁ ପ୍ରତ୍ଯାଖ୍ଯାନ କଲେ, ଯାହା କହୁଥିଲା- ଅଣୁଜୀବମାନଙ୍କର ଅନ୍ୟ ବୃହତ୍-ଜୀବମାନଙ୍କ ପରି କ୍ଷୁଦ୍ରାକାର ଅଙ୍ଗ ରହିଥାଏ ।

ପ୍ରକାର

[ସମ୍ପାଦନା]

ଅଧିକାଂଶ କୋଷବିଜ୍ଞାନୀ କୋଷାଙ୍ଗ ଏବଂ କୋଷ-ପ୍ରକୋଷ୍ଠ ମଧ୍ଯରେ କୌଣସି ପାର୍ଥକ୍ଯ ରଖନ୍ତି ନାହିଁ । କିନ୍ତୁ କେତେକ କୋଷବିଜ୍ଞାନୀଙ୍କ ମତରେ ଅନ୍ତର୍ସହଜୀବୀତାଦ୍ୱାରା ପ୍ରାପ୍ତ ପୂର୍ବ ସ୍ୱାଧୀନ ଅଣୁଜୀବ ଯାହା ବର୍ତ୍ତମାନ କୋଷ ମଧ୍ଯରେ କୋଷର ଏକ ଭାଗ ହୋଇ ରହିଛନ୍ତି ଯାହାଙ୍କ ପାଖରେ DNA ରହିଛି, କେବଳ ସେହିମାନେ କୋଷାଙ୍ଗ ପଦବାଚ୍ଯ ।[][][]

ଏହି ସଜ୍ଞାଧାରରେ କେବଳ ଦୁଇଟି କୋଷାଙ୍ଗ-ଗୋଷ୍ଠୀ ନିରୂପିତ ହୋଇପାରେ, ଯଥା -

(କ) ମାଇଟୋକଣ୍ଡ୍ରିଆ, ଯାହା ସମସ୍ତ ସୁନ୍ଯଷ୍ଟୀୟକଙ୍କଠାରେ ଦେଖାଯାଏ; ଏବଂ

(ଖ) ଲବକ[], ଯାହା କେବଳ ସ୍ୱଭୋଜୀଙ୍କଠାରେ ଦେଖାଯାଏ ।

କୋଷାଙ୍ଗର ଆଉ ଏକ ସଜ୍ଞା ହେଲା- ଏମାନେ କୋଷ ମଧ୍ଯରେ ଥିବା ଝିଲ୍ଲୀ-ବିଶିଷ୍ଟ ସଂରଚନା । ଏହି ସଜ୍ଞାଧାରରେ ମଧ୍ଯ ରାଇବୋଜୋମ୍ ଭଳି ସ୍ୱତନ୍ତ୍ର କାର୍ଯ୍ୟ କରୁଥିବା କେତେକ ସଂରଚନା କୋଷାଙ୍ଗ ବୋଲି ଗଣାଯାଇପାରିଲେ ନାହିଁ । କିନ୍ତୁ ରାଇବୋଜୋମ୍ ଭଳି କେତେକ ଝିଲ୍ଲୀ-ବିହୀନ ସଂରଚନା ଆଦିକୁ ସାଧାରଣତଃ କୋଷାଙ୍ଗ ବୋଲି ଧରିନିଆଯାଏ ।[][][୧୦] ଫଳରେ ଅନେକ ପୁସ୍ତକ ଝିଲ୍ଲୀ-ବିଶିଷ୍ଟ ତଥା ଝିଲ୍ଲୀ-ବିହୀନ କୋଷାଙ୍ଗ ବୋଲି ବର୍ଣ୍ଣନା କରିଥାନ୍ତି ।[୧୧] ଝିଲ୍ଲୀ-ବିହୀନ କୋଷାଙ୍ଗ ବା ବୃହତ୍ ଜୈବାଣବିକ ଯୌଗିକ, ବାସ୍ତବରେ ବୃହଦାଣୁମାନଙ୍କର ସଂଯୋଗ ଅଟନ୍ତି । ଏମାନଙ୍କ ମଧ୍ଯରୁ ଅଧିକାଂଶ ପୁଷ୍ଟିସାରରେ ତିଆରି ହୋଇଥିବାରୁ ପୁଷ୍ଟିସାରୀୟ କୋଷାଙ୍ଗ ବୋଲି ମଧ୍ଯ କୁହାଯାଏ । ଏହିପରି କୋଷାଙ୍ଗଗୁଡ଼ିକ ହେଲେ -

ଯେଉଁ ପ୍ରକିୟାରେ ଏହି ଝିଲ୍ଲୀ-ବିହୀନ-କୋଷାଙ୍ଗଗୁଡ଼ିକ ତିଆରି ହୁଅନ୍ତି ଏବଂ ନିଜ ସ୍ୱରୂପ ବଜାୟ ରଖନ୍ତି ସେହି ପ୍ରକ୍ରିୟାକୁ ତରଳ-ତରଳ ଅବସ୍ଥା ପୃଥକ୍କୀରଣ ବୋଲି ଧରାଯାଇଛି ।[୧୨]

ସୁନ୍ୟଷ୍ଟୀୟ କୋଷାଙ୍ଗ

[ସମ୍ପାଦନା]

ସୁନ୍ଯଷ୍ଟୀୟ କୋଷଗୁଡ଼ିକ ଗଠନ ଦୃଷ୍ଟିରୁ ଜଟିଳ ଅଟନ୍ତି । ବଡ଼ କୋଷାଙ୍ଗ ଯେପରିକି ନ୍ଯଷ୍ଟି ତଥା ରସଧାନୀ, ଆଲୋକୀୟ ଅଣୁବୀକ୍ଷଣ ଯନ୍ତ୍ରରେ ମଧ୍ଯ ଦେଖାଯାନ୍ତି ।

ନିମ୍ନଲିଖିତ ପ୍ରତ୍ୟେକ କୋଷାଙ୍ଗଗୁଡ଼ିକ ସମସ୍ତ ସୁନ୍ଯଷ୍ଟୀୟ କୋଷରେ ନଥାଏ । କେତେକ ଜୀବମାନଙ୍କର ଏପରି କୋଷ ରହିଥାଏ ଯେଉଁଠାରେ ପ୍ରତ୍ଯେକ ସୁନ୍ଯଷ୍ଟୀୟ କୋଷାଙ୍ଗ ନଥାଏ (ଉ.ସ୍ୱ. ମାଇଟୋକଣ୍ଡ୍ରିଆ) ।[୧୩]

ମୁଖ୍ଯ ସୁନ୍ଯଷ୍ଟୀୟ କୋଷାଙ୍ଗ
କୋଷାଙ୍ଗ ମୁଖ୍ଯ କାର୍ଯ୍ୟ ଗଠନ ଜୀବଗଣ ବି.ଦ୍ର.
କୋଷଝିଲ୍ଲୀକୋଷ ବହିର୍ଦ୍ଦେଶକୁ କୋଷର ଅନ୍ତର୍ଦ୍ଦେଶରୁ ଅଲଗା କରିଥାଏ ଏବଂ କୋଷକୁ ବାହ୍ଯ ପରିବେଶରୁ ରକ୍ଷା କରିଥାଏ ।ଦ୍ୱୈମାତ୍ରିକ ତରଳ ସମସ୍ତ ସୁନ୍ଯଷ୍ଟୀୟକ
କୋଷଭିତ୍ତିକୋଷଭିତ୍ତି ପେପ୍ଟିଡୋଗ୍ଲାଇକାନରେ ତିଆରି ହୋଇଥାଏ ଏବଂ ଏହା କଠିନ ଯାହା କୋଷକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଇଥାଏ ।ସେଲ୍ଯୁଲୋଜ ଉଦ୍ଭିଦ, ପ୍ରୋଟିଷ୍ଟ, ଦୁର୍ଲଭ କ୍ଲେପ୍ଟୋପ୍ଲାଷ୍ଟୀୟ ଜୀବ
ହରିତ୍ ଲବକ (ଲବକ)ଆଲୋକ ସଂଶ୍ଳେଷଣ, ସୂର୍ଯ୍ୟାଲୋକରୁ ଶକ୍ତି ସଂଗ୍ରହ କରେଦ୍ୱି-ଝିଲ୍ଲୀୟ ପ୍ରକୋଷ୍ଠଉଦ୍ଭିଦ, ପ୍ରୋଟିଷ୍ଟ, ଦୁର୍ଲଭ କ୍ଲେପ୍ଟୋପ୍ଲାଷ୍ଟୀୟ ଜୀବନିଜସ୍ବ ଡିଏନେ ଅଛି; (ଅନ୍ତର୍ସହଜୀବୀତା)
ଅନ୍ତର୍ଜୀବକୀୟ ସୂତ୍ରନୂଆ ପୁଷ୍ଟି ସଂଶ୍ଳେଷଣ, ମେଦ ପ୍ରକାଶନଏକ-ଝିଲ୍ଲୀୟ ପ୍ରକୋଷ୍ଠସମସ୍ତ ସୁନ୍ଯଷ୍ଟୀୟକଖଦଡ଼ ଅନ୍ତର୍ଜୀବକୀୟ ସୂତ୍ର ରାଇବୋଜୋମଦ୍ୱାରା ଆବୃତ; ମସୃଣ ଅନ୍ତର୍ଜୀବକୀୟ ସୂତ୍ର ପାଖରେ ରାଇବୋଜୋମ ନଥାଏ ।
ଫ୍ଲାଜେଲମଚଳପ୍ରଚଳପୁଷ୍ଟି କିଛି ସୁନ୍ଯଷ୍ଟୀୟକ
ଗୋଲ୍ଗୀତନ୍ତ୍ରପୁଷ୍ଟିଗୁଡ଼ିକର ପ୍ଯାକିଂଏକ-ଝିଲ୍ଲୀୟ ପ୍ରକୋଷ୍ଠସମସ୍ତ ସୁନ୍ଯଷ୍ଟୀୟକ
ମାଇଟୋକଣ୍ଡ୍ରିଆଶକ୍ତି ଉତ୍ପାଦନ ଏବଂ ଏଟିପି ସଂଶ୍ଳେଷଣଦ୍ୱି-ଝିଲ୍ଲୀୟ ପ୍ରକୋଷ୍ଠଅଧିକାଂଶ ସୁନ୍ଯଷ୍ଟୀୟକନିଜସ୍ବ ଡିଏନେ ଅଛି; (ଅନ୍ତର୍ସହଜୀବୀତା)[୧୪]
ନ୍ଯଷ୍ଟିଡିଏନେ ନିୟନ୍ତ୍ରଣ, କୋଷର ସମସ୍ତ କାର୍ଯ୍ୟର ନିୟନ୍ତ୍ରଣ, ଆରେନେ ସଂଶ୍ଳେଷଣଦ୍ୱି-ଝିଲ୍ଲୀୟ ପ୍ରକୋଷ୍ଠସମସ୍ତ ସୁନ୍ଯଷ୍ଟୀୟକଜେନୋମ ଧାରକ
ରସଧାନୀଭଣ୍ଡାରଣ, ସ୍ଥାନାନ୍ତରଣଏକ-ଝିଲ୍ଲୀୟ ପ୍ରକୋଷ୍ଠସୁନ୍ଯଷ୍ଟୀୟକ

ଉଭୟ ମାଇଟୋକଣ୍ଡ୍ରିଆ ଏବଂ ଲବକ (ହରିତ୍ ଲବକ)ଙ୍କ ପାଖରେ ଦୁଇଟି ଝିଲ୍ଲୀ ଏବଂ ନିଜସ୍ବ ଡିଏନେ ରହିଛି । ଅନ୍ତର୍ସହଜୀବୀ ଉପପାଦ୍ୟ, ଅନୁସାରେ ଏହି କୋଷାଙ୍ଗ ଦ୍ୱୟ ବାସ୍ତବରେ ପ୍ରାଚୀନ ସୁନ୍ଯଷ୍ଟୀୟ କୋଷରେ ରହିଯାଇଥିବା ପ୍ରାକ୍-ନ୍ଯଷ୍ଟୀୟ ଜୀବ ।

ଗୌଣ ସୁନ୍ଯଷ୍ଟୀୟ କୋଷାଙ୍ଗ ଏବଂ ଅନ୍ଯାନ୍ଯ କୋଷୀୟ ସଂରଚନା
କୋଷାଙ୍ଗ/ବୃହଦାଣୁ ମୁଖ୍ଯ କାର୍ଯ୍ୟ ଗଠନ ଜୀବ
ଆକ୍ରୋଜୋମଶୁକ୍ରାଣୁର ଡିମ୍ବାଣୁ ସହ ମିଳନରେ ସାହାଯ୍ୟ କରେଏକ ଝିଲ୍ଲୀ ବିଶିଷ୍ଟ ପ୍ରକୋଷ୍ଠଅଧିକାଂଶ ପ୍ରାଣୀ
ସ୍ବଫାଗୋଜୋମକୋଷଜୀବକୀୟ ପଦାର୍ଥ ତଥା କୋଷାଙ୍ଗ ବିଘଟନଦ୍ୱିଝିଲ୍ଲୀୟ ପ୍ରକୋଷ୍ଠସମସ୍ତ ସୁନ୍ଯଷ୍ଟିୟକ
ସେଣ୍ଟ୍ରିଓଲକୋଷକଙ୍କାଳ ଧରିବା, କୋଷ ବିଭାଜନ ନିୟନ୍ତ୍ରଣ କରିବାମାଇକ୍ରୋନଳୀ ପୁଷ୍ଟିସାରପ୍ରାଣୀ
ସିଲିଆବାହ୍ଯ ପରିବେଶରେ ଚଳପ୍ରଚଳ;[୧୫]ମାଇକ୍ରୋନଳୀର ପୁଷ୍ଟିପ୍ରାଣୀ, ପ୍ରୋଟିଷ୍ଟା, କେତେକ ଉଦ୍ଭିଦ
ନିଡୋସିଷ୍ଟଦଂଶନବୃତ୍ତାକାର ଖୋଳ ନଳୀନିଡାରିଆ
ଚକ୍ଷୁବିନ୍ଦୁ ଯନ୍ତ୍ରପ୍ରକାଶ ସଂଗ୍ରହ, allowing phototaxis to take placegreen algae and other unicellular photosynthetic organisms such as euglenids
glycosomecarries out glycolysissingle-membrane compartmentSome protozoa, such as Trypanosomes.
glyoxysomeconversion of fat into sugarssingle-membrane compartmentplants
hydrogenosomeenergy & hydrogen productiondouble-membrane compartmenta few unicellular eukaryotes
lysosomebreakdown of large molecules (e.g., proteins + polysaccharides)single-membrane compartmentanimals
melanosomepigment storagesingle-membrane compartmentanimals
mitosomeprobably plays a role in Iron-sulfur cluster (Fe-S) assemblydouble-membrane compartmenta few unicellular eukaryotes that lack mitochondria
myofibrilmyocyte contractionbundled filamentsanimals
nucleoluspre-ribosome productionprotein-DNA-RNAmost eukaryotes
ocelloiddetects light and possibly shapes, allowing phototaxis to take placedouble-membrane compartmentmembers of the family Warnowiaceae
parenthesomenot characterizednot characterizedfungi
peroxisomebreakdown of metabolic hydrogen peroxidesingle-membrane compartmentall eukaryotes
proteasomedegradation of unneeded or damaged proteins by proteolysisvery large protein complexall eukaryotes, all archaea, and some bacteria
ribosome (80S)translation of RNA into proteinsRNA-proteinall eukaryotes
stress granule mRNA storage[୧୬] membraneless

(mRNP complexes)

most eukaryotes
TIGER domain mRNA encoding proteins membraneless most organisms
vesiclematerial transportsingle-membrane compartmentall eukaryotes

ଅନ୍ଯାନ୍ଯ ସମ୍ବନ୍ଧିତ ଗଠନ:

ପ୍ରାକ୍-ନ୍ଯଷ୍ଟୀୟ କୋଷାଙ୍ଗ

[ସମ୍ପାଦନା]
(କ) ହାଲୋଥ୍ଯୋବାସିଲସ ନ୍ଯାପୋଲିଟ୍ଯାନସ କୋଷଗୁଡ଼ିକର ଇଲେକ୍ଟ୍ରୋନ୍ ମାଇକ୍ରୋଗ୍ରାଫ୍, ତୀରଗୁଡିକ କାର୍ବୋକ୍ସିଜୋମକୁ ପ୍ରଦର୍ଶନ କରୁଛନ୍ତି । (ଖ) ହା. ନ୍ଯାପୋଲିଟ୍ଯାନସଠାରୁ ଅଲଗାକୃତ ସମ୍ପୂର୍ଣ୍ଣ କାର୍ବୋକ୍ସିଜୋମର ଚିତ୍ର ।[୧୭]
ଏକ ଆନାମୋକ୍ସୋମକୁ ଦେଖାଉଥିବା କ୍ଯାଣ୍ଡିଡାଟସ ବ୍ରୋକାଡିଆ ଆନାମୋକ୍ସିଡାନ୍ସର ଗଠନ

ପ୍ରାକ୍-ନ୍ଯଷ୍ଟୀୟକମାନଙ୍କର ଗଠନ ସୁନ୍ଯଷ୍ଟୀୟକମାନଙ୍କ ପରି ଜଟିଳ ନୁହେଁ । ଏକ ସମୟରେ ପ୍ରାକ୍-ନ୍ଯଷ୍ଟୀୟକମାନଙ୍କର କୌଣସି ଝିଲ୍ଲୀ ବିଶିଷ୍ଟ କୋଷାଙ୍ଗ ନାହିଁ ବୋଲି କଳ୍ପନା କରାଯାଉଥିଲା ।

''ପ୍ରାକ୍-ନ୍ଯଷ୍ଟୀଯ କୋଷାଙ୍ଗ ଏବଂ କୋଷୀୟ ପ୍ରକୋଷ୍ଠ
କୋଷାଙ୍ଗ/ବୃହଦାଣୁ ମୁଖ୍ଯ କାର୍ଯ୍ୟ ଗଠନ ଜୀବଗଣ
ଆନାମୋକ୍ସୋମଅବାୟବ ଆମୋନିଅମ ଜାରଣଲାଡରେନ ମେଦ-ଝିଲ୍ଲୀପ୍ଲାଙ୍କ୍ଟୋମିସେଟ୍ସର "କ୍ଯାନଡିଡାଟସ" ବୀଜାଣୁ
କାର୍ବୋକ୍ସିଜୋମଅଙ୍ଗାର ବିବନ୍ଧନପୁଷ୍ଟି ଖୋଳ ବ୍ଯାକ୍ଟେରୀୟ କ୍ଷୁଦ୍ର-ପ୍ରକୋଷ୍ଠକିଛି ବୀଜାଣୁ
କ୍ଲୋରୋଜୋମଆଲୋକ ସଂଶ୍ଳେଷଣକୋଷଝିଲ୍ଲୀ ଉପରେ ଆଲୋକ ଅମଳ ସଂରଚନାହରିତ୍ ଗନ୍ଧକ ବୀଜାଣୁ
ଫ୍ଲାଜେଲମବାହ୍ଯ ମାଧ୍ଯମରେ ଚଳପ୍ରଚଳପୁଷ୍ଟି ସୂତାକିଛି ପ୍ରାକ୍-ନ୍ଯଷ୍ଟୀୟକ ଏବଂ ସୁନ୍ଯଷ୍ଟୀୟକ
ଚୁମ୍ବକୋଜୋମଚୁମ୍ବକୀୟ ଅନୁସ୍ଥାପନଅଜୈବୀକ କ୍ରିଷ୍ଟାଲ, ମେଦ-ଝିଲ୍ଲୀମ୍ଯାଗ୍ନେଟୋଟାକ୍ଟୀୟ ବୀଜାଣୁ
ନ୍ଯୁକ୍ଲିଓଏଡଡିଏନେ ନିୟନ୍ତ୍ରଣ, ଆରେନେ ସଂଶ୍ଳେଷଣଡିଏନେ-ପୁଷ୍ଟିପ୍ରାକ୍-ନ୍ଯଷ୍ଟୀୟକ
ପାଇଲସକୋଞ୍ଜୁଗେସଣ ପାଇଁ ଅନ୍ଯ କୋଷମାନଙ୍କ ସହ ସଂଯୋଗ ସ୍ଥାପନକୋଷଝିଲ୍ଲୀଠାରୁ ବାହାରି ପଡ଼ିଥିବା କେଶପରି ଗଠନପ୍ରାକ୍-ନ୍ଯଷ୍ଟୀୟ କୋଷ
ପ୍ଲାଜମିଡ଼ଡିଏନେ ଅଦଳବଦଳଚକ୍ରାକାର ଡିଏନେକିଛି ବୀଜାଣୁ
ରାଇବୋଜୋମ (୭୦S)ଆରେନେରୁ ପୁଷ୍ଟି ସଂଶ୍ଳେଷଣଆରେନେ-ପୁଷ୍ଟିବ୍ଯାକ୍ଟେରୀଆ ଏବଂ ଆର୍କୀଆ
ଥାଇଲାକୋଏଡ ଝିଲ୍ଲୀଆଲୋକ ସଂଶ୍ଳେଷଣଫୋଟୋତନ୍ତ୍ରର ପୁଷ୍ଟି ଓ ରଙ୍ଗକଣାସିଆନୋବ୍ଯାକ୍ଟେରିଆ
  1. Kerfeld CA, Sawaya MR, Tanaka S, Nguyen CV, Phillips M, Beeby M, Yeates TO (August 2005). "Protein structures forming the shell of primitive organelles". Science. 309 (5736): 936–8. Bibcode:2005Sci...309..936K. CiteSeerX 10.1.1.1026.896. doi:10.1126/science.1113397. PMID 16081736.
  2. Murat, Dorothee; Byrne, Meghan; Komeili, Arash (2010-10-01). "Cell Biology of Prokaryotic Organelles". Cold Spring Harbor Perspectives in Biology. doi:10.1101/cshperspect.a000422. PMC 2944366. PMID 20739411. Retrieved 2020-07-11.
  3. Peterson L (April 17, 2010). "Mastering the Parts of a Cell". Lesson Planet. Retrieved 2010-04-19.
  4. Keeling PJ, Archibald JM (April 2008). "Organelle evolution: what's in a name?". Current Biology. 18 (8): R345-7. doi:10.1016/j.cub.2008.02.065. PMID 18430636.
  5. Imanian B, Carpenter KJ, Keeling PJ (March–April 2007). "Mitochondrial genome of a tertiary endosymbiont retains genes for electron transport proteins". The Journal of Eukaryotic Microbiology. 54 (2): 146–53. doi:10.1111/j.1550-7408.2007.00245.x. PMID 17403155.
  6. Mullins, Christopher (2004). "Theory of Organelle Biogenesis: A Historical Perspective". The Biogenesis of Cellular Organelles. Springer Science+Business Media, National Institutes of Health. ISBN 978-0-306-47990-8. {{cite book}}: Unknown parameter |name-list-format= ignored (|name-list-style= suggested) (help)
  7. Alberts, Bruce; Johnson, Alexander; Lewis, Julian; Raff, Martin; Roberts, Keith; Walter, Peter. "The Genetic Systems of Mitochondria and Plastids". Molecular Biology of the Cell (4th ed.). ISBN 978-0-8153-3218-3. {{cite book}}: Unknown parameter |name-list-format= ignored (|name-list-style= suggested) (help)
  8. Campbell, Neil A; Reece, Jane B; Mitchell, Lawrence G (2002). Biology (6th ed.). Benjamin Cummings. ISBN 978-0-8053-6624-2. {{cite book}}: Unknown parameter |name-list-format= ignored (|name-list-style= suggested) (help)
  9. Nott TJ, Petsalaki E, Farber P, Jervis D, Fussner E, Plochowietz A, Craggs TD, Bazett-Jones DP, Pawson T, Forman-Kay JD, Baldwin AJ (March 2015). "Phase transition of a disordered nuage protein generates environmentally responsive membraneless organelles". Molecular Cell. 57 (5): 936–947. doi:10.1016/j.molcel.2015.01.013. PMC 4352761. PMID 25747659.
  10. Banani SF, Lee HO, Hyman AA, Rosen MK (May 2017). "Biomolecular condensates: organizers of cellular biochemistry". Nature Reviews Molecular Cell Biology. 18 (5): 285–298. doi:10.1038/nrm.2017.7. PMC 7434221. PMID 28225081.
  11. Cormack DH (1984). Introduction to Histology. Lippincott. ISBN 978-0-397-52114-2.
  12. Brangwynne CP, Eckmann CR, Courson DS, Rybarska A, Hoege C, Gharakhani J, Jülicher F, Hyman AA (June 2009). "Germline P granules are liquid droplets that localize by controlled dissolution/condensation". Science. 324 (5935): 1729–32. Bibcode:2009Sci...324.1729B. doi:10.1126/science.1172046. PMID 19460965.
  13. Fahey RC, Newton GL, Arrick B, Overdank-Bogart T, Aley SB (April 1984). "Entamoeba histolytica: a eukaryote without glutathione metabolism". Science. 224 (4644): 70–2. Bibcode:1984Sci...224...70F. doi:10.1126/science.6322306. PMID 6322306.
  14. Alberts, Bruce; Johnson, Alexander; Lewis, Julian; Morgan, David; Raff, Martin C; Roberts, Keith; Walter, Peter; Wilson, John H; Hunt, Tim (2014-11-18). Molecular biology of the cell (Sixth ed.). Garland Science. p. 679. ISBN 978-0815345244. {{cite book}}: Unknown parameter |name-list-format= ignored (|name-list-style= suggested) (help)
  15. Badano JL, Mitsuma N, Beales PL, Katsanis N (September 2006). "The ciliopathies: an emerging class of human genetic disorders". Annual Review of Genomics and Human Genetics. 7: 125–48. doi:10.1146/annurev.genom.7.080505.115610. PMID 16722803.
  16. Anderson P, Kedersha N (March 2008). "Stress granules: the Tao of RNA triage". Trends in Biochemical Sciences. 33 (3): 141–50. doi:10.1016/j.tibs.2007.12.003. PMID 18291657.
  17. Tsai Y, Sawaya MR, Cannon GC, Cai F, Williams EB, Heinhorst S, Kerfeld CA, Yeates TO (June 2007). "Structural analysis of CsoS1A and the protein shell of the Halothiobacillus neapolitanus carboxysome". PLoS Biology. 5 (6): e144. doi:10.1371/journal.pbio.0050144. PMC 1872035. PMID 17518518.{{cite journal}}: CS1 maint: unflagged free DOI (link)