କୋଶଳ କ୍ରାନ୍ତି ଦଳ

ଉଇକିପିଡ଼ିଆ‌ରୁ

କୋଶଳ କ୍ରାନ୍ତି ଦଳ  (KKD) ଏକ ଆଞ୍ଚଳିକ ରାଜନୈତିକ ଦଳ । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳରେ ରହିଛି ଓ ଏହାର ମୂଳ ଲକ୍ଷ୍ୟ ଓଡ଼ିଶାର ବିଭାଜନ କରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା । 

ଇତିହାସ [ସମ୍ପାଦନା]

ବିଭିନ୍ନ ସଂବାଦପତ୍ର ସୂଚନା ଅନୁସାରେ ଏହି ଦଳ 2007 ମସିହାରେ ଗଠନ ହେଇଥିଲା । [୧] ଦଳର ସମ୍ପାଦକ ବୈଦ୍ୟନାଥ ମିଶ୍ରଙ୍କ କହିବା ଅନୁସାରେ ଭାରତୀୟ ଜାତୀୟ ନିର୍ବାଚନ କମିଶନଙ୍କଦ୍ୱାରା ଏହା ଏକ ରାଜନୈତିକ ଦଳ ହିସାବରେ ସ୍ୱୀକୃତ ଓ ଏହା 2007 ମସିହାରୁ ବିହୀନନା ନିର୍ବାଚନରେ ଅଂଶ ଗ୍ରହଣ କରି ଆସୁଛି । ଏହି ଦଳର ଦାବି ଅନୁସାରେ ପଶ୍ଚିମ ଓଡ଼ିଶାର 10  ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଅଥମଲ୍ଲିକ ସବ ଡିଭିଜନକୁ ନେଇ କୋଶଳ ରାଜ୍ୟ ଗଠନର ଦାବି ହଉଛି । ଏହି ଅଞ୍ଚଳ ବିଗତ 60 ବର୍ଷ ଧରି ଅର୍ଥନୈତିକ ଅବହେଳାର ଶିକାର ହେଇଥିବାର ଅଭିଯୋଗ ଦଳ ତରଫରୁ କରାଯାଇଥାଏ । 

2013 ମସିହା ସୁଦ୍ଧା ଏହି 10ଟି ଜିଲ୍ଲାରେ ବିଭିନ୍ନ ସମୟରେ ଏଥିପାଇଁ ବ୍ୟାପକ ଭାବରେ ଆନ୍ଦୋଳନ ଚାଲି ଆସିଛି ଓ ଅଞ୍ଚଳର ଜନସାଧାରଣଙ୍କ ସ୍ୱୀକୃତି ହାସଲ କରିଛି । ଆନ୍ଧ୍ରା ପ୍ରଦେଶର ତେଲେଙ୍ଗନା ବିଭାଜନ ପରେ ଏହି ଆନ୍ଦୋଳନ ଜୋର ଧରିଥିବାର ଜଣା ପଡେ । 

ମୁଖ୍ୟ ଦାବି ସମୂହ [ସମ୍ପାଦନା]

  • ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଅଥମଲ୍ଲିକ ସବ ଡିଭିଜନକୁ ନେଇ କୋଶଳ ରାଜ୍ୟ ଗଠନ[୨]
  • କୋଷଳୀ ଭାଷା ଓ ସଂସ୍କୃତିକୁ ସ୍ୱୀକୃତି .[୩]
  • ପଶ୍ଚିମ ଓଡ଼ିଶା ଅଞ୍ଚଳର ଶିକ୍ଷା , କୃଷି , ବାଇସେୟିକ ଓ ସ୍ୱାଷ୍ୟର ଉନ୍ନତିକରଣ
  • କଶାଳା ଇତିହାସକୁ ସ୍ୱୀକୃତି 
  • ରାଜ୍ୟ ପୁନର୍ଗଠନ ସମିତିର ସ୍ତ୍ଥାପନ .[୪]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Kosal state movement
  • Kosli language movement
  • Kosalananda Kavya
  • Prem Ram Dubey

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]