କୋଭିଡ଼-୧୯ ପରବର୍ତ୍ତୀ ଅବସ୍ଥା

ଉଇକିପିଡ଼ିଆ‌ରୁ
କୋଭିଡ଼-୧୯ ପରବର୍ତ୍ତୀ ଅବସ୍ଥା
Long COVID,[୧] post-COVID,[୧] persistent post-COVID syndrome (PPCS),[୨] chronic COVID syndrome (CCS), COVID long-haulers,[୩] post COVID-19 syndrome,[୪] post-acute sequelae of SARS-CoV-2 infection,[୫] post-acute sequelae of COVID-19 (PASC)[୬]
An individual with fatigue
ବିଭାଗMultidisciplinary
ଲକ୍ଷଣTiredness, shortness of breath, headaches, anxiety and depression, loss of smell, difficulty concentrating, fever, palpitations[୧]
ଆକ୍ରାନ୍ତ ସମୟ>4 weeks post COVID-19[୫]
କାରଣCOVID-19[୫]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other causes[୭]
ପ୍ରତିକାରPreventing COVID-19[୧]
ଚିକିତ୍ସାAddressing specific symptoms[୮]
ପୁନଃପୌନିକ~20 to 60%[୯][୧୦]

କୋଭିଡ଼-୧୯ ପରବର୍ତ୍ତୀ ଅବସ୍ଥା, ଯେଉଁଥିରେ ଦୀର୍ଘକାଳୀନ କୋଭିଡ଼ ଅନ୍ତର୍ଭୁକ୍ତ, ଏକ ଗୋଷ୍ଠୀ ରୋଗ ଯାହା କୋଭିଡ଼ ରୋଗ ପରବର୍ତ୍ତୀ ସମୟରେ ହୁଏ ।[୧] [୧୧] ପ୍ରାରମ୍ଭିକ ସଂକ୍ରମଣର ଚାରି କିମ୍ବା ଅଧିକ ସପ୍ତାହ ପରେ ଏହାର ଲକ୍ଷଣ ପ୍ରକାଶ ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଥକ୍କା, ଅଣନିଶ୍ୱାସ ମୁଣ୍ଡ ବିନ୍ଧା, ଉତ୍କଣ୍ଠା ବା ଉଦାସୀନତା, ଆଘ୍ରାଣହାନୀ, ଏକାଗ୍ରତାହାନୀ, ମୁଣ୍ଡବିନ୍ଧା, ଜ୍ୱର ଏବଂ ଦ୍ରୁତ ହୃତ୍‌ଗତି ହୋଇପାରେ ।[୧] ଲୋକ ସକ୍ରିୟ ରହିଲେ ଲକ୍ଷଣ ମଧ୍ୟ ଖରାପ ହୋଇପାରେ ।[୧]

ମୂଳ ସଂକ୍ରମଣ ଗମ୍ଭୀର ହୋଇଥାଉ ବା ନ ଥାଉ, କୋଭିଡ଼-୧୯ ପରବର୍ତ୍ତୀ ସମୟରେ ଏହା ହୋଇପାରେ ।[୧] ଟୀକାକରଣ ସତ୍ତ୍ୱେ ସଂକ୍ରମିତ ଲୋକମାନଙ୍କଠାରେ ଏପରି ଘଟଣା ଘଟିଛି; ଯଦିଓ ଏହା ଏହି ଗୋଷ୍ଠୀରେ ଏହା କମ ସାଧାରଣ ଅଟେ ।[୧୨] ଗୁରୁତର ଅସୁସ୍ଥତା ଥିଲେ ଏକାଧିକ ଅଙ୍ଗ ପ୍ରଣାଳୀରେ କ୍ଷତିଗ୍ରସ୍ତ ହୋଇପାରେ, ଅଟୋଇମ୍ୟୁନ ରୋଗ, ପୋଷ୍ଟ-ଇଣ୍ଟେନସିଭ୍ କେୟାର ସିଣ୍ଡ୍ରୋମ (PICS) କିମ୍ବା ପୋଷ୍ଟଆଘାତୋତ୍ତର ଚାପ ବେମାରୀ (PTSD) ହୋଇପାରେ । [୧] [୫] ପିଲାମାନଙ୍କର ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ (MIS-C) ଅନୁଭବ କରିପାରନ୍ତି ।[୧]

ଏହାର ସଂଜ୍ଞା ଏପର୍ଯ୍ୟନ୍ତ ବିକଶିତ ହେଉଛି ।[୫] କୌଣସି ନିର୍ଦ୍ଦିଷ୍ଟ ଲାବୋରେଟୋରୀ କିମ୍ବା ଇମେଜିଙ୍ଗ୍ ଫଳାଫଳ ନାହିଁ ଯାହା ସ୍ଥିତିକୁ ନିଶ୍ଚିତ କରେ କିମ୍ବା ବାଦ ଦେଇଥାଏ; ଯଦିଓ ଅନ୍ୟାନ୍ୟ ସମ୍ଭାବ୍ୟ କାରଣଗୁଡିକ ବାଦ ଦିଆଯିବା ଉଚିତ ।[୮] [୭]

ଟୀକାକରଣ, ଶାରୀରିକ ଦୂରତା ଏବଂ ମୁଖା ପିନ୍ଧି କୋଭିଡ଼-୧୯ ପ୍ରତିରୋଧ କରିବା ସମ୍ଭବ ହୁଏ । [୧] ଚିକିତ୍ସାରେ ନିର୍ଦ୍ଦିଷ୍ଟ ଲକ୍ଷଣଗୁଡିକର ସମାଧାନ ଏବଂ ଶାରୀରିକ, ମାନସିକ ତଥା ସାମାଜିକ ଉନ୍ନତି ପାଇଁ ପ୍ରୟାସ କରାଯାଏ ।[୮] ଏହି ଅବସ୍ଥାର ସମାଧାନ କରିବାକୁ ଚେଷ୍ଟା କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ପ୍ରାଧିକରଣରେ ସ୍ୱତନ୍ତ୍ର କ୍ଲିନିକ ସୃଷ୍ଟି କରାଯାଇଛି । [୧୩] [୧୪] କୋଭିଡ଼ ରୋଗ ଆକ୍ରାନ୍ତ ପରେ ପ୍ରାୟ ୨୦% ଲୋକଙ୍କର ୪ ସପ୍ତାହରୁ ଅଧିକ ସମୟ ପରେ ଏବଂ ୧୦% ଲୋକଙ୍କର ୧୨ ସପ୍ତାହରୁ ଅଧିକ ସମୟ ପରେ ଲକ୍ଷଣ ବାହାରେ ।[୯] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୭]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "COVID-19 and Your Health". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 11 February 2020. Archived from the original on 14 January 2022. Retrieved 20 January 2022.
  2. Oronsky, Bryan; Larson, Christopher; Hammond, Terese C.; Oronsky, Arnold; Kesari, Santosh; Lybeck, Michelle; Reid, Tony R. (20 February 2021). "A Review of Persistent Post-COVID Syndrome (PPCS)". Clinical Reviews in Allergy & Immunology. doi:10.1007/s12016-021-08848-3. ISSN 1559-0267. PMID 33609255. Archived from the original on 28 August 2021. Retrieved 13 May 2021.
  3. Baig AM (October 2020). "Chronic COVID Syndrome: Need for an appropriate medical terminology for Long-COVID and COVID Long-Haulers". Journal of Medical Virology. 93 (5): 2555–2556. doi:10.1002/jmv.26624. PMID 33095459.
  4. NICE (18 December 2020). "Overview | COVID-19 rapid guideline: managing the long-term effects of COVID-19 | Guidance | NICE". www.nice.org.uk. National Institute for Health and Care Excellence. Archived from the original on 13 May 2021. Retrieved 13 May 2021.
  5. ୫.୦ ୫.୧ ୫.୨ ୫.୩ ୫.୪ "Healthcare Workers". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 11 February 2020. Archived from the original on 21 January 2022. Retrieved 20 January 2022.
  6. "NIH launches new initiative to study "Long COVID"". National Institutes of Health (NIH) (in ଇଂରାଜୀ). 23 February 2021. Archived from the original on 13 May 2021. Retrieved 13 May 2021.
  7. ୭.୦ ୭.୧ ୭.୨ "What doctors wish patients knew about long COVID". American Medical Association (in ଇଂରାଜୀ). Archived from the original on 6 January 2022. Retrieved 20 January 2022.
  8. ୮.୦ ୮.୧ ୮.୨ "Healthcare Workers". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 11 February 2020. Archived from the original on 2 January 2022. Retrieved 20 January 2022.
  9. ୯.୦ ୯.୧ "The prevalence of long COVID symptoms and COVID-19 complications". Office of National Statistics UK. December 2020. Archived from the original on 2021-01-30. Retrieved 2021-01-30.
  10. Di Gennaro, Francesco; Belati, Alessandra; Tulone, Ottavia; Diella, Lucia; Bavaro, Davide Fiore; Bonica, Roberta; Genna, Vincenzo; Smith, Lee; Trott, Mike; Bruyere, Olivier; Mirarchi, Luigi; Cusumano, Claudia; Barbagallo, Mario; Dominguez Rodriguez, Ligia Juliana; Saracino, Annalisa; Veronese, Nicola (4 May 2022). "Long Covid: A Systematic Review and Meta-Analysis of 120,970 Patients" (in ଇଂରାଜୀ). Social Science Research Network. Archived from the original on 6 May 2022. Retrieved 7 May 2022. {{cite journal}}: Cite journal requires |journal= (help)
  11. "ICD-11 - ICD-11 for Mortality and Morbidity Statistics". icd.who.int. Archived from the original on 1 August 2018. Retrieved 7 June 2021.
  12. Ledford, Heidi (23 November 2021). "Do vaccines protect against long COVID? What the data say". Nature (in ଇଂରାଜୀ). pp. 546–548. doi:10.1038/d41586-021-03495-2. Archived from the original on 11 January 2022. Retrieved 20 January 2022.
  13. "Center for Post-COVID Care | Mount Sinai - New York". Mount Sinai Health System. Archived from the original on 2022-01-07. Retrieved 2022-01-21.
  14. "Delhi's Post-Covid Clinic For Recovered Patients With Fresh Symptoms Opens". NDTV.com. Archived from the original on 2021-02-03. Retrieved 2021-01-30.