କୋଣ୍ଡାପାଲି କଣ୍ଢେଇ

ଉଇକିପିଡ଼ିଆ‌ରୁ
କୋଣ୍ଡାପାଲି କଣ୍ଢେଇ
Geographical indication
ବିଜୟବାଡ଼ାସ୍ଥିତ ଏକ ଘରେ ସଜାହୋଇଥିବା କୋଣ୍ଡାପାଲି କଣ୍ଢେଇ
Alternative namesକୋଣ୍ଡାପାଲି ବୋମାଲୁ, କୋଣ୍ଡାପାଲି ଖେଳଣା
Descriptionନରମ କାଠରେ ତିଆରି ନାମ ତା'ର ତେଲ୍ଲା ପନିକି
Typeହସ୍ତଶିଳ୍ପ
Areaକୋଣ୍ଡାପାଲି, କୃଷ୍ଣା ଜିଲ୍ଲା, ଆନ୍ଧ୍ର ପ୍ରଦେଶ
Countryଭାରତ
Materialକାଠ

କୋଣ୍ଡାପାଲି କଣ୍ଢେଇ କାଠ ତିଆରି କଣ୍ଢେଇ ଆନ୍ଧ୍ର ପ୍ରଦେଶ ରାଜ୍ୟର ବିଜୟୱାଡ଼ା ନିକଟ କୃଷ୍ଣା ଜିଲାର କୋଣ୍ଡାପାଲି ଶିଳ୍ପଗ୍ରାମରେ ତିଆରି ହୁଏ । [୧] ସେଠାକାର ବୋମାଲା କଲୋନୀ କଣ୍ଢେଇ କଲୋନୀ TOYS COLONY(ଟଏଜ କଲୋନୀ) ଭାବେ ପରିଚିତ ଯେଉଁଠାରେ ଏହି ହସ୍ତଶିଳ୍ପ କାମ ହୁଏ । [୨] ଭାରତ ସରକାରଙ୍କ ଅଧିନରେ ଭାରତର ଭୌଗଳିକ ସଂକେତ ଭାବେ ପଂଜିକୃତ ହୋଇଛି । [୩][୪]ଏହି କଣ୍ଢେଇଗୁଡ଼ିକ ସଙ୍କରାନ୍ତି ଏବଂ ନବରାତ୍ରୀ ସମୟରେ ଏକ ଗୃହରେ ମେଳେଇ ସଜାଯାଏ । ଏହାକୁ ତେଲୁଗୁରେ ବୋମାଲା କୋଲୁବୁ କୁହାଯାଏ । [୫]

ଇତିହାସ[ସମ୍ପାଦନା]

ଏହି ପାରମ୍ପରିକ କଳା ଦୀର୍ଘ ୪୦୦ ବର୍ଷ ପୂର୍ବର ବୋଲି ଅନୁମାନ କରାଯାଏ । ଏହି ଶିଳ୍ପୀମାନଙ୍କୁ ବ୍ରହ୍ମାଣ୍ଡ ପୁରାଣରେ ଉଲ୍ଲିଖିତ 'ଆର୍ଯ୍ୟକ୍ଷତ୍ରିୟ' କୁହାଯାଏ । .[୨] କୁହାଯାଏ ୧୬୦୦ ଖ୍ରୀ.ଅ.ରେ ସେମାନେ ରାଜସ୍ଥାନରୁ ପ୍ରବାସୀ ଅଟନ୍ତି ଏବଂ ସେମାନେ ମୁକ୍ତଋଷି (ଶିବଙ୍କଠାରୁ ହସ୍ତକଳା ବରଦାନ ପାଇଥିବା ଋଷି )ଙ୍କ ବଂଶଧାର ବୋଲି ଦାବୀ କରନ୍ତି । [୧]

ହାଇଦରାବାଦର ଏକ ଶିଳ୍ପ ଗ୍ରାମରେ କାଠ ତିଆରି କଣ୍ଢେଇମାନ ପ୍ରଦର୍ଶିତ ହେଉଛି

କଣ୍ଢେଇ ତିଆରି[ସମ୍ପାଦନା]

ତେଲ୍ଲା ପନିକି ନାମକ ଏହା ହାଲୁକା କାଠରୁ କଣ୍ଢେଇମାନ ତିଆରି ହୁଏ ଯାହା ପାଖ କୋଣ୍ଡାପାଲି ଜଙ୍ଗଲରୁ ମିଳେ । କାଠ ପ୍ରଥମେ ଖୋଦନ ହୁଏ ଏବଂ ଧାରଗୁଡ଼ିକ ପାଲିସ କରାଯାଏ । ପରେ ରଙ୍ଗ ଦିଆଯାଏ । ତେଲ ରଙ୍ଗ, ପାଣିମିଶା ତରଳ ରଙ୍ଗ, ରସାୟନିକ ଏନାମେଲ ରଙ୍ଗ ପରି ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରାଯାଏ । କେଉଁ ରଙ୍ଗ ଦିଆଯିବ କଣ୍ଢେଇର ପ୍ରକାର ଅନୁଯାୟୀ ଭିନ୍ନ ହୋଇଥାଏ । [୧][୬] ଶିଳ୍ପୀମାନେ ଧାର୍ମିକ ପ୍ରତିମା, ପଶୁ ପକ୍ଷୀ,ଶଗଡ଼ ଗାଡ଼ି, ଗ୍ରାମ୍ୟ ଜୀବନ ଆଦି ବିଷୟକୁ ନେଇ କଣ୍ଢେଇ ତିଆରି କରନ୍ତି । ବିଶେଷ କରି ଦଶାବତାର, ନୃତ୍ୟରତ କଣ୍ଢେଇ, ଆଦି ବେଶ ମନ ଲୋଭା ହୋଇଥାଏ । [୭]

ସ୍ଥିତି[ସମ୍ପାଦନା]

ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଶିଳ୍ପୀମାନେ ବହୁତ ପରିଶ୍ରମ କରି କମ ଆୟ କରନ୍ତି । ପାଶ୍ଚାତ୍ୟ କାରିଗରୀ ପ୍ରଭାବରେ ବଂଶଧର ଯୁବକମାନେ ପାରମ୍ପରିକ କଳା ବଞ୍ଚେଇରଖିବାକୁ ଆଉ ଆଦର କରୁନାହାନ୍ତି । ଆଧିନିକ ଯୁଗରେ ଚାହିଦା କମୁଥିବାରୁ ବ୍ୟବସାୟ ଲୀନ ହେବାକୁ ବସିଛି । [୮][୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Guhan, V (21 June 2003). "Creative Kondapally". The Hindu. Archived from the original on 27 January 2016. Retrieved 27 January 2016.
  2. ୨.୦ ୨.୧ "Toying with heritage: No heir to Kondapalli's amazing art - Times of India". The Times of India. Kondapalli (Krishna). 19 May 2015. Retrieved 27 January 2016.
  3. "State Wise Registration Details of G.I Applications" (PDF). Geographical Indication Registry. p. 2. Retrieved 28 January 2016.
  4. "Geographical Indication". The Hans India. 23 January 2016. Retrieved 27 January 2016.
  5. "News Archives: The Hindu". www.hindu.com. 12 January 2011. Archived from the original on 26 June 2014. Retrieved 27 January 2016.
  6. Chandaraju, Aruna (27 January 2016). "Playing safe with local craft". Deccan Herald. Retrieved 27 January 2016.
  7. Banu, Saira (6 September 2009). "Treasure in traditional toys". The Hindu (in Indian English). Retrieved 27 January 2016.
  8. Devalla, Rani (23 January 2016). "Kalamkari saris in a new combination". The Hindu (in Indian English). Visakhapatnam. Retrieved 27 January 2016.
  9. "Tales that Kondapalli toys narrate". Deccan Herald. Retrieved 27 January 2016.