କେଶବରାଓ ଦାତେ
କେଶବରାଓ ଦାତେ | |
---|---|
ଜନ୍ମ | ଅଦିବାରେ, ରତ୍ନଗିରି, ମହାରାଷ୍ଟ୍ର, ବ୍ରିଟିଶ ଭାରତ | ୨୮ ସେପ୍ଟେମ୍ବର ୧୮୮୯
ମୃତ୍ୟୁ | ୧୩ ସେପ୍ଟେମ୍ବର ୧୯୭୧ | (ବୟସ ୮୧)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୩୪–୧୯୬୪ |
କେଶବରାଓ ଦାତେ (୧୮୮୯ – ୧୯୭୧) ଜଣେ ଭାରତୀୟ କଥାଚିତ୍ର ଅଭିନେତା, ଯିଏକି ଉଭୟ ନିରବ ଏବଂ ଧ୍ୱନି କଥାଚିତ୍ରରେ କାମ କରିଥିଲେ । ସେ ନିଜର ଡ୍ରାମା କମ୍ପାନୀ ଚଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଉଭୟ ପରିଚାଳକ ଓ ଅଭିନେତାଙ୍କ ଭୂମିକା ନିଭେଇବା କଷ୍ଟକର ହୋଇ ପଡ଼ିଥିଲା ।
ଜନ୍ମ
[ସମ୍ପାଦନା]କେଶବରାଓ ୧୮୮୯ ମସିହାର ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଅଦିବାରେଠାରେ ଜନ୍ମଗ୍ରହଣ କରିଥିଲେ ।
ପେଷା
[ସମ୍ପାଦନା]୧୯୩୩ ମସିହାରେ ତାଙ୍କ ଅଭିନୀତ ନାଟକ ଅନ୍ଧାଳୟାଞ୍ଚି ଶାଳା ("ଦ ବ୍ଲାଇଣ୍ଡସ୍ ସ୍କୁଲ") ପାଇଁ ତାଙ୍କୁ ଅନେକ ପ୍ରସଂଶା ମିଳିବା ସହିତ ତାଙ୍କର ଅନେକ ଲୋକପ୍ରିୟତା ବଢ଼ିଥିଲା ଏବଂ ସେ ପ୍ରଭାତ ଫିଲ୍ମ କମ୍ପାନୀରେ ଯୋଗ ଦେଇଥିଲେ ।[୧]
୧୯୩୭ ମସିହାରେ ସେ ମରାଠୀ କଥାଚିତ୍ର କୁଙ୍କୁରେ ଅଭିନୟ କରିଥିଲେ, ମାତ୍ର ଏହା ପ୍ରେକ୍ଷାଳୟରେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲା ।[୨] ୧୯୪୧ ମସିହାରେ ସେ ପ୍ରଭାତ ଫିଲ୍ମ କମ୍ପାନୀର ଶେଜାରୀରେ ଅଭିନୟ କରିଥିଲେ । ପରେ ସେ ମୁମ୍ବାଇରେ ନିର୍ମିତ ହୋଥିବା କିଛି କଥାଚିତ୍ରରେ ଚରିତ୍ର ଅଭିନେତା ଭାବରେ ଅଭିନୟ କରିଥିଲେ । ସେ ଭି. ଶାନ୍ତାରାମଙ୍କ ଡକ୍ଟର କୋଟନିସ୍ କି ଅମର କାହାନୀ (୧୯୪୬), ଝନକ ଝନକ ପାୟଲ ବାଜେ (୧୯୫୫), ନବରଙ୍ଗ (୧୯୫୯) ଏବଂ ଗୀତ୍ ଗାୟା ପଥରୋଁ ନେ (୧୯୬୪)ରେ ଅଭିନୟ କରିଥିଲେ ।[୩]
କେଶବରାଓ ୪ଟି କଥାଚିତ୍ର, କିସିସେ ନା କେହନା (୧୯୪୨), ଅନ୍ଧୋଁ କି ଦୁନିୟା (୧୯୪୭),[୪] ଏବଂ ହିନ୍ଦୀ କଥାଚିତ୍ର ମାଲି (୧୯୪୪) ଏବଂ ଏହାର ମରାଠୀ ଡବିଂ ଭକ୍ତିଚା ମାଲା (୧୯୪୪)ର ନିର୍ଦ୍ଦେଶନା ଦେଇଥିଲେ । ମାଲି ଏବଂ ଭକ୍ତିଚା ମାଲା ଭି.ଶାନ୍ତରାମଙ୍କ କଥାଚିତ୍ର ନିର୍ମାଣ କମ୍ପାନୀ ରାଜକମଲ କଳାମନ୍ଦିରଦ୍ୱାରା ନିର୍ମତି ହୋଇଥିଲେ ।[୫]
ଅଭିନୟ ଜୀବନ
[ସମ୍ପାଦନା]ଅଭିନେତା ଭାବରେ
[ସମ୍ପାଦନା]- ଅମୃତ ମନ୍ଥନ (୧୯୩୪)
- କୁଙ୍କୁ (୧୯୩୭, ମରାଠୀ)
- ଚିଙ୍ଗାରିଈ (୧୯୪୦)
- ଶେଜାରୀ (ପଡ଼ୋଶୀ) (୧୯୪୧)
- କିସିସେ ନା କେହନା (୧୯୪୨)
- ଡ. କୋଟନିସ୍ କି ଅମର କାହାନୀ (୧୯୪୬)
- ଆପ୍ନା ଦେଶ (୧୯୪୯)
- ଦହେଜ (୧୯୫୦)
- ଝନକ ଝନକ ପାୟଲ ବାଜେ (୧୯୫୫)
- ତୁଫାନ୍ ଔର୍ ଦୀୟା (୧୯୫୬)
- ନବରଙ୍ଗ (୧୯୫୯)
- ଗୀତ୍ ଗାୟା ପଥରୋଁ ନେ (୧୯୬୪)
ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]- କିସିସେ ନା କେହନା (୧୯୪୨)
- ଅନ୍ଧୋଁ କି ଦୁନିୟା (୧୯୪୭)
- ମାଲି (୧୯୪୪) - ହିନ୍ଦୀ
- ଭକ୍ତିଚା ମାଲା (୧୯୪୪) - ମରାଠୀ
ମୃତ୍ୟୁ
[ସମ୍ପାଦନା]କେଶବରାଓ ଦାତେ ୧୯୭୧ ମସିହାର ସେପ୍ଟେମ୍ବର ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
- ↑ "Films of Prabhat Film Company: Kunku". Prabhat Film Company. Archived from the original on 2012-07-22. Retrieved 2014-09-06.
- ↑ Karmalkar, Deepa (16 September 2010). "Dr. Kotnis Ki Amar Kahani (1946) - The Hindu". Retrieved 2014-09-06.
- ↑ "Keshavrao Date". muvyz.com. Muvyz, Inc. Archived from the original on 21 February 2015. Retrieved 21 February 2015.
- ↑ "History Of Marathi Cinema In Mumbai And The Marketing Strategies Adopted" (PDF). shodhganga.inflibnet.ac.in. Shodhganga. Retrieved 21 February 2015.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କେଶବରାଓ ଦାତେ