କେନ୍ଦ୍ରୀୟ ପାର୍କ , କଲିକତା
| Central Park (Kolkata) | |
|---|---|
![]() | |
| Type | Public |
| Status | open |
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (July 2013) |
କେନ୍ଦ୍ରୀୟ ପାର୍କ, କଲିକତା , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାର ବିଧାନ ନଗରଠାରେ ଅବସ୍ଥିତ ଏକ ସର୍ବସାଧାରଣ ପାର୍କ । କଲିକତା ମଇଦାନ ପରେ କଲିକତା ମେଟ୍ରୋ ସହରରେ ଏହା ଦ୍ୱିତୀୟ ବୃହତ୍ତମ ଖୋଲା ଜାଗା । ଏଠାରେ ପ୍ରେମିକ ପ୍ରେମିକାଙ୍କ ଗହଳି [୧] ଦେଖିବାକୁ ମିଳେ । ଏହାର ଚତୁର୍ଦିଗରେ ସରକାରୀ ବାସଭବନ ସବୁ ନିର୍ମିତ ହୋଇଛି । ଏହି ପାର୍କକୁ ସଲ୍ଟ ଲେକ ପକ୍ଷରୁ ଯିବା ପାଇଁ ବସ ସୁବିଧା ରହିଛି ।
ହ୍ରଦ
[ସମ୍ପାଦନା]ଏକ ଦ୍ୱିପ ଥିବା ହ୍ରଦର ତଟରେ ଏହି ପାର୍କ ଅବସ୍ଥିତ । ହ୍ରଦକୁ ଯିବାକୁ ଏଠାରୁ ଏକ ସେତୁ ମଧ୍ୟ ରହିଛି । ହ୍ରଦରେ ବୋଟିଙ୍ଗ ସୁବିଧା ମଧ୍ୟ ରହିଛି ।ଏହି ଜଳାଶୟରେ ଅନେକ ପ୍ରଜାତିର ଜଳପକ୍ଷୀ ରହିଥାନ୍ତି । ଶୀତ କାଳରେ ବିଦେଶାଗତ ପକ୍ଷୀ ମଧ୍ୟ ଆସିଥାନ୍ତି ।
ଗୋଲାପ ବଗିଚା ଓ ପ୍ରଜାପତି ପାର୍କ
[ସମ୍ପାଦନା]ପାର୍କରେ ଏକ ସୁନ୍ଦର ଗୋଲାପ ବଗିଚା ରହିଛି । ଏଠାରେ ଥିବା ପ୍ରଜାପତି ବଗିଚା[୨]ରେ ଅନେକ ପ୍ରଜାତିର ପ୍ରଜାପତି ରହିଛନ୍ତି । ଏହି ପ୍ରକଳ୍ପ ୱେଷ୍ଟ ବେଙ୍ଗଲ ଜଙ୍ଗଲ ବିଭାଗ ସହାୟତାରେ ଚାଲେ । "ନେଚର କ୍ଲବ "ର ଉତ୍ଶାହୀ ସଭ୍ୟମାନେ ଏହି ବଗିଚାର ଉତ୍ତମ ଦେଖା ରେଖା କରିଥାନ୍ତି ।
ପାର୍କର ଚିତ୍ର ସମୂହ
[ସମ୍ପାଦନା]- A view of the lake
- Main walking track
- Path leading into the butterfly garden area
- Boating area
- Roses in bloom in the park's rose garden
- Marigold flowers
- Ripe jamun fruits
- Cattle egrets
- Lesser whistling ducks
- Cormorants
- Yellow-footed green pigeons
- Black drongo
- Common moorhen
- Intermediate egret
- Alexandrine parakeets
- Pair of white-throated kingfishers
- Plain tiger
- Great eggfly
- Blue tiger
- Plains Cupid
- Common jay
ଆଧାର
[ସମ୍ପାଦନା]- ↑ Ghosh, Bishwanath (27 January 2012). "Life in a metro: Where lovers park themselves". The Hindu. Retrieved 26 May 2012.
- ↑ Lesley D Biswas, (Vol 5 Issue 39, Sep 26 - Oct 2, 2014) "Feel the pulse of the ecosystem from the flutter of butterflies".
