କୁଳଦୀପ ନାୟର

ଉଇକିପିଡ଼ିଆ‌ରୁ
କୁଳଦୀପ ନାୟର
ଜନ୍ମ(1923-08-14)୧୪ ଅଗଷ୍ଟ ୧୯୨୩
ମୃତ୍ୟୁ୨୩ ଅଗଷ୍ଟ ୨୦୧୮(2018-08-23) (ବୟସ ୯୫)[୧]
ଜାତୀୟତାଭାରତୀୟ
ଶିକ୍ଷାପତ୍ରକାର ଡିଗ୍ରୀ
ବୃତ୍ତିଲେଖକ ଏବଂ ପତ୍ରକାର
ସନ୍ତାନରାଜୀବ ନାୟର[୨]
ପରିବାରଗୁରୁବକ୍ଷ ସିଂହ (ପିତା)
ପୁରନ ଦେବୀ (ମାତା)
ୱେବସାଇଟhttp://www.kuldipnayar.com/

କୁଳଦୀପ ନାୟର(୧୪ ଅଗଷ୍ଟ ୧୯୨୪ - ୨୩ ଅଗଷ୍ଟ ୨୦୧୮) ଭାରତୀୟ ଲେଖକ, ସ୍ତମ୍ଭକାର, ମାନବ ଅଧିକାର କାର୍ଯ୍ୟକର୍ତ୍ତା ଏବଂ ପତ୍ରକାର ଥିଲେ । ସେ ଯୁକ୍ତରାଜ୍ୟରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ ସେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।[୩]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

କୁଳଦୀପ ୧୯୨୪ ମସିହାରେ ପଞ୍ଜାବର ସିୟାଲକୋଟରେ (ଏବେ:ପାକିସ୍ଥାନ) ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଶିକ୍ଷା ସିୟାଳକୋଟରେ ସମାପ୍ତ କରିଥିଲେ । ଲାହୋରରୁ ଆଇନଶିକ୍ଷାରେ ସ୍ନାତକ କରିଥିଲେ । ଆମେରିକାରୁ ପତ୍ରକାରିତା ଡିଗ୍ରୀ ହାସଲ କଲେ । ସେ ଦର୍ଶନଶାସ୍ତ୍ର ରେ ପି.ଏଚ୍. ଡ଼ି ମଧ୍ୟ କରିଥିଲେ ।

କାର୍ଯ୍ୟ ଅନୁଭବ[ସମ୍ପାଦନା]

ସେ ଭାରତ ସରକାରଙ୍କ ପ୍ରେସ ସୂଚନା ଅଧିକାରୀଙ୍କ ପଦରେ ବହୁ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ସେ ୟୁ.ଏନ.ଆଇ, ପୀ.ଆଇ ବି, ଦି ଷ୍ଟେଟସମେନ, ଇଣ୍ଡିଆନ ଏକ୍ସପ୍ରେସ ସହିତ ବହୁ ସମୟ ପର୍ଯ୍ୟନ୍ତ ଯୋଡ଼ିହୋଇ ରହିଥିଲେ । ସେ 25 ବର୍ଷ ପର୍ଯ୍ୟନ୍ତ ଦି ଟାଇମ୍ସ ଲଣ୍ଡନରେ ସମ୍ବାଦଦାତା ମଧ୍ୟ ରହିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ବିଟୱୀନଦି ଲାଇନ୍ସ
  • ଡିଷ୍ଟେଣ୍ଟ ନେବର : ଏ ଟେଲ ଅଫ ଦି ସବ କଣ୍ଟିନେଣ୍ଟ
  • ଇଣ୍ଡିଆ ଆଫଟର ନେହେରୁ
  • ବାଲ ଏଟ ବାଘା
  • ଇଣ୍ଡିଆ ପାକିସ୍ଥାନ ନ୍ୟାସନାଲ ଷିପ୍
  • ଇଣ୍ଡିଆ ହାଉସ
  • ସ୍କୁପ୍ (ସବୁ ଇଂରାଜୀ ରେ)
  • ଦି ଡେ ଲୁକ୍ସ ଓଲ୍ଡ : ଏହାର ନାମରେ ପ୍ରକାଶିତ କୁଳଦୀପ ନାୟରଙ୍କ ଆତ୍ମକଥା ମଧ୍ୟ ବହୁ ଚର୍ଚ୍ଚିତ ରହିଛି । 1985 ମସିହାରୁ ତାଙ୍କଦ୍ୱାରା ଲେଖା ହୋଇଥିବା ସିଣ୍ଡିକେଟ୍ କାଲାମବିଶ୍ୱର ୮୦ରୁ ଅଧିକା ପତ୍ର-ପତ୍ରିକାରେ ପ୍ରକାଶିତ ହୋଇ ଆସୁଛି ।
କୁଳଦୀପ ନାୟରଙ୍କ ଜୁନ 2014 ମସିହାର ଫଟୋ

ବିବାଦ[ସମ୍ପାଦନା]

କୁଳଦୀପଙ୍କ ଉପରେ ଧର୍ମନିରପେକ୍ଷ ହେବା ସହିତ ହିନ୍ଦୁ ବିରୋଧୀ ହେବାର ଆରୋପ ସମୟେ ସମୟେ ଲାଗୁଥିଲା । ନାୟର ଏହା ମଧ୍ୟ କହିଦେଲେ ଯେ, ପ୍ରଧାନମନ୍ତ୍ରୀ ବାଜପାୟୀଙ୍କୁ କନୁନ ବନେଇବା ଦରକାର ଯାହା କୌଣସି ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କୁ ଉଚ୍ଚ ପଦବୀ ପାଇଁ ଅଯୋଗ୍ୟ ବନାଇ ପାରେ ।[୪]

ଏକ ପ୍ରତିଷ୍ଠିତ ରାଷ୍ଟ୍ରୀୟ ଦୈନିକରେ ଆନ୍ନା ହାଜାରଙ୍କୁ ଆନ୍ଦୋଳନ ପାଇଁ ନାୟର ଏହା କହିଲେ କି, ଏହି ଆନ୍ଦୋଳନକୁ ଅନଶନରୁ ଅଲଗା ରଖିଥିଲେ ଭଲ ହୋଇଥାନ୍ତା । ସେ କହିଥିଲେ ଯେ, ଏହି ଲୋକ ଧ୍ୟାନ ନିଜ ଆଡକୁ ଆଣିବା ପାଇଁ ଏହି ନାଟକୀୟ ରାସ୍ତାକୁ ଆପଣେଇ ବାକୁ ଚାହୁଁଛନ୍ତି ।[୫] ବିଦିତ ରହିଲା କି, ଆନ୍ନା ନିଜେ ହିଁ ଏହା ସ୍ୱୀକାର ଥିଲ ଯେ, ଅନଶନ କରିବା ତାଙ୍କ ନିଜର ଇଚ୍ଛା ଥିଲା । ଆନ୍ନା ଏହା ମଧ୍ୟ କହିଥିଲେ ଯେ, ସେ କୌଣସି ପିଲା ନୁହେଁ । ସେ ସେହି କାର୍ଯ୍ୟ କରନ୍ତି ଯାହାର ପ୍ରମାଣ ତାଙ୍କରି ଆତ୍ମା ଦେଇଥାଏ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ନର୍ଥୱେଷ୍ଟ ବିଶ୍ୱବିଦ୍ୟାଳୟଦ୍ୱାରା "ଏଲ୍ୟୁମିନୀ ମେରୀଟ ସମ୍ମାନ (1999)
  • 1990 ମସିହାରେ ବ୍ରିଟେନର ଉଚ୍ଚାଯୁକ୍ତ ନିଯୁକ୍ତି କରାଗଲା
  • 1996 ମସିହାରେ ଭାରତ ତରଫରୁ ସଂଯୁକ୍ତ ରାଷ୍ଟ୍ର ସଂଘକୁ ପଠାଯାଇଥିବ ପ୍ରତିନିଧି ମଣ୍ଡଳର ସଦସ୍ୟ ମଧ୍ୟ ରହିଥିଲେ
  • ଅଗଷ୍ଟ 1997 ମସିହାରେ ରାଜ୍ୟସଭାରେ ମନୋନୀତ ସଦସ୍ୟ ରୂପେ ନିର୍ବାଚିତ ହେଲେ ।
  • ରାମନାଥ ଗୋୟଙ୍କା ସ୍ମୃତି ପୁରସ୍କାର[୬]


ଆଧାର[ସମ୍ପାଦନା]

  1. https://www.ndtv.com/india-news/veteran-journalist-kuldip-nayar-dies-at-95-1904746
  2. "Kuldip Nayyer". Herald (Pakistan). Archived from the original on 30 June 2012. Retrieved 14 January 2012.
  3. https://www.thehindu.com/news/national/veteran-journalist-kuldip-nayar-passes-away/article24757475.ece
  4. "ଆର୍କାଇଭ୍ କପି". Archived from the original on 2012-02-13. Retrieved 2016-07-31. {{cite web}}: Cite has empty unknown parameter: |1= (help)
  5. http://in.jagran.yahoo.com/epaper/index.php?location=49&edition=2011-09-07&pageno=8#id=111720451571169752_49_2011-09-07
  6. କୁଳଦୀପ ନାୟର, ରାମନାଥ ଗୋୟନକା ଲାଇଫ ଟାଇମ ଅଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ