କୁରୁଗୁଡା ଗ୍ରାମ

ଉଇକିପିଡ଼ିଆ‌ରୁ

କୁରୁଗୁଡ଼ା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୋଟିଏ ଗ୍ରାମ। ଏହା ଜୁନାଗଡ଼ରୁ ତିନି କି. ମି ଦୂରରେ ଅବସ୍ଥିତ। ଏଥିରେ ପ୍ରାୟ ଏକ ହଜାର ଲୋକ ବସବାସ କରନ୍ତି। କୁରୁଗୁଡା ଗ୍ରାମରେ ଗୋଟିଏ ଭଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଛି ଏଠି ଷଷ୍ଠ ଶ୍ରେଣୀରୁ +2 ପର୍ଯନ୍ତ ଅଛି ଏବଂ ଭଲ ପାଠ ମଧ୍ୟ ହୁଏ ଏଠି। ଏହି ଗ୍ରାମରେ ଗୋଟିଏ ଭଲ ଶିବ ମନ୍ଦିର ମଧ୍ୟ ଅଛି ଏବଂ ପ୍ରତ୍ୟେକ ସୋମବାର ଦିନ ଏବଂ ଶିବରାତ୍ରି ଦିନ ଭଲ ଭିଡ ମଧ୍ୟ ଜମେ ଦୂର ଦୁରାନ୍ତରୁ ଲୋକ ଆସି ଥାନ୍ତି ପୂଜା ପାଇଁ। ମନ୍ଦିର ସାଇଡରେ ଗୋଟେ ବଡ ପୋଖରୀ ଅଛି। ଏହି ଗ୍ରାମ ଚାଷୀ ଠୁ ଆରମ୍ଭ କରି ଚାକିରିଆ ଲୋକ ମଧ୍ୟ ଅଛନ୍ତି। ଏଠାକାର ଲୋକ ସମସ୍ତେ ମିଳିମିଶି କି ରହନ୍ତି।