Jump to content

କୁମ୍ଭାଟୁଆ

ଉଇକିପିଡ଼ିଆ‌ରୁ

କୁମ୍ଭାଟୁଆ
Scientific classification
Kingdom:
Phylum:
Class:
Order:
Family:
Genus:
Species:
C. sinensis
Binomial name
Centropus sinensis
Centropus sinensis + Centropus toulou

କୁମ୍ଭାଟୁଆ ( ଇଂରାଜୀରେ Greater Coucal ବା Crow pheasant, ଜୀବ ବିଜ୍ଞାନ ନାମ Centropus sinensis[]) ହେଉଛି କୋଇଲି ପ୍ରଜାତିର ଏକ ସ୍ୱଜୀବି ବିହଂଗ । ଭାରତୀୟ ଉପମଦେଶ ତଥା ଦକ୍ଷିଣ ପୂର୍ବ ଏସିଆରେ ପରିବ୍ୟାପ୍ତ ଏହି ଚଢେ‍ଇକୁ କେତେ ଗୁଡିଏ ଉପ ପ୍ରଜାତିରେ ବିଭାଗୀକରଣ କରାଯାଇଥାଏ, ଯେଉଁଥିରୁ କିଛିଂକୁ ସମ୍ପୁର୍ଣ୍ଣ ପ୍ରଜାତିରେ ବିବେଚନା କରାଯାଏ । ସେମାନେ ଦେଖିବାକୁ ବଡ଼ କାଉ ଭଳି କିଂତୁ ଲମ୍ବା ଲାଂଜ, ତମ୍ବା ମାଟିଆ ରଂଗର ଡେଣା ଏବଂ ସେମାନେ ଜଂଗଲଠାରୁ ଆରମ୍ଭ କରି, ଚାଷ ଜମି ଓ ସହରୀ ଉଦ୍ୟାନ ଭଳି ବ୍ୟାପ୍ତ ପରିବେଶରେ ଦେଖାଯାଆଂତି ।

ଏମାନେ ଭଲ ଭାବରେ ଉଡିପାରଂତି ନାହିଁ, ଖଣ୍ଡିଉଡା ଦେ‍ଇ ଏମାନେ ଚଳ ପ୍ରଚଳ ହୁଅଂତି । ଅଧିକାଂଶ ସମୟ ସେମାନଂକୁ ମାଟି ଉପରେ ଚାଲି ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖାଯାଏ । ଏମାନେ ବିଭିନ୍ନ ପୋକ ଜୋକ, ଅଣ୍ଡା ଆଦି ଖାଇ ଥାଆଂତି ।


  1. "Centropus sinensis". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. In Shaw's General Zoology 9, pt. 1, p. 51. (Type locality China, Ning Po.) per Payne (2005)
  3. "Greater coucal". ଇଂରାଜୀ ଉଇକିପିଡ଼ିଆ. Wikipedia. Retrieved 19 May 2018.